ୟୁଏଏସ୍‌ ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଦାରିଙ୍ଗବାଡ଼ି, ୧ା୮ (ଅରୁଣ ସାହୁ): ଦାରିଙ୍ଗବାଡି ବ୍ଲକ ନିଖିଲ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ଦାରିଙ୍ଗବାଡି ଶାଖା ପକ୍ଷରୁ ରାଜ୍ୟ ସରକାରଙ୍କ ୟୁଏଏସ (ୟୁନିଫାଏଡ ଅଟୋମେଶନ ସିଷ୍ଟମ) ଲାଗୁ ପ୍ରତ୍ୟାହାର କରାଯିବା ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରକାଶ ଯେ, ଫେଡେରେସନର ବ୍ଲକ୍‌ ସଭାପତି ଯାମିନୀକାନ୍ତ ପଡ୍ରାଙ୍କ ନେତୃତ୍ୱରେ ସଙ୍ଘର ସାଧାରଣ ସମ୍ପାଦକ ସଂଗ୍ରାମ ନାୟକ, ଉପସଭାପତି ଚାରୁଶିଳା ମଳିକ, ସହ ସମ୍ପାଦକ ନବୀନ ସାହୁଙ୍କ ସମେତ ବହୁ କର୍ମକର୍ତ୍ତା ବିଇଓଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏବିଇଓ ବନମାଳୀ […] The post ୟୁଏଏସ୍‌ ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର appeared first on Dharitri Odia News.

ୟୁଏଏସ୍‌ ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଦାରିଙ୍ଗବାଡ଼ି, ୧ା୮ (ଅରୁଣ ସାହୁ): ଦାରିଙ୍ଗବାଡି ବ୍ଲକ ନିଖିଲ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ଦାରିଙ୍ଗବାଡି ଶାଖା ପକ୍ଷରୁ ରାଜ୍ୟ ସରକାରଙ୍କ ୟୁଏଏସ (ୟୁନିଫାଏଡ ଅଟୋମେଶନ ସିଷ୍ଟମ) ଲାଗୁ ପ୍ରତ୍ୟାହାର କରାଯିବା ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରକାଶ ଯେ, ଫେଡେରେସନର ବ୍ଲକ୍‌ ସଭାପତି ଯାମିନୀକାନ୍ତ ପଡ୍ରାଙ୍କ ନେତୃତ୍ୱରେ ସଙ୍ଘର ସାଧାରଣ ସମ୍ପାଦକ ସଂଗ୍ରାମ ନାୟକ, ଉପସଭାପତି ଚାରୁଶିଳା ମଳିକ, ସହ ସମ୍ପାଦକ ନବୀନ ସାହୁଙ୍କ ସମେତ ବହୁ କର୍ମକର୍ତ୍ତା ବିଇଓଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏବିଇଓ ବନମାଳୀ ମାଝୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟଦ୍‌ରେ ଦାବିପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ ୟୁଏଏସ (ୟୁନିଫାଏଡ ଅଟୋମେଶନ ସିଷ୍ଟମ) ଲାଗୁ କରାଗଲେ ଶିକ୍ଷକ ସମାଜ ପାଇଁ ବହୁ ସମସ୍ୟା ଉପୁଜିବ। ସବୁ ବିଦ୍ୟାଳୟରେ ଆବଶ୍ୟକ ମୁତାବକ ଶିକ୍ଷୟିତ୍ରୀ ଶିକ୍ଷକ ପଦବୀ ଖାଲି ପଡିଛି। ଏହା ସତ୍ତ୍ବେ ଶିକ୍ଷଣକାର୍ଯ୍ୟ, ମଧ୍ୟାହ୍ନ ଭୋଜନ ଇତ୍ୟାଦି କାର୍ଯ୍ୟ ଚାଲୁଛି। ବର୍ତ୍ତମାନ ସପ୍ତାହରେ ୩ଦିନ ଅଣ୍ଡା ଓ ୩ଦିନ ଲଡ଼ୁ ଦେବାର ବ୍ୟବସ୍ଥା ଆମ ଶିକ୍ଷକ ସମାଜକୁ ଆହୁରି ଚାପଗ୍ରସ୍ତ କରିଛି। ଏହିପରି ସ୍ଥଳେ ଏହା ଲାଗୁ କଲେ ଆମ ରାଜ୍ୟ ଜିଲା ତଥା ଅମ ବ୍ଲକରେ ପ୍ରାଥମିକ ଶିକ୍ଷା ସମ୍‌ମ୍ପୂର୍ଣ ଅବ୍ୟବସ୍ଥିତ ହେବ। ତେଣୁ ଆମର ଦାବି ପ୍ରଥମେ ବିଦ୍ୟାଳୟର ଆବଶ୍ୟକ ଭିତ୍ତିଭୂମି ପ୍ରଦାନ ସହ ନେଟୱର୍କ ଓ ଆବଶ୍ୟକ ଶିକ୍ଷକ ପଦବୀ ପୂରଣ କରିବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି।

The post ୟୁଏଏସ୍‌ ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର appeared first on Dharitri Odia News.