ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ ହୋଇଛନ୍ତି। ତାଙ୍କୁ ଦଳ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା। ସୂଚନାଯୋଗ୍ୟ, ତିନିଥର ପୂର୍ବତନ କଂଗ୍ରେସ ବିଧାୟକ ଥିବା ସୁରେନ୍ଦ୍ର ସିଂ ଭୋଇ ବିଧାନସଭା ନିର୍ବାଚନ ପୂର୍ବରୁ ଇସ୍ତଫା ଦେଇ ବିଜେଡିରେ ମିଶିଛନ୍ତି। ବିଜୁ ଜନତା ଦଳରେ ଯୋଗଦେବା ପରେ ବଲାଙ୍ଗୀର ଜିଲାର ଯେକୌଣସି ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇପାରନ୍ତି […] The post ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ appeared first on Dharitri Odia News.

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ ହୋଇଛନ୍ତି। ତାଙ୍କୁ ଦଳ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା।

ସୂଚନାଯୋଗ୍ୟ, ତିନିଥର ପୂର୍ବତନ କଂଗ୍ରେସ ବିଧାୟକ ଥିବା ସୁରେନ୍ଦ୍ର ସିଂ ଭୋଇ ବିଧାନସଭା ନିର୍ବାଚନ ପୂର୍ବରୁ ଇସ୍ତଫା ଦେଇ ବିଜେଡିରେ ମିଶିଛନ୍ତି। ବିଜୁ ଜନତା ଦଳରେ ଯୋଗଦେବା ପରେ ବଲାଙ୍ଗୀର ଜିଲାର ଯେକୌଣସି ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ବୋଲି କୁହାଯାଉଛି। ସୁରେନ୍ଦ୍ର ସିଂ ଭୋଇ ୨୦୦୯ରେ ଟିଟିଲାଗଡ଼ ବିଧାନସଭା ଆସନରୁ ବିଧାୟକ ଭାବରେ କଂଗ୍ରେସ ପ୍ରାର୍ଥୀ ଭାବରେ ନିର୍ବାଚିତ ହୋଇଥିଲେ।

ଏହାପୂର୍ବରୁ ସେ ୧୯୯୫ ଏବଂ ୨୦୦୦ ନିର୍ବାଚନରେ କଂଗ୍ରେସର ପ୍ରତିନିଧିତ୍ୱ କରି ଦୁଇଥର ସଇଁତଳା ବିଧାନସଭା ଆସନରୁ ଜିତିଥିଲେ। ଏବେ ସେ ତାଙ୍କର କର୍ମୀ ଏବଂ ସହଯୋଗୀମାନଙ୍କୁ ସୂଚନା ଦେଇଛନ୍ତି ଯେ, ସେ ବଲାଙ୍ଗୀର ଜିଲାର ଏକ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି। ତେବେ ଦେଖାଯାଉ ସୁରେନ୍ଦ୍ର କେଉଁ ଆସନରୁ ନିର୍ବାଚନ ଲଢୁଛନ୍ତି।

The post ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ appeared first on Dharitri Odia News.