ଇଂଲଣ୍ତ ବିପକ୍ଷ ପ୍ରଥମ ୨ଟି ଟେଷ୍ଟ ଖେଳିବେନି କୋହଲି..ରୋହିତଙ୍କୁ କହିଲେ କାରଣ..
ତେବେ ବିରାଟ କଣ ପାଇଁ ଖେଳିବେନି, ସେନେଇ ସେ ଟିମ୍ର ଅଧିନାୟକ ରୋହିତ ଶର୍ମାଙ୍କୁ ଜଣାଇଛନ୍ତି । ଯାହାକୁ ରୋହିତ ମଧ୍ୟ ସମର୍ଥନ ଜଣାଇଛନ୍ତି ।
ଇଂଲଣ୍ତ ବିପକ୍ଷ ଟେଷ୍ଟ ସିରିଜ୍ର ପ୍ରଥମ ୨ଟି ଟେଷ୍ଟ ଖେଳିବେନି ଟିମ୍ ଇଣ୍ତିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି । ଇଂଲଣ୍ତ ବିପକ୍ଷ ୫ ଟିକିଆ ଟେଷ୍ଟ ସିରିଜ୍ର ପ୍ରଥମ ଦୁଇଟି ଟେଷ୍ଟ ଖେଳିବେନି ବୋଲି ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି । ବ୍ୟକ୍ତିଗତ କାରଣରୁ ମ୍ୟାଚ୍ ଖେଳିବେନି ବୋଲି ବିରାଟ ଉଭୟ ବିସିସିଆଇ ଓ କ୍ୟାପଟେନ୍ ରୋହିତ ଶର୍ମାଙ୍କୁ ଜଣାଇଛନ୍ତି ବୋଲି ସୂଚନା ମିଳିଛି ।
ଇଂଲଣ୍ଡ ବିପକ୍ଷ ହାଇପ୍ରୋଫାଇଲ୍ ସିରିଜର ପ୍ରଥମ ଦୁଇଟି ଟେଷ୍ଟରେ ରୋହିତ ବାହିନୀ ବ୍ୟାଟିଂ ଆଇକନ୍ ବିରାଟ କୋହଲିଙ୍କ ଅନୁପସ୍ଥିତିକୁ ଅନୁଭବ କରିବେ । ନିକଟରେ ଆଫଗାନିସ୍ତାନ ଟି-୨୦ ସିରିଜରେ ବିରାଟ କମ୍ବ୍ୟାକ୍ କରିଥିବା ବେଳେ ଇଂଲଣ୍ତ ବିପକ୍ଷ ଟେଷ୍ଟ ସିରିଜ୍ର ୨ଟି ମ୍ୟାଚ୍ ଖେଳିବେନି । ବିରାଟଙ୍କ ବଦଳରେ ଦଳରେ କୌଣସି ଖେଳାଳିଙ୍କୁ ଏଯାଏ ସାମିଲ କରାଯାଇନାହିଁ । ପୂର୍ବରୁ ମଧ୍ୟ କୋହଲି ଆଫଗାନିସ୍ତାନ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍ର ପ୍ରଥମ ମ୍ୟାଚ୍ରୁ ବ୍ୟକ୍ତିଗତ କାରଣ ଯୋଗୁ ଓହରି ଯାଇଥିଲେ ।
ତେବେ ବିରାଟ କଣ ପାଇଁ ଖେଳିବେନି, ସେନେଇ ସେ ଟିମ୍ର ଅଧିନାୟକ ରୋହିତ ଶର୍ମାଙ୍କୁ ଜଣାଇଛନ୍ତି । ଯାହାକୁ ରୋହିତ ମଧ୍ୟ ସମର୍ଥନ ଜଣାଇଛନ୍ତି । ବିରାଟଙ୍କ ଅନୁପସ୍ଥିତି ଟିମ୍ ଇଣ୍ତିଆକୁ ଭାରି ପଡ଼ିପାରେ । ବିଶେଷ କରି ଯୁବ ଖେଳାଳି ଯଶସ୍ୱୀ ଜଏସୱାଲ୍, ଶୁବମନ ଗିଲ ଓ ଶ୍ରେୟସ ଅୟରଙ୍କ ଉପରେ ଦାୟିତ୍ୱ ବଢ଼ିଯିବ ।