ଷ୍ଟାର ହେଲ୍‌ଥ ଇନ୍‌ସ୍ୟୁରାନ୍ସ ତଥ୍ୟ ପ୍ରଘଟ: ଉଠିଲା ତଦନ୍ତ ଦାବି

ନୂଆଦିଲ୍ଲୀ,୧୪ା୧୦:ଷ୍ଟାର ହେଲ୍‌ଥ ଆଣ୍ଡ ଆଲାଏଡ୍‌ ଇନ୍‌ସ୍ୟୁରାନ୍ସ ସଂସ୍ଥାର ଗ୍ରାହକମାନଙ୍କ ଗୋପନ ତଥ୍ୟ ଗତ ୯ ତାରିଖରେ ପ୍ରଘଟ ହୋଇଛି। ଉକ୍ତ ଡେଟା ପାଇବାକୁ ହେଲେ ଉକ୍ତ କମ୍ପାନୀକୁ ୬୮,୦୦୦ ଡଲାର ପୈଠ କରିବାକୁ ଏକ ମେସେଜ୍‌ ମିଳିଥିଲା। କମ୍ପାନୀ ସାଇବର ଆକ୍ରମଣର ସମ୍ମୁଖୀନ ହୋଇଥିଲେ ମଧ୍ୟ ଡେଟା ଲିକ୍‌ ଯୋଗୁ ଏହାର କାର୍ଯ୍ୟ ପ୍ରଭାବିତ ହୋଇ ନ ଥିବା କହିଛି। ଅନ୍ୟପକ୍ଷରେ ଷ୍ଟାର ହେଲ୍‌ଥ କମ୍ପାନୀର ଗୋପନୀୟ ତଥ୍ୟ ଲିକ୍‌ ଘଟଣାର ତଦନ୍ତ କରାଯିବାକୁ ଦିଲ୍ଲୀର ଲିଗାଲ […] The post ଷ୍ଟାର ହେଲ୍‌ଥ ଇନ୍‌ସ୍ୟୁରାନ୍ସ ତଥ୍ୟ ପ୍ରଘଟ: ଉଠିଲା ତଦନ୍ତ ଦାବି appeared first on Dharitri Odia News.

ଷ୍ଟାର ହେଲ୍‌ଥ ଇନ୍‌ସ୍ୟୁରାନ୍ସ ତଥ୍ୟ ପ୍ରଘଟ: ଉଠିଲା ତଦନ୍ତ ଦାବି

ନୂଆଦିଲ୍ଲୀ,୧୪ା୧୦:ଷ୍ଟାର ହେଲ୍‌ଥ ଆଣ୍ଡ ଆଲାଏଡ୍‌ ଇନ୍‌ସ୍ୟୁରାନ୍ସ ସଂସ୍ଥାର ଗ୍ରାହକମାନଙ୍କ ଗୋପନ ତଥ୍ୟ ଗତ ୯ ତାରିଖରେ ପ୍ରଘଟ ହୋଇଛି। ଉକ୍ତ ଡେଟା ପାଇବାକୁ ହେଲେ ଉକ୍ତ କମ୍ପାନୀକୁ ୬୮,୦୦୦ ଡଲାର ପୈଠ କରିବାକୁ ଏକ ମେସେଜ୍‌ ମିଳିଥିଲା। କମ୍ପାନୀ ସାଇବର ଆକ୍ରମଣର ସମ୍ମୁଖୀନ ହୋଇଥିଲେ ମଧ୍ୟ ଡେଟା ଲିକ୍‌ ଯୋଗୁ ଏହାର କାର୍ଯ୍ୟ ପ୍ରଭାବିତ ହୋଇ ନ ଥିବା କହିଛି। ଅନ୍ୟପକ୍ଷରେ ଷ୍ଟାର ହେଲ୍‌ଥ କମ୍ପାନୀର ଗୋପନୀୟ ତଥ୍ୟ ଲିକ୍‌ ଘଟଣାର ତଦନ୍ତ କରାଯିବାକୁ ଦିଲ୍ଲୀର ଲିଗାଲ ସର୍ଭିସ୍‌ ସଂସ୍ଥା ସଫ୍ଟଓ୍ବେର ଫ୍ରିଡମ୍‌ ଲ’ ସେଣ୍ଟର ଇଣ୍ଡିଆ (ଏସ୍‌ଏଫ୍‌ଏଲ୍‌ସିଆଇ) ସୋମବାର ନ୍ୟାଶନାଲ ସାଇବର ଏଜେନ୍ସି ଇଣ୍ଡିଆ କମ୍ପ୍ୟୁଟର ଏମର୍ଜେନ୍ସି ଟିମ୍‌ (ସିଇଆର୍‌ଟି-ଇନ୍‌)କୁ ପତ୍ର ଲେଖିଛି।
ଦେଶର ସର୍ବବୃହତ୍‌ ସ୍ବାସ୍ଥ୍ୟବୀମା କମ୍ପାନୀ ଷ୍ଟାର ହେଲ୍‌ଥ ଆଣ୍ଡ ଆଲାଏଡ୍‌ ଇନ୍‌ସ୍ୟୁରାନ୍ସରେ ଏଭଳି ଡେଟା ଲିକ୍‌ ଭବିଷ୍ୟତରେ ଯେପରି ନ ହୁଏ, ତାହା ସୁନିଶ୍ଚିତ କରାଯିବା ଆବଶ୍ୟକ। ଅତ୍ୟନ୍ତ ସମ୍ବେଦନଶୀଳ ଏହି ବ୍ୟକ୍ତିଗତ ତଥ୍ୟରେ ଗ୍ରାହକଙ୍କ ନାଁ, ଫୋନ୍‌ ନମ୍ବର, ଠିକଣା, ଟ୍ୟାକ୍ସ ସୂଚନା, ପରିଚୟପତ୍ର ନକଲ, ବିଭିନ୍ନ ସ୍ବାସ୍ଥ୍ୟ ପରୀକ୍ଷା ରିପୋର୍ଟ ଆଦି ରହିଛି। ଟେଲିଗ୍ରାମରେ ଏହିସବୁ ତଥ୍ୟ ପ୍ରଘଟ ହୋଇଥିବାରୁ ଏହାର ଦୁରୁପଯୋଗ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ୩.୧ କୋଟିରୁ ଊର୍ଦ୍ଧ୍ୱ ଗ୍ରାହକଙ୍କ ସମ୍ପୂର୍ଣ୍ଣ ୭.୨୪ ଟିବି ଡେଟାକୁ ୧,୫୦,୦୦୦ ଡଲାରରେ ବିକ୍ରି କରିବାକୁ ହ୍ୟାକର ଏକ ଓ୍ବେବ୍‌ସାଇଟରେ ଖୋଲା ଆହ୍ବାନ ଦେଇଛି। ଷ୍ଟାର ହେଲ୍‌ଥକୁ ମଧ୍ୟ ୬୮,୦୦୦ ଡଲାର ପୈଠ ପାଇଁ ମେସେଜ୍‌ ପଠାଯାଇଛି।

The post ଷ୍ଟାର ହେଲ୍‌ଥ ଇନ୍‌ସ୍ୟୁରାନ୍ସ ତଥ୍ୟ ପ୍ରଘଟ: ଉଠିଲା ତଦନ୍ତ ଦାବି appeared first on Dharitri Odia News.