ଡିଆଇଜି ରାଜେଶ୍‌ ପଣ୍ଡିତ ସସ୍‌ପେଣ୍ଡ

ଭୁବନେଶ୍ୱର,୩୦।୭: ରାଜ୍ୟ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ପଣ୍ଡିତ ରାଜେଶ ଉତ୍ତମରାଓ ସସ୍‌ପେଣ୍ଡ ହୋଇଛନ୍ତି। ରାଜେଶଙ୍କ ସସ୍‌ପେଣ୍ଡ ନେଇ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ହୋଇଛି। ଭାରତୀୟ ପୋଲିସ ସେବା ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗରେ ଏହି ନିଷ୍ପତ୍ତି ନିଆଯାଇଛି। କ୍ୟାପିଟାଲ ଥାନା ଅଞ୍ଚଳରେ ଜଣେ ମହିଳା ଇନ୍ସପେକ୍ଟରଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ସସ୍‌ପେଣ୍ଡ କରାଯାଇଛି। ସସ୍‌ପେଣ୍ଡ ଆଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। କେବଳ ଏତିକି ନୁହେଁ, ବିନା ଅନୁମତିରେ ରାଜେଶ ହେଡକ୍ୱାର୍ଟର […] The post ଡିଆଇଜି ରାଜେଶ୍‌ ପଣ୍ଡିତ ସସ୍‌ପେଣ୍ଡ appeared first on Dharitri Odia News.

ଡିଆଇଜି ରାଜେଶ୍‌ ପଣ୍ଡିତ ସସ୍‌ପେଣ୍ଡ

ଭୁବନେଶ୍ୱର,୩୦।୭: ରାଜ୍ୟ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ପଣ୍ଡିତ ରାଜେଶ ଉତ୍ତମରାଓ ସସ୍‌ପେଣ୍ଡ ହୋଇଛନ୍ତି। ରାଜେଶଙ୍କ ସସ୍‌ପେଣ୍ଡ ନେଇ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ହୋଇଛି। ଭାରତୀୟ ପୋଲିସ ସେବା ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗରେ ଏହି ନିଷ୍ପତ୍ତି ନିଆଯାଇଛି। କ୍ୟାପିଟାଲ ଥାନା ଅଞ୍ଚଳରେ ଜଣେ ମହିଳା ଇନ୍ସପେକ୍ଟରଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ସସ୍‌ପେଣ୍ଡ କରାଯାଇଛି। ସସ୍‌ପେଣ୍ଡ ଆଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। କେବଳ ଏତିକି ନୁହେଁ, ବିନା ଅନୁମତିରେ ରାଜେଶ ହେଡକ୍ୱାର୍ଟର ଛାଡିପାରିବେନି ବୋଲି ନିର୍ଦ୍ଦେଶ ରହିଛି।
ସୂଚନାଯୋଗ୍ୟ,ଗତ ୨୭ରେ କ୍ୟାପିଟାଲ ଥାନା ଅଞ୍ଚଳରେ ଜଣେ ମହିଳା ଇନ୍ସପେକ୍ଟରଙ୍କ ଘରେ ପଶି ଡିଆଇଜି ରାଜେଶ ଦୁର୍ବ୍ୟବହାର କରିଥିଲେ।
ନୀତି ଆୟୋଗର ବୈଠକରେ ଯୋଗ ଦେବା ପରେ ୪ ଦିନିଆ ଦିଲ୍ଲୀ ଗସ୍ତ ଶେଷ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବା ପରେ ଘଟଣା ସମ୍ପର୍କରେ ଅବଗତ ହୋଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି।

The post ଡିଆଇଜି ରାଜେଶ୍‌ ପଣ୍ଡିତ ସସ୍‌ପେଣ୍ଡ appeared first on Dharitri Odia News.