ଦ୍ବିତୀୟ ଟେଷ୍ଟରେ ଇଂଲଣ୍ଡକୁ ହରାଇବା ପରେ ଶୃଙ୍ଖଳା ବରାବର କଲା ଭାରତ

ବିଶାଖାପାଟଣା: ଏଠାରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟ୍ରେ ଭାରତ ୨୯୨ ରନ୍ରେ ଇଂଲଣ୍ଡ ଦ୍ବିତୀୟ ପାଳିକୁ ଶେଷ କରିବା ପରେ ୧୦୬ ରନ୍ର ବଡ଼ ବିଜୟ ହାସଲ କରିଛି। ଏଥିସହିତ ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ବରାବର କରିଛି। ସାଢ଼େ ତିନି ଦିନରେ ଶେଷ ହୋଇଥିବା ଏହି ମୁକାବିଲାର ପ୍ରଥମ ପାଳିରେ ଭାରତ ୩୯୬ ରନ୍ କରିଥିଲା। ବୁମ୍ରାଙ୍କ ୬ ୱିକେଟ୍ ସଫଳତା ବଳରେ ଇଂଲଣ୍ଡକୁ ୨୫୫ ରନ୍ରେ ଅଲଆଉଟ୍ କରି ୧୪୩ ରନ୍ର ଅଗ୍ରଣୀ ଲାଭ କରିଥିଲା। […]

ଦ୍ବିତୀୟ ଟେଷ୍ଟରେ ଇଂଲଣ୍ଡକୁ ହରାଇବା ପରେ ଶୃଙ୍ଖଳା ବରାବର କଲା ଭାରତ

ବିଶାଖାପାଟଣା: ଏଠାରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟ୍ରେ ଭାରତ ୨୯୨ ରନ୍ରେ ଇଂଲଣ୍ଡ ଦ୍ବିତୀୟ ପାଳିକୁ ଶେଷ କରିବା ପରେ ୧୦୬ ରନ୍ର ବଡ଼ ବିଜୟ ହାସଲ କରିଛି। ଏଥିସହିତ ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ବରାବର କରିଛି। ସାଢ଼େ ତିନି ଦିନରେ ଶେଷ ହୋଇଥିବା ଏହି ମୁକାବିଲାର ପ୍ରଥମ ପାଳିରେ ଭାରତ ୩୯୬ ରନ୍ କରିଥିଲା। ବୁମ୍ରାଙ୍କ ୬ ୱିକେଟ୍ ସଫଳତା ବଳରେ ଇଂଲଣ୍ଡକୁ ୨୫୫ ରନ୍ରେ ଅଲଆଉଟ୍ କରି ୧୪୩ ରନ୍ର ଅଗ୍ରଣୀ ଲାଭ କରିଥିଲା। ଦ୍ବିତୀୟ ପାଳିରେ ଭାରତ ସେତେଟା ଭଲ ବ୍ୟାଟିଂ କରି ନଥିଲେ ମଧ୍ୟ ୨୫୩ ରନ୍ର ସମ୍ମାନଜନକ ସ୍କୋର କରି ଇଂଲଣ୍ଡ ସମ୍ମୁଖରେ ୩୯୯ ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଇଂଲଣ୍ଡ ରବିବାର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଗୋଟିଏ ୱିକେଟ୍ ହରାଇ ୬୭ ରନ୍ କରିବା ପରେ ରୋହିତ ବାହିନୀ ପାଇଁ ଆଶା ସଂଚାର ହୋଇଥିଲା। ଇଂଲଣ୍ଡର ଅବଶିଷ୍ଟ ୯ ୱିକେଟ୍ ମାତ୍ର ୨୨୫ ରନ୍ରେ ଝଡ଼ିଯାଇଥିଲା। ଇଂଲଣ୍ଡ ପାଇଁ ଜ୍ୟାକ୍ କ୍ରଲି ୭୩ ରନ୍ କରି ଏକମାତ୍ର ଅର୍ଦ୍ଧଶତକ ଅର୍ଜନ କରିଥିଲେ। ହେଲେ ଅଧିନାୟକ ବେନ୍ ଷ୍ଟୋକ୍ସଙ୍କ ରନ୍ଆଉଟ୍ ଭାରତ ବିଜୟକୁ ସହଜ କରି ଦେଇଥିଲା। ଭାରତର ୫ଜଣ ଯାକ ବୋଲଲର ୱିକେଟ୍ ପାଇଥିଲେ। ତେବେ ବୁମ୍ରା ଓ ଆର୍ ଅଶ୍ବିନ ଇଂଲଣ୍ଡ ବିପର୍ଯ୍ୟୟର ପ୍ରମୁଖ କାରଣ ହୋଇଥିଲେ। ଅକ୍ଷର ପଟେଲ୍, କୁଲଦୀପ ଯାଦବ, ମୁକେଶ କୁମାର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିବାବେଳେ ବେନ୍ ଷ୍ଟୋକ୍ସଙ୍କୁ ଶ୍ରେୟସ ଆୟର ସିଧା ଥ୍ରୋରେ ରନ୍ ଆଉଟ୍ କରିବା ନିର୍ଣ୍ଣାୟକ ହୋଇଥିଲା। ମ୍ୟାଚ୍ରେ ୯ ୱିକେଟ୍ ନେଇଥିବା ବୁମ୍ରା ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।