ହସ୍ପିଟାଲରେ ଭର୍ତ୍ତି ହେଲେ ବରିଷ୍ଠ ଭାଜପା ନେତା
କଟକ,୧।୧୧: ବରିଷ୍ଠ ଭାଜପା ନେତା ସମୀର ଦେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଶୁକ୍ରବାର ସିଡିଏ ସ୍ଥିତ ଏକ ଘରୋଇ ହସ୍ପିଟାଲର ତାଙ୍କୁ ଭର୍ତ୍ତି କରାଯାଇଛି। ସେ ବର୍ତ୍ତମାନ ଆଇସିୟୁରେ ଚିକିତ୍ସାଧିନ ଥିବା ଜଣାପଡ଼ିଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସମୀର ଦେ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ଭାଜପା ଟିକେଟରେ କଟକ ସିଟି ବିଧାନସଭା ଆସନରୁ ଲଗାତାର ତିନି ଥର ବିଜୟୀ ହୋଇଥିଲେ। ୧୯୯୫, ୨୦୦୦ ଓ ୨୦୦୪ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ […] The post ହସ୍ପିଟାଲରେ ଭର୍ତ୍ତି ହେଲେ ବରିଷ୍ଠ ଭାଜପା ନେତା appeared first on Dharitri Odia News.
କଟକ,୧।୧୧: ବରିଷ୍ଠ ଭାଜପା ନେତା ସମୀର ଦେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଶୁକ୍ରବାର ସିଡିଏ ସ୍ଥିତ ଏକ ଘରୋଇ ହସ୍ପିଟାଲର ତାଙ୍କୁ ଭର୍ତ୍ତି କରାଯାଇଛି। ସେ ବର୍ତ୍ତମାନ ଆଇସିୟୁରେ ଚିକିତ୍ସାଧିନ ଥିବା ଜଣାପଡ଼ିଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି।
ସମୀର ଦେ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ଭାଜପା ଟିକେଟରେ କଟକ ସିଟି ବିଧାନସଭା ଆସନରୁ ଲଗାତାର ତିନି ଥର ବିଜୟୀ ହୋଇଥିଲେ। ୧୯୯୫, ୨୦୦୦ ଓ ୨୦୦୪ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ ସମୀର ଦେ। ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ସେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାରରେ ନଗର ଉନ୍ନୟନ ମନ୍ତ୍ରୀ ଥିଲେ। ସେହିପରି ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ସେ ଉଚ୍ଚଶିକ୍ଷା ମନ୍ତ୍ରୀ ହୋଇଥିଲେ।
The post ହସ୍ପିଟାଲରେ ଭର୍ତ୍ତି ହେଲେ ବରିଷ୍ଠ ଭାଜପା ନେତା appeared first on Dharitri Odia News.