ଦ୍ଵନ୍ଦରେ ପକାଇଲା ପାଣିପାଗ, ଥରେଇଲା ଥଣ୍ଡା ଭିଜେଇଲା ବର୍ଷା  । ସ୍ୱିଟର ଉପରେ ରେନକୋଟ ପିନ୍ଧିଲେ ଲୋକ ।

କନକ ବ୍ୟୁରୋ: ଦିନଯାକ ବର୍ଷା ଛେଚିଲା,କୋହଲା ପାଗକୁ ଥଣ୍ଡା ପବନରେ କାଲୁଆ ହେଇଗଲେ ଲୋକ।  ବର୍ଷାରେ ଭିଜିବା ସହ ଶୀତରେ ଥରିଲେ,ସ୍ୱିଟର ସାଙ୍ଗକୁ ରେନ କୋଟ ପିନ୍ଧି ଘରୁ ବାହାରିଲେ । ଆଗାମୀ ୨୪ ଘଣ୍ଟା ପର୍ୟ୍ୟନ୍ତ ଲାଗି ରହିବ ଉପକୂଳ ଜିଲ୍ଲାଗୁଡିକରେ ହଲୁକାରୁ ମଧ୍ୟମ ଧରଣର ବର୍ଷା ।   ବର୍ଷା ସହ ଜାରି ରହିବ ଘନ କୁହୁଡି । ସୋମବାର ସକାଳ ଯାଏଁ ଲାଗିରହିବ ଘନ କୁହୁଡି ।  ଘନ କୁହୁଡି ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ  ସୁନ୍ଦରଗଡ, ଝାରୁସୁଗୁଡା, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ,  କୋରାପୁଟରେ ଦେଖାଯିବ ଘନକୁହୁଡି । ଘନ କୁହୁଡ଼ିରେ ଦୃଶ୍ୟମାନ ଦୂରତା ୨୦୦ମିଟର ରହିବ । ବର୍ଷା ଯୋଗୁଁ ଦିନ ତାପମାତ୍ରା  ୨ରୁ ୪  ଡିଗ୍ରୀ କମିଛି । କିନ୍ତୁ  ରାତି ତାପମାତ୍ରା  ସ୍ବାଭାବିକଠାରୁ ଅଧିକ ରହିଛି ।  ରାତିରେ ଖସିବ ପାରଦ ୨ ଦିନ ପରେ ୨ଡିଗ୍ରୀ କମିବ ତାପମାତ୍ରା  ଆଗାମୀ ୨ ଦିନ ପରେ ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ରୁ ୪ ଡିଗ୍ରୀ କମିବା ରାତ୍ରି ତାପମାତ୍ରା । କୋହଲା ପାଗ ଆଜି ରହିବ । ଆସନ୍ତାକାଲିଠାରୁ ଉତ୍ତର ,ଉପକୂଳ ଓଡ଼ିଶାରେ କୋହଲା ପାଗରେ ପରିବର୍ତ୍ତନ ଆସିବ । ରବିବାରଠାରୁ କମିପାରେ ବର୍ଷାର ପରିମାଣ । ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକର  ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ପ୍ରାୟତଃ କମିଯିବ । ମୟୁରଭଞ୍ଜ,ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଗଂଜାମ, ଗଜପ

ଦ୍ଵନ୍ଦରେ ପକାଇଲା ପାଣିପାଗ, ଥରେଇଲା ଥଣ୍ଡା ଭିଜେଇଲା ବର୍ଷା  । ସ୍ୱିଟର ଉପରେ ରେନକୋଟ ପିନ୍ଧିଲେ ଲୋକ ।

କନକ ବ୍ୟୁରୋ: ଦିନଯାକ ବର୍ଷା ଛେଚିଲା,କୋହଲା ପାଗକୁ ଥଣ୍ଡା ପବନରେ କାଲୁଆ ହେଇଗଲେ ଲୋକ।  ବର୍ଷାରେ ଭିଜିବା ସହ ଶୀତରେ ଥରିଲେ,ସ୍ୱିଟର ସାଙ୍ଗକୁ ରେନ କୋଟ ପିନ୍ଧି ଘରୁ ବାହାରିଲେ । ଆଗାମୀ ୨୪ ଘଣ୍ଟା ପର୍ୟ୍ୟନ୍ତ ଲାଗି ରହିବ ଉପକୂଳ ଜିଲ୍ଲାଗୁଡିକରେ ହଲୁକାରୁ ମଧ୍ୟମ ଧରଣର ବର୍ଷା ।   ବର୍ଷା ସହ ଜାରି ରହିବ ଘନ କୁହୁଡି । ସୋମବାର ସକାଳ ଯାଏଁ ଲାଗିରହିବ ଘନ କୁହୁଡି । 

ଘନ କୁହୁଡି ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ  
ସୁନ୍ଦରଗଡ, ଝାରୁସୁଗୁଡା, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ,  କୋରାପୁଟରେ ଦେଖାଯିବ ଘନକୁହୁଡି । ଘନ କୁହୁଡ଼ିରେ ଦୃଶ୍ୟମାନ ଦୂରତା ୨୦୦ମିଟର ରହିବ । ବର୍ଷା ଯୋଗୁଁ ଦିନ ତାପମାତ୍ରା  ୨ରୁ ୪  ଡିଗ୍ରୀ କମିଛି । କିନ୍ତୁ  ରାତି ତାପମାତ୍ରା  ସ୍ବାଭାବିକଠାରୁ ଅଧିକ ରହିଛି । 
 
ରାତିରେ ଖସିବ ପାରଦ 
୨ ଦିନ ପରେ ୨ଡିଗ୍ରୀ କମିବ ତାପମାତ୍ରା 

ଆଗାମୀ ୨ ଦିନ ପରେ ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ରୁ ୪ ଡିଗ୍ରୀ କମିବା ରାତ୍ରି ତାପମାତ୍ରା । କୋହଲା ପାଗ ଆଜି ରହିବ । ଆସନ୍ତାକାଲିଠାରୁ ଉତ୍ତର ,ଉପକୂଳ ଓଡ଼ିଶାରେ କୋହଲା ପାଗରେ ପରିବର୍ତ୍ତନ ଆସିବ । ରବିବାରଠାରୁ କମିପାରେ ବର୍ଷାର ପରିମାଣ । ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକର  ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ପ୍ରାୟତଃ କମିଯିବ । ମୟୁରଭଞ୍ଜ,ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଗଂଜାମ, ଗଜପତି, ରାୟଗଡା, ଯାଜପୁର କଳାହାଣ୍ଡି, କନ୍ଧମାଳ, ଢେଙ୍କାନାଳ, ଖୋର୍ଦ୍ଧା, କଟକ ଓ ଝାରସୁଗୁଡା । ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗିରହିଛି ।  ନୟାଗଡ ସହ ୬ଟି ଜାଗାରେ  ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି ।