ବିଜେଡି ଛାଡ଼ି ଭାଜପାରେ ମିଶିଲେ ୨୫ ପରିବାର
ଭଞ୍ଜନଗର,୨୬ା୧୧(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦୋମୁହାଣି ପଞ୍ଚାୟତ ବଞ୍ଜରଗାଁର ରବୀନ୍ଦ୍ରନାଥ ମୁଦୁଲି, ବୁଲୁ ଗୌଡ,ବାଳକୃଷ୍ଣ ଗୌଡ, ସୁଶାନ୍ତ ଗୌଡ, ଲିଟୁ ପ୍ରଧାନଙ୍କ ତତ୍ତ୍ୱାବଧାନରେ ୨୫ ପରିବାର ସୋମବାର ବିଜେଡି ଛାଡ଼ି ଭାଜପାରେ ଯୋଗ ଦେଇଛନ୍ତି। ଗ୍ରାମରେ ଦୀର୍ଘଦିନ ଧରି ବିକାଶ ହେଉ ନ ଥିବା ଦର୍ଶାଇ ଉକ୍ତ ପରିବାରଗୁଡ଼ିକ ଭାଜପାରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଥିଲେ। ଭଞ୍ଜନଗର ବନ ବିଭାଗ ଡାକ ବଙ୍ଗଳାରେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ନୂତନ କର୍ମୀମାନଙ୍କୁ ସ୍ବାଗତ କରିଥିଲେ। ଗତ […] The post ବିଜେଡି ଛାଡ଼ି ଭାଜପାରେ ମିଶିଲେ ୨୫ ପରିବାର appeared first on Dharitri Odia News.
ଭଞ୍ଜନଗର,୨୬ା୧୧(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦୋମୁହାଣି ପଞ୍ଚାୟତ ବଞ୍ଜରଗାଁର ରବୀନ୍ଦ୍ରନାଥ ମୁଦୁଲି, ବୁଲୁ ଗୌଡ,ବାଳକୃଷ୍ଣ ଗୌଡ, ସୁଶାନ୍ତ ଗୌଡ, ଲିଟୁ ପ୍ରଧାନଙ୍କ ତତ୍ତ୍ୱାବଧାନରେ ୨୫ ପରିବାର ସୋମବାର ବିଜେଡି ଛାଡ଼ି ଭାଜପାରେ ଯୋଗ ଦେଇଛନ୍ତି। ଗ୍ରାମରେ ଦୀର୍ଘଦିନ ଧରି ବିକାଶ ହେଉ ନ ଥିବା ଦର୍ଶାଇ ଉକ୍ତ ପରିବାରଗୁଡ଼ିକ ଭାଜପାରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଥିଲେ। ଭଞ୍ଜନଗର ବନ ବିଭାଗ ଡାକ ବଙ୍ଗଳାରେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ନୂତନ କର୍ମୀମାନଙ୍କୁ ସ୍ବାଗତ କରିଥିଲେ। ଗତ ମାସରେ ଏହି ପଞ୍ଚାୟତର ୨୦ ପରିବାର ବିଜେଡି ଛାଡି ଭାଜପାରେ ମିଶିଥିଲେ। ଏହି ମିଶ୍ରଣ ପର୍ବ ସମୟରେ ଭାଜପା ନେତା ସୁବାସ ବରାଡ, ଏମ୍ପି ପ୍ରତିନିଧି ସନ୍ତୋଷ ତିଆଡି, ରଜତ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଉକ୍ତ ଗ୍ରାମରେ ବିଦ୍ୟୁତ୍ ସେବା ନାହିଁ। ପକ୍କା ରାସ୍ତା ନ ଥିବାରୁ ଗ୍ରାମବାସୀ ଚାଲି ଚାଲି ୬ କି.ମି. ଯାଉଛନ୍ତି। ଏଥିସହ ଗ୍ରାମରେ ଅନ୍ୟାନ୍ୟ ସମସ୍ୟା ରହିଛି। ଦୀର୍ଘବର୍ଷ ଧରି ବିଜେଡି ଶାସନରେ ଥିଲେ ମଧ୍ୟ ଗ୍ରାମର ମୌଳିକ ସମସ୍ୟା ଦୂର ହୋଇପାରିନାହିଁ। ଫଳରେ ଗ୍ରାମର ଏହି ସମସ୍ୟା ଦୂର ହେବା ଆଶାରେ ଗ୍ରାମବାସୀ ଭାଜପାରେ ସାମିଲ ହୋଇଥିବା ଜଣାପଡିଛି।
The post ବିଜେଡି ଛାଡ଼ି ଭାଜପାରେ ମିଶିଲେ ୨୫ ପରିବାର appeared first on Dharitri Odia News.