ଜଙ୍ଗଲ-ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଭିଡିଓ ପ୍ରଦର୍ଶନ କରି…

କେସିଙ୍ଗା,୧ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନାଞ୍ଚଳର ରେଞ୍ଜର ଏସ୍‌.ଏସ୍‌.ବଳୀୟାରସିଂଙ୍କ ନେତୃତ୍ୱରେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଗ୍ରାମରେ ଭିଡିଓ ଦ୍ୱାରା ଲୋକଙ୍କୁ ସଚେତନତା କରାଯାଇଛି। କେସିଙ୍ଗା ରେଞ୍ଜ ଅଧୀନସ୍ଥ ବିଭିନ୍ନ ଗ୍ରାମରେ ବସବାସ କରୁଥିବା ଜନସାଧାରଣ ତଥା ମହିଳା ଗୋଷ୍ଠୀ, ଯୁବତୀ-ଯୁବକ, ବୃଦ୍ଧା-ବୃଦ୍ଧଙ୍କୁ ଦିବାରାତ୍ରି ଏକ ଭିଡିଓ ପ୍ରଦର୍ଶନ କରି ଜଙ୍ଗଲ ଓ ଜୀବଜନ୍ତୁ, ଜଙ୍ଗଲ ପରିବେଶ, ଜଳବାୟୁ ପରିବର୍ତ୍ତନ ସହ ନିଆଁ ଦାଉରୁ ଜଙ୍ଗଲ ସୁରକ୍ଷା କେମିତି କରାଯିବ ସେଥିପାଇଁ ଗ୍ରାମଗ୍ରାମ ବୁଲି ଭିଡିଓ […] The post ଜଙ୍ଗଲ-ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଭିଡିଓ ପ୍ରଦର୍ଶନ କରି… appeared first on Dharitri Odia News.

ଜଙ୍ଗଲ-ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଭିଡିଓ ପ୍ରଦର୍ଶନ କରି…

କେସିଙ୍ଗା,୧ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନାଞ୍ଚଳର ରେଞ୍ଜର ଏସ୍‌.ଏସ୍‌.ବଳୀୟାରସିଂଙ୍କ ନେତୃତ୍ୱରେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଗ୍ରାମରେ ଭିଡିଓ ଦ୍ୱାରା ଲୋକଙ୍କୁ ସଚେତନତା କରାଯାଇଛି। କେସିଙ୍ଗା ରେଞ୍ଜ ଅଧୀନସ୍ଥ ବିଭିନ୍ନ ଗ୍ରାମରେ ବସବାସ କରୁଥିବା ଜନସାଧାରଣ ତଥା ମହିଳା ଗୋଷ୍ଠୀ, ଯୁବତୀ-ଯୁବକ, ବୃଦ୍ଧା-ବୃଦ୍ଧଙ୍କୁ ଦିବାରାତ୍ରି ଏକ ଭିଡିଓ ପ୍ରଦର୍ଶନ କରି ଜଙ୍ଗଲ ଓ ଜୀବଜନ୍ତୁ, ଜଙ୍ଗଲ ପରିବେଶ, ଜଳବାୟୁ ପରିବର୍ତ୍ତନ ସହ ନିଆଁ ଦାଉରୁ ଜଙ୍ଗଲ ସୁରକ୍ଷା କେମିତି କରାଯିବ ସେଥିପାଇଁ ଗ୍ରାମଗ୍ରାମ ବୁଲି ଭିଡିଓ ପ୍ରଦର୍ଶନ କରାଯାଉଛି। ଏହି ରେଞ୍ଜ ଅଧୀନସ୍ଥ ସୌରା ପଦର,ବାହାଦୂର ପିଟା, ଡୁମେରମୁଣ୍ଡା, କୁର୍ଲୁପଡ଼ା, ବଗାଡ଼, ତସହସିର ଆଦି ଗ୍ରାମରେ ଏହି ସଚେତନତା କରାଯାଇଛି। ଏହି କାର୍ଯ୍ୟକ୍ରମରେ ଫରେଷ୍ଟର ଯଶୋବନ୍ତ ନାଏକ, ବନରକ୍ଷୀ ଧନୁର୍ଯ୍ୟ ନିଆଲ ପ୍ରମୁଖଙ୍କ ସହଯୋଗରେ ଏପରି ସଚେତନତା ଜାରି ରହିଛି।

The post ଜଙ୍ଗଲ-ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଭିଡିଓ ପ୍ରଦର୍ଶନ କରି… appeared first on Dharitri Odia News.