ବାଂଲାଦେଶରେ ହୋଇଛି ବିଦେଶୀ ଷଡ଼ଯନ୍ତ୍ର! ରାହୁଲଙ୍କ ପ୍ରଶ୍ନରେ ଏମିତି ଜବାବ ଦେଲେ ଏସ୍‌. ଜୟଶଙ୍କର

ନୂଆଦିଲ୍ଲୀ,୬।୮: ବାଂଲାଦେଶର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ମଙ୍ଗଳବାର କେନ୍ଦ୍ର ସରକାର ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ କେନ୍ଦ୍ର ସରକାର ବାଂଲାଦେଶ ଏବଂ ଶେଖ ହସିନାଙ୍କ ଉପରେ ଭାରତର ବର୍ତ୍ତମାନର ସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି। ବିରୋଧୀମାନେ ମଧ୍ୟ କେନ୍ଦ୍ର ସରକାରଙ୍କ ଷ୍ଟାଣ୍ଡକୁ ସହମତି ହୋଇଛନ୍ତି। ଏହି ସଭାରେ ଉପସ୍ଥିତ ଲୋକସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ମଧ୍ୟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ ପଚାରଛନ୍ତି। ସୂଚନାନୁସାରେ, ସର୍ବଦଳୀୟ ବୈଠକରେ ରାହୁଲ ଗାନ୍ଧୀ ତୁରନ୍ତ ଏବଂ […] The post ବାଂଲାଦେଶରେ ହୋଇଛି ବିଦେଶୀ ଷଡ଼ଯନ୍ତ୍ର! ରାହୁଲଙ୍କ ପ୍ରଶ୍ନରେ ଏମିତି ଜବାବ ଦେଲେ ଏସ୍‌. ଜୟଶଙ୍କର appeared first on Dharitri Odia News.

ବାଂଲାଦେଶରେ ହୋଇଛି ବିଦେଶୀ ଷଡ଼ଯନ୍ତ୍ର! ରାହୁଲଙ୍କ ପ୍ରଶ୍ନରେ ଏମିତି ଜବାବ ଦେଲେ ଏସ୍‌. ଜୟଶଙ୍କର

ନୂଆଦିଲ୍ଲୀ,୬।୮: ବାଂଲାଦେଶର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ମଙ୍ଗଳବାର କେନ୍ଦ୍ର ସରକାର ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ କେନ୍ଦ୍ର ସରକାର ବାଂଲାଦେଶ ଏବଂ ଶେଖ ହସିନାଙ୍କ ଉପରେ ଭାରତର ବର୍ତ୍ତମାନର ସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି। ବିରୋଧୀମାନେ ମଧ୍ୟ କେନ୍ଦ୍ର ସରକାରଙ୍କ ଷ୍ଟାଣ୍ଡକୁ ସହମତି ହୋଇଛନ୍ତି। ଏହି ସଭାରେ ଉପସ୍ଥିତ ଲୋକସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ମଧ୍ୟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ ପଚାରଛନ୍ତି।

ସୂଚନାନୁସାରେ, ସର୍ବଦଳୀୟ ବୈଠକରେ ରାହୁଲ ଗାନ୍ଧୀ ତୁରନ୍ତ ଏବଂ ଦୀର୍ଘକାଳୀନ ରଣନୀତି ବିଷୟରେ ପଚାରିଛନ୍ତି। ଏଥିସହ ରାହୁଲ ଜାଣିବାକୁ ଚାହିଁଛନ୍ତି କି ବାଂଲାଦେଶରେ ଯାହା ହୋଇଛି, ଏଥିରେ ବିଦେଶୀ ହାତ ରହିଛି?

ସର୍ବଦଳୀୟ ବୈଠକରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସରକାର ପକ୍ଷ ଦେଇଛନ୍ତି। ରାହୁଲ ଗାନ୍ଧୀଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ବାଂଲାଦେଶରେ ହେଉଥିବା ପରିବର୍ତ୍ତନ ଉପରେ ସରକାର ନଜର ରଖିଛନ୍ତି। ଏହା ମଧ୍ୟ କୁହାଯାଇଥିଲା ଯେ ଜଣେ ପାକିସ୍ତାନୀ କୂଟନୀତିଜ୍ଞ ସୋସିଆଲ ମିଡିଆରେ ଏହି ଆନ୍ଦୋଳନର ଚିତ୍ର ସହିତ ଡିପି ପୋଷ୍ଟ କରିଛନ୍ତି, ଯାହା ବିଷୟରେ ତଥ୍ୟ ସଂଗ୍ରହ କରାଯାଉଛି।

ଭାରତ ସରକାର ସର୍ବଦଳୀୟ ବୈଠକରେ କହିଛନ୍ତି ଯେ ବାଂଲାଦେଶର ପରିସ୍ଥିତି ଉପରେ ଆମେ ତୀକ୍ଷ୍ଣ ନଜର ରଖିଛୁ। ବର୍ତ୍ତମାନ ବାଂଲାଦେଶରେ ୧୨୦୦୦ରୁ ୧୩୦୦୦ଭାରତୀୟ ଅଛନ୍ତି। ତେବେ ଦେଶର ପରିସ୍ଥିତି ଏତେ ଭୟଙ୍କର ନୁହେଁ ଯେ ଆମ ନାଗରିକମାନଙ୍କୁ ସେଠାରୁ ସ୍ଥାନାନ୍ତର କରିବାକୁ ପଡିବ। ସରକାର କହିଛନ୍ତି ଯେ ସମୁଦାୟ ୨୦,୦୦୦ଲୋକ ଫସି ରହିଛନ୍ତି। ସେଥିମଧ୍ୟରୁ ୮୦୦୦ ଛାତ୍ର ଭାରତ ଫେରିଛନ୍ତି।

 

The post ବାଂଲାଦେଶରେ ହୋଇଛି ବିଦେଶୀ ଷଡ଼ଯନ୍ତ୍ର! ରାହୁଲଙ୍କ ପ୍ରଶ୍ନରେ ଏମିତି ଜବାବ ଦେଲେ ଏସ୍‌. ଜୟଶଙ୍କର appeared first on Dharitri Odia News.