ରାଶିଫଳ: ବୁଧବାର, ଏପ୍ରିଲ ୧୭ ତାରିଖ – Daily Horoscope

ମେଷ ଆଜି ଅଶ୍ଳେଷା ନକ୍ଷତ୍ର ବ୍ୟତୀତ ଅନ୍ୟ ନକ୍ଷତ୍ର ପାଇଁ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଉନ୍ନତି ହେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ। ପ୍ରଶାସନ, ପ୍ରକାଶନ, ଅଧ୍ୟୟନ ଓ ଅଧ୍ୟାପନା ଏବଂ ସାହିତ୍ୟ, ଗବେଷଣା, ସାମ୍ବାଦିକତା କ୍ଷେତ୍ରରୁ ଶୁଭଫଳ ମିଳିବ। ସାଂସ୍କୃତିକ କାର୍ଯ୍ୟକ୍ରମ, ସଭାସମିତିରେ ବନ୍ଧୁମିଳନଜନିତ ମନ ଖୁସି ରହିବ। ବୃଷ ବୁଧ ନକ୍ଷତ୍ରସ୍ଥ ଶୁକ୍ର ସମ୍ପର୍କରୁ ବୌଦ୍ଧିକ ବିକାଶ ସହ ବୈଷୟିକ ସୁଖ, ସମୃଦ୍ଧିଜନିତ ମନ ପ୍ରଫୁଲ୍ଲ ରହିବ। କଳା, ସାହିତ୍ୟ, ଆଲୋଚନା ସହ […] The post ରାଶିଫଳ: ବୁଧବାର, ଏପ୍ରିଲ ୧୭ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ବୁଧବାର, ଏପ୍ରିଲ ୧୭ ତାରିଖ – Daily Horoscope
ମେଷ
ଆଜି ଅଶ୍ଳେଷା ନକ୍ଷତ୍ର ବ୍ୟତୀତ ଅନ୍ୟ ନକ୍ଷତ୍ର ପାଇଁ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଉନ୍ନତି ହେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ। ପ୍ରଶାସନ, ପ୍ରକାଶନ, ଅଧ୍ୟୟନ ଓ ଅଧ୍ୟାପନା ଏବଂ ସାହିତ୍ୟ, ଗବେଷଣା, ସାମ୍ବାଦିକତା କ୍ଷେତ୍ରରୁ ଶୁଭଫଳ ମିଳିବ। ସାଂସ୍କୃତିକ କାର୍ଯ୍ୟକ୍ରମ, ସଭାସମିତିରେ ବନ୍ଧୁମିଳନଜନିତ ମନ ଖୁସି ରହିବ।
ବୃଷ
ବୃଷ
ବୁଧ ନକ୍ଷତ୍ରସ୍ଥ ଶୁକ୍ର ସମ୍ପର୍କରୁ ବୌଦ୍ଧିକ ବିକାଶ ସହ ବୈଷୟିକ ସୁଖ, ସମୃଦ୍ଧିଜନିତ ମନ ପ୍ରଫୁଲ୍ଲ ରହିବ। କଳା, ସାହିତ୍ୟ, ଆଲୋଚନା ସହ ବୁଦ୍ଧିଜୀବୀଙ୍କ ସଙ୍ଗଲାଭ କରିବେ। ପ୍ରତିଯୋଗିତା, ପ୍ରଶାସନ, ବ୍ୟବସାୟାଦି କ୍ଷେତ୍ରରେ ଉନ୍ନତି ହେବ। ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ସ୍ତ୍ରୀ କ୍ଷୁବ୍ଧ ହୋଇ ମୁହଁ ଫେରାଇ ନେଇପାରନ୍ତି।
ମିଥୁନ
ମିଥୁନ
ବକ୍ରୀ ବୁଧ ରେବତୀ ନକ୍ଷତ୍ରସ୍ଥ ଯୋଗୁ ବନ୍ଧୁଙ୍କ ସହ ମତାନ୍ତର ଓ କଳହ ସୃଷ୍ଟି ଆଶଙ୍କା ରହିଛି। ପରିବାରର ଖର୍ଚ୍ଚଭାର ବୃଦ୍ଧି ପାଇବା କାରଣରୁ ଚିନ୍ତା ପ୍ରକଟ କରିବେ। ଯାହାକୁ କିଛି ସହାନୁଭୂତି ଆଶାରେ କହିବାକୁ ଯିବେ, ସେ ଓଲଟା କଥା କହିପାରେ। ତଥାପି କ୍ରୀଡ଼ା, ସାହିତ୍ୟ, ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇପାରନ୍ତି।
କର୍କଟ
କର୍କଟ
କେତୁ ନକ୍ଷତ୍ରସ୍ଥ ଚନ୍ଦ୍ର ମନକୁ ବିକ୍ଷିପ୍ତ ଭାବନାରେ ବ୍ୟତିବ୍ୟସ୍ତ କରାଇପାରେ। ସହଜାତ ଗୁଣର ପ୍ରଭାବରେ ସହନଶୀଳତା ଓ ଉଦାର ମନୋଭାବ କାରଣରୁ ଅନ୍ୟମାନଙ୍କର ପ୍ରିୟପାତ୍ର ହେବେ। କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ତାହାକୁ ସାମ୍ନା କରିପାରିବେ। କରଜଦାତାଙ୍କ ଚାପ ବୃଦ୍ଧି ପାଇବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ।
ସି˚ହ
ସି˚ହ
ରାଶ୍ୟାଧିପ ସ୍ବଉଚ୍ଚରାଶିରେ ଅବସ୍ଥାନ କରିଥିବାରୁ ପ୍ରଶାସନିକ କ୍ଷେତ୍ର, ରାଜନୀତି, ସଂଗଠନ କ୍ଷେତ୍ରରେ ସଫଳତା ମିଳିବ। ପାରିବାରିକ କ୍ଷେତ୍ରରେ କିଛି କହିବା ଅପେକ୍ଷା ନୀରବ ରହିପାରିଲେ ଭଲ। ଶିଳ୍ପ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଅସୁବିଧା ରହିବନାହିଁ। ନିଜ ବିଚାରବୁଦ୍ଧି ମାଧ୍ୟମରେ କାର୍ଯ୍ୟ କଲେ ଉପକୃତ ହୋଇପାରିବେ।
କନ୍ୟା
ବୃହସ୍ପତିଙ୍କ ଶୁଭଦୃଷ୍ଟିରୁ ପାରିବାରିକ ସମସ୍ୟା ସମାଧାନ ବନ୍ଧୁଙ୍କ ମାଧ୍ୟମରେ ହୋଇପାରିବ। ପିଲାଙ୍କ ସକାଶେ ଅନ୍ୟମାନଙ୍କ ନିକଟରେ ମୁଣ୍ଡ ନୁଆଁଇବାକୁ ପଡ଼ିପାରେ। ବନ୍ଧୁଙ୍କ ଅନୁରୋଧ କ୍ରମେ ଦିନଭରି ଶ୍ରମ ଏବଂ ଭ୍ରମଣଜନିତ କ୍ଲାନ୍ତି ଦେଖାଦେଇପାରେ। କୌଣସି ଗୃହୋପକରଣ କିମ୍ବା ମୂଲ୍ୟବାନ୍‌ ସାମଗ୍ରୀ କ୍ରୟ କରିପାରନ୍ତି।
ତୁଳା
ତୁଳା
ଶୁକ୍ରଙ୍କ ଷଷ୍ଠସଂସ୍ଥାନ ଅପୂର୍ବ ସୁଯୋଗ ସୃଷ୍ଟିକରି ଅର୍ଥ, ଉପଢୌକନ, ସମ୍ମାନଦାନରେ ସହାୟକ ହୋଇପାରନ୍ତି। କଳା, ପ୍ରତିଯୋଗିତାରେ ସଫଳତା ସହ ବନ୍ଧୁମିଳନରୁ ଖୁସି ରହିବେ। କର୍ମକ୍ଷେତ୍ରରେ ଗୁଡ଼ାଏ କାମ ହାତକୁ ନେଇ ବ୍ୟଥିତ ହେବେ। ଅପ୍ରିୟ ସତ୍ୟ କହିବାରୁ ସମ୍ମାନ ବଢ଼ିବ କିନ୍ତୁ ଶତ୍ରୁତା ସୃଷ୍ଟି ଆଶଙ୍କା ରହିଛି।
ବିଛା
ବିଛା
ପାପଗ୍ରହ ଦୃଷ୍ଟିବର୍ଜିତ ଭାଗ୍ୟସ୍ଥଚନ୍ଦ୍ର ସରଳ ଓ ସହଜରେ କାର୍ଯ୍ୟ ହାସଲରେ ସହାୟକ ହେବ। ଚତୁର୍ଥଭାବ ପାପଯୁକ୍ତ ଯୋଗୁ ପରିଜନଙ୍କ ସ୍ବାସ୍ଥ୍ୟ ସମସ୍ୟା ବୃଦ୍ଧି କାରଣରୁ ବିଚଳିତବୋଧ କରିପାରନ୍ତି। ଏଜେନ୍ସିପ୍‌, ସାମ୍ବାଦିକତା, ରାଜନୀତି, କର୍ମାରମ୍ଭ, କଳା ଓ ସାହିତ୍ୟ, ଏଜେନ୍ସିପ୍‌ ପ୍ରଭୃତିରୁ ସୁଫଳ ପାଇବେ।
ଧନୁ
ଧନୁ
କର୍ମଭାବସ୍ଥ କେତୁଙ୍କ କୁପ୍ରଭାବଜନିତ ଅନ୍ୟମନସ୍କତା କିମ୍ବା ବିସ୍ମରଣଜନିତ କୌଣସି ଜିନିଷ ହରାଇ ପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀ, ଅଧସ୍ତନ କର୍ମଚାରୀଙ୍କ ଦ୍ୱାରା କାର୍ଯ୍ୟ ସାଧନ କରିପାରିବେ। ପାରିବାରିକ କ୍ଷେତ୍ରରେ ସମସ୍ୟା ସମାଧାନରେ ରାସ୍ତା ବାହାର କରିପାରନ୍ତି। ଅନ୍ତରଙ୍ଗ ବନ୍ଧୁମାନେ ପରୋକ୍ଷ ଶତ୍ରୁତା କରିବାର ଆଶଙ୍କା ରହିଛି।
ମକର
ମକର
ଶନି ଓ ଚନ୍ଦ୍ରଙ୍କ ଷଡାଷ୍ଟକ ସ୍ଥିତି କାରଣରୁ ପାରିବାରିକ ମତାନ୍ତରରୁ କଳହ ସୃଷ୍ଟି ହେବ। ଶୁକ୍ରଙ୍କ ସୁପ୍ରଭାରୁ କଳା, ସାହିତ୍ୟ, ସଙ୍ଗୀତାଦିରୁ ପ୍ରଶଂସା ପାଇବେ। କର୍ମକ୍ଷେତ୍ରରେ ଯେମିତି ଆଶା କରୁଛନ୍ତି ସେମିତି ହିଁ ପାଇବାରେ କୌଣସି ଅସୁବିଧା ରହିବ ନାହିଁ। କିନ୍ତୁ ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ନିର୍ମାଣ କ୍ଷେତ୍ରରେ ଝଗଡ଼ା ଲାଗିପାରେ।
କୁମ୍ଭ
କୁମ୍ଭ
ରବି ଓ ବୃହସ୍ପତିଙ୍କ ଭାଗ୍ୟସ୍ଥାନକୁ ଦୃଷ୍ଟି ଫଳରେ ସାମଗ୍ରିକ ଦୃଷ୍ଟିକୋଣରୁ ସଫଳତା ମିଳିବ। ଶନି ସହ ମଙ୍ଗଳଙ୍କ ସାନ୍ନିଧ୍ୟ ପ୍ରଭାବରେ ଭ୍ରାତୃସମ୍ପର୍କ କ୍ଷୁଣ୍ଣ ହୋଇପାରେ। କର୍ମକ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ। ଆଧ୍ୟାମତ୍ିକତା, ଗଣତନ୍ତ୍ର, ଟେକ୍‌ନିକାଲ୍‌ କର୍ମସମୂହ କ୍ଷେତ୍ରରେ ସୁଫଳ ପାଇବେ।
ମୀନମୀନ

ଗୁରୁଙ୍କ ସୁପ୍ରଭାବରୁ ଆପଣଙ୍କ ଯୁକ୍ତିଯୁକ୍ତ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଭାଷା ଏବଂ ମଧୁର ବ୍ୟବହାର ସାର୍ବଜନୀନ ପ୍ରଶଂସା ପାଇଁ ସହାୟକ ହେବ। ଆନୁଷ୍ଠାନିକ କାମରୁ କିମ୍ବା ଆଲୋଚନା ପରିସରରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଭଲ ରହି ନ ପାରେ। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା କ୍ଷେତ୍ରରେ ଆଦୃତ ହେବେ। ବୈଠକ ଆଲୋଚନା, ରାଜନୀତି, ସଭାସମିତି ପାଇଁ ଦିନଟି ପ୍ରୀତିପ୍ରଦ ରହିବ।

The post ରାଶିଫଳ: ବୁଧବାର, ଏପ୍ରିଲ ୧୭ ତାରିଖ – Daily Horoscope appeared first on Dharitri Odia News.