କ୍ୱାର୍ଟର୍ସ ଛାଡୁନାହାନ୍ତି ପୂର୍ବତନ ମନ୍ତ୍ରୀ, ବିଧାୟକ

ଭୁବନେଶ୍ୱର, ୧୪।୯(ସୁନିତ୍‌ ମିଶ୍ର):ବହୁ ପୂର୍ବତନ ମନ୍ତ୍ରୀ ଏବଂ ବିଧାୟକ ନିର୍ବାଚନରେ ପରାଜିତ ହେବା ପରେ ମଧ୍ୟ ଏ ପର୍ଯ୍ୟନ୍ତ ସରକାରୀ କ୍ୱାର୍ଟର୍ସ ଛାଡ଼ିନାହାନ୍ତି। ଷୋଡ଼ଶ ବିଧାନସଭା ଭାଙ୍ଗିବାର ୩ ମାସ ପୂରଣ ହେବା ସତ୍ତ୍ୱେ ମଧ୍ୟ କ୍ୱାର୍ଟର୍ସ ଖାଲି କରିବାକୁ ଆଗ ପଛ ହେଉଛନ୍ତି ବିଭିନ୍ନ ଦଳର ୨୭ ଜଣ ନେତା। ଏହା ଭିତରେ ଅଧିକାଂଶ ବିଜେଡି ନେତା ରହିଛନ୍ତି। ଏମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ପ୍ରଦୀପ କୁମାର ଅମାତ, ପୂର୍ବତନ ବିଧାୟକ […] The post କ୍ୱାର୍ଟର୍ସ ଛାଡୁନାହାନ୍ତି ପୂର୍ବତନ ମନ୍ତ୍ରୀ, ବିଧାୟକ appeared first on Dharitri Odia News.

କ୍ୱାର୍ଟର୍ସ ଛାଡୁନାହାନ୍ତି ପୂର୍ବତନ ମନ୍ତ୍ରୀ, ବିଧାୟକ

ଭୁବନେଶ୍ୱର, ୧୪।୯(ସୁନିତ୍‌ ମିଶ୍ର):ବହୁ ପୂର୍ବତନ ମନ୍ତ୍ରୀ ଏବଂ ବିଧାୟକ ନିର୍ବାଚନରେ ପରାଜିତ ହେବା ପରେ ମଧ୍ୟ ଏ ପର୍ଯ୍ୟନ୍ତ ସରକାରୀ କ୍ୱାର୍ଟର୍ସ ଛାଡ଼ିନାହାନ୍ତି। ଷୋଡ଼ଶ ବିଧାନସଭା ଭାଙ୍ଗିବାର ୩ ମାସ ପୂରଣ ହେବା ସତ୍ତ୍ୱେ ମଧ୍ୟ କ୍ୱାର୍ଟର୍ସ ଖାଲି କରିବାକୁ ଆଗ ପଛ ହେଉଛନ୍ତି ବିଭିନ୍ନ ଦଳର ୨୭ ଜଣ ନେତା। ଏହା ଭିତରେ ଅଧିକାଂଶ ବିଜେଡି ନେତା ରହିଛନ୍ତି। ଏମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ପ୍ରଦୀପ କୁମାର ଅମାତ, ପୂର୍ବତନ ବିଧାୟକ ଅମର ପ୍ରସାଦ ଶତପଥୀ, ଦେବୀପ୍ରସାଦ ମିଶ୍ର, ରଜନୀକାନ୍ତ ସିଂ, ପ୍ରେମାନନ୍ଦ ନାୟକ, ପ୍ରୀତିରଞ୍ଜନ ଘଡ଼ାଇ, ରୀତା ସାହୁ ଓ ସୁରେଶ ରାଉତରାୟଙ୍କ ଭଳି ନେତା ରହିଛନ୍ତି। ନିୟମାନୁଯାୟୀ, ବିଧାନସଭା ଭଙ୍ଗହେବାର ୧୫ ଦିନରୁ ମାସେ ଭିତରେ ପୂର୍ବତନ ବିଧାୟକମାନେ ସେମାନେ ରଖିଥିବା ସରକାରୀ କ୍ୱାର୍ଟର୍ସ ଖାଲି କରିବା କଥା। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ କ୍ୱାର୍ଟର୍ସ ଖାଲି କରି ନ ଥିବାରୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସେମାନଙ୍କୁ ନୋଟିସ ଜାରି ହୋଇଛି। ଏପରିକି କ୍ୱାର୍ଟର୍ସକୁ ଯାଇ ତୁରନ୍ତ ଖାଲି କରିବାକୁ ରେଣ୍ଟ ଅଫିସର ଓ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ କହିସାରିଲେଣି। କ୍ୱାର୍ଟର୍ସ ଖାଲି ହେଉ ନ ଥିବାରୁ ପାଖାପାଖି ୬୦ ବିଧାୟକ ଓ ମନ୍ତ୍ରୀ ରାଜ୍ୟ ଅତିଥି ଭବନରେ ରହିଛନ୍ତି।

The post କ୍ୱାର୍ଟର୍ସ ଛାଡୁନାହାନ୍ତି ପୂର୍ବତନ ମନ୍ତ୍ରୀ, ବିଧାୟକ appeared first on Dharitri Odia News.