‘ପାକିସ୍ତାନ କ୍ରିକେଟକୁ ବର୍‌ବାଦ କରିଛନ୍ତି ବାବର’

ଇସଲାମାବାଦ,୨୧।୨: ପାକିସ୍ତାନ କ୍ରିକେଟକୁ ବରବାଦ କରିଛନ୍ତି ପୂର୍ବତନ ଅଧିନାୟକ ତଥା ବ୍ୟାଟ୍ସମ୍ୟାନ୍‌ ବାବର ଆଜମ। ଯେବେ ସେ ଅଧିନାୟକ ଥିଲେ, ସେତେବେଳେ ଏକ ନିଷ୍ପତ୍ତି ନେଇଥିଲେ, ଯାହାର ପରିଣାମ ଦଳ ଉପରେ ପଡ଼ିଥିଲା। ଏସିଆ କପ୍‌ ଏବଂ ଭାରତରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପ୍‌ରେ ଦଳର ନାକ କଟିଥିଲା। ଏଭଳି କିଛି ଅଭିଯୋଗ କରିଛନ୍ତି ପାକିସ୍ତାନ କ୍ରିକେଟର ପ୍ରୋଫେସର ଅର୍ଥାତ ମହମ୍ମଦ ହଫିଜ୍‌। ଏକ ଟେଲିଭିଜନ ଶୋ’ରେ ମହମ୍ମଦ ହଫିଜ୍‌ କହିଛନ୍ତି ଯେ, ମିକି ଆର୍ଥରଙ୍କ ସହ ମିଶି […] The post ‘ପାକିସ୍ତାନ କ୍ରିକେଟକୁ ବର୍‌ବାଦ କରିଛନ୍ତି ବାବର’ appeared first on Dharitri Odia News.

‘ପାକିସ୍ତାନ କ୍ରିକେଟକୁ ବର୍‌ବାଦ କରିଛନ୍ତି ବାବର’

ଇସଲାମାବାଦ,୨୧।୨: ପାକିସ୍ତାନ କ୍ରିକେଟକୁ ବରବାଦ କରିଛନ୍ତି ପୂର୍ବତନ ଅଧିନାୟକ ତଥା ବ୍ୟାଟ୍ସମ୍ୟାନ୍‌ ବାବର ଆଜମ। ଯେବେ ସେ ଅଧିନାୟକ ଥିଲେ, ସେତେବେଳେ ଏକ ନିଷ୍ପତ୍ତି ନେଇଥିଲେ, ଯାହାର ପରିଣାମ ଦଳ ଉପରେ ପଡ଼ିଥିଲା। ଏସିଆ କପ୍‌ ଏବଂ ଭାରତରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପ୍‌ରେ ଦଳର ନାକ କଟିଥିଲା। ଏଭଳି କିଛି ଅଭିଯୋଗ କରିଛନ୍ତି ପାକିସ୍ତାନ କ୍ରିକେଟର ପ୍ରୋଫେସର ଅର୍ଥାତ ମହମ୍ମଦ ହଫିଜ୍‌।

ଏକ ଟେଲିଭିଜନ ଶୋ’ରେ ମହମ୍ମଦ ହଫିଜ୍‌ କହିଛନ୍ତି ଯେ, ମିକି ଆର୍ଥରଙ୍କ ସହ ମିଶି ବାବର ପାକିସ୍ତାନ ଟିମ୍‌ରେ ଫିଟ୍‌ନେସ୍‌ କଲ୍ଚରକୁ ନଷ୍ଟ କରିଥିଲେ। ଦଳରେ ରହିବାକୁ ଏବଂ ସାମିଲ ହେବାକୁ କୌଣସି ବି ଖେଳାଳିଙ୍କର ଫିଟ୍‌ନେସ୍‌ ଟେଷ୍ଟ ହେଉ ନ ଥିଲା। କାରଣ ସେମାନେ ଫିଟ୍‌ନେସ୍‌କୁ ଗୁରୁତ୍ୱ ଦେଉ ନ ଥିଲେ। ଏପରିକି ଦଳର ଯେଉଁ ଖେଳାଳି ଯେମିତି ଇଚ୍ଛା ସେମିତି ଖେଳିପାରିବେ ବୋଲି କହିଥିଲେ ବୋଲି ସେ କହିଛନ୍ତି।