OYO ଏବଂ ଗେଷ୍ଟ ହାଉସକୁ ୧୬ ଲକ୍ଷ ଟଙ୍କାର ଜରିମାନା, ବୁକିଂ ପରେ ବି ମିଳିନଥିଲା ରୁମ୍
ନୂଆଦିଲ୍ଲୀ ୦୪।୦୯ : OYO ଏବଂ ଏକ ଗେଷ୍ଟ ହାଉସ୍କୁ ୧୬ ଲକ୍ଷ ଟଙ୍କାର ଜରିମାନା । ତାମିଲନାଡୁର ଜିଲ୍ଲା ଖାଉଟି ଅଦଲତାଙ୍କ ପକ୍ଷରୁ ଏହି ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଡ୍ଭାନ୍ସ ବୁକିଂ ପରେ ବି ଗେଷ୍ଟ ହାଉସ୍ ପକ୍ଷରୁ କୌଣସି ରୁମ୍ ମିଳିନଥିଲା । ଆଉ ବାଧ୍ୟ ହୋଇ ଆଇନ୍ ଛାତ୍ରୀ ଜଣଙ୍କ ଗେଷ୍ଟ ହାଉସ୍ରେ ରୁମ୍ ବୁକ୍ କରିଥିଲେ, ତଥାପି ତାଙ୍କୁ କୌଣସି ସୁବିଧା ସୁଯୋଗ ମିଳିନଥିଲା। ଯାହାର ପରିଣତି ସେ ପରୀକ୍ଷାରେ ଫେଲ୍ ହୋଇଥିବା ଖାଉଟି ଅଦାଲତାରେ ଅଭିଯୋଗ କରିଥିଲା। ଶୁଣାଣି କରି ଖାଉଟି ଅଦାଲତା ଏବେ ରାୟ ଦେଇଛନ୍ତି ।ଖବର ଅନୁସାରେ, ଆବେଦନକାରୀ ନିଜ ଭଉଣୀଙ୍କ ସହିତ କୋଭିପତିରୁ ଚେନ୍ନାଇ ଯାଇଥିଲେ । ଭଉଣୀ ଅଲ୍ ଇଣ୍ଡିଆ ଲ ଏଣ୍ଟ୍ରାନ୍ସ ଟେଷ୍ଟ (AILET)ର ପରୀକ୍ଷା ଦେବାର ଥିଲା। ଏଥି ପାଇଁ ସେ ଚେନ୍ନାଇରେ OYO ଜରିଆରେ ତିନି ଦିନ ପାଇଁ ଏକ ଏକ୍ ଗେଷ୍ଟ ହାଉସ୍ରେ ରୁମ୍ ବୁକ୍ କରିଥିଲେ । କିନ୍ତୁ ସେ ଯେତେବେଳେ ହୋଟେଲ୍ରେ ପହଞ୍ଚନ୍ତି । ଆଉ ରୁମ୍ ବିଷୟରେ ପଚରାନ୍ତି, ହଠାତ୍ ହୋଟେଲ୍ ମ୍ୟାନେଜର କୌଣସି ରୁମ୍ ବୁକ୍ ହୋଇନଥିବା ନେଇ କୁହନ୍ତି । ଶେଷରେ କୌଣସି ଉପାୟ ନପାଇ ଛାତ୍ରୀ ଏବଂ ତାଙ୍କ ଭାଇ ଉକ୍ତ ହୋଟେଲ୍ରେ ରୁମ୍ ବୁକ୍ କରିଥିଲେ । ହେଲେ ବୁକ୍ ପରେ ବି ଗେଷ୍ଟ ହାଉସ୍ ପକ୍ଷରୁ ସେମିତି କୌଣସି ସୁବିଧା ସୁଯୋଗ ଦିଆଯାଇନଥିଲା । ଯାହାର ପରିଣତି ପରୀକ୍ଷାରେ ଦେଖିବାକୁ ମିଳ
ନୂଆଦିଲ୍ଲୀ ୦୪।୦୯ : OYO ଏବଂ ଏକ ଗେଷ୍ଟ ହାଉସ୍କୁ ୧୬ ଲକ୍ଷ ଟଙ୍କାର ଜରିମାନା । ତାମିଲନାଡୁର ଜିଲ୍ଲା ଖାଉଟି ଅଦଲତାଙ୍କ ପକ୍ଷରୁ ଏହି ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଡ୍ଭାନ୍ସ ବୁକିଂ ପରେ ବି ଗେଷ୍ଟ ହାଉସ୍ ପକ୍ଷରୁ କୌଣସି ରୁମ୍ ମିଳିନଥିଲା । ଆଉ ବାଧ୍ୟ ହୋଇ ଆଇନ୍ ଛାତ୍ରୀ ଜଣଙ୍କ ଗେଷ୍ଟ ହାଉସ୍ରେ ରୁମ୍ ବୁକ୍ କରିଥିଲେ, ତଥାପି ତାଙ୍କୁ କୌଣସି ସୁବିଧା ସୁଯୋଗ ମିଳିନଥିଲା। ଯାହାର ପରିଣତି ସେ ପରୀକ୍ଷାରେ ଫେଲ୍ ହୋଇଥିବା ଖାଉଟି ଅଦାଲତାରେ ଅଭିଯୋଗ କରିଥିଲା। ଶୁଣାଣି କରି ଖାଉଟି ଅଦାଲତା ଏବେ ରାୟ ଦେଇଛନ୍ତି ।
ଖବର ଅନୁସାରେ, ଆବେଦନକାରୀ ନିଜ ଭଉଣୀଙ୍କ ସହିତ କୋଭିପତିରୁ ଚେନ୍ନାଇ ଯାଇଥିଲେ । ଭଉଣୀ ଅଲ୍ ଇଣ୍ଡିଆ ଲ ଏଣ୍ଟ୍ରାନ୍ସ ଟେଷ୍ଟ (AILET)ର ପରୀକ୍ଷା ଦେବାର ଥିଲା। ଏଥି ପାଇଁ ସେ ଚେନ୍ନାଇରେ OYO ଜରିଆରେ ତିନି ଦିନ ପାଇଁ ଏକ ଏକ୍ ଗେଷ୍ଟ ହାଉସ୍ରେ ରୁମ୍ ବୁକ୍ କରିଥିଲେ । କିନ୍ତୁ ସେ ଯେତେବେଳେ ହୋଟେଲ୍ରେ ପହଞ୍ଚନ୍ତି । ଆଉ ରୁମ୍ ବିଷୟରେ ପଚରାନ୍ତି, ହଠାତ୍ ହୋଟେଲ୍ ମ୍ୟାନେଜର କୌଣସି ରୁମ୍ ବୁକ୍ ହୋଇନଥିବା ନେଇ କୁହନ୍ତି । ଶେଷରେ କୌଣସି ଉପାୟ ନପାଇ ଛାତ୍ରୀ ଏବଂ ତାଙ୍କ ଭାଇ ଉକ୍ତ ହୋଟେଲ୍ରେ ରୁମ୍ ବୁକ୍ କରିଥିଲେ । ହେଲେ ବୁକ୍ ପରେ ବି ଗେଷ୍ଟ ହାଉସ୍ ପକ୍ଷରୁ ସେମିତି କୌଣସି ସୁବିଧା ସୁଯୋଗ ଦିଆଯାଇନଥିଲା । ଯାହାର ପରିଣତି ପରୀକ୍ଷାରେ ଦେଖିବାକୁ ମିଳିଲା । ଏପିରିକି ସେ ଏଣ୍ଟ୍ରାନ୍ସରେ ଉତ୍ତୀର୍ଣ୍ଣ ନହେବା ପଛରେ ଗେଷ୍ଟହାଉସ୍ର ସୁବିଧା ସୁଯୋଗ ଦାୟୀ ବୋଲି କହିଥିଲେ, ଆଉ ତାଙ୍କ ଭଉଣୀର ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟରେ (NLU) ଆଡ୍ମିଶନ କରିବାର ସ୍ୱପ୍ନ ଭାଙ୍ଗିଯାଇଥିଲା ।
ଶେଷରେ ଛାତ୍ରୀଙ୍କ ଭାଉ ଖାଉଟି ଅଦାଲତରେ ଏନେଇ ଅଭିଯୋଗ କରିଥିଲେ, ଆଉ ଦର୍ଶାଇଥିଲେ କି ଗେଷ୍ଟହାଉସ୍ର ପର୍ଯ୍ୟାପ୍ତ ସୁବିଧା ସୁଯୋଗ ନଯୋଗାଇବା କାରଣରୁ ତାଙ୍କ ଭଉଣୀ ପରୀକ୍ଷାରେ ଫେଲ୍ ହୋଇଛନ୍ତି । ମାମଲାର ଶୁଣାଣି କରି ଖାଉଟି ଅଦଲାତ ଉକ୍ତ ଗେଷ୍ଟ ହାଉସ୍ ଏବଂ OYO ଉପରେ ୧୬ ଲକ୍ଷ ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ଆସନ୍ତୁ ଜାଣିବା କୋର୍ଟ କେଉଁ ସବୁ ଭୁଲ୍ ପାଇଁ ଏତେ ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ..
୧- ବୁକିଂ ରାଶି ଏବଂ ଯାତ୍ରାରେ ଖର୍ଚ୍ଚ ଲାଗି ୬୭୯୭
୨- ଛାତ୍ରୀଙ୍କର ପୁରା କୋର୍ସ ଫିସ୍ ପାଇଁ ୧.୨୩ ଲକ୍ଷ
୩- ଅକ୍ଲାନ୍ତ ପରିଶ୍ରମ ପରେ ବି ଛାତ୍ରୀଙ୍କର ପାଠପଢ଼ାରେ ଗୋଟିଏ ବର୍ଷ ପଛେଇଯିବା ପାଇଁ ୧୦ ଲକ୍ଷ ଟଙ୍କା
୪- ମାନସିକ ଚାପ ଏବଂ ବ୍ୟବହାର ପାଇଁ ଛାତ୍ରୀଙ୍କ ୫ ଲକ୍ଷର କ୍ଷତିପୂରଣ
୫- ଅଭିଯୋଗର ଦେୟ ପାଇଁ ୧୦ ହଜାର ଟଙ୍କା
ତେବେ ନୋଟିସ ପରେ ଅଦାଲତରେ ଗେଷ୍ଟ ହାଉସ୍ ଏବଂ OYO ପକ୍ଷରୁ କୌଣସି ଉତ୍ତର ଆସିନଥିଲେ । ଶେଷରେ ଖାଉଟି ଅଦାଲତ ବାଧ୍ୟ ହୋଇ ଏକପାଖିଆ ରାୟ ଶୁଣାଇଥିଲେ।