ଗମ୍ଭୀର ନା ଫ୍ଲେମିଂ, କିଏ ହେବେ ଭାରତର କୋଚ୍? ମହେନ୍ଦ୍ର ସିଂ ଧୋନୀ ନେବେ ନିଷ୍ପତ୍ତି !
ନୂଆଦିଲ୍ଲୀ,୨୧।୫: ଟି୨୦ ବିଶ୍ୱକପ୍ ପରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ପଦ ଖାଲି ହୋଇଯିବ। ଏଥିଲାଗି ବିସିସିଆଇ ନୂଆ କୋଚ୍ ଖୋଜିବା ଆରମ୍ଭ କରିଛି। ନ୍ୟାଶନାଲ କ୍ରିକେଟ ଏକାଡେମୀ ମୁଖ୍ୟ ଭିଭି ଏସ୍ ଲକ୍ଷ୍ମଣ, ଗୌତମ ଗମ୍ଭୀର, ଜଷ୍ଟିନ୍ ଲାଙ୍ଗର, ରିକି ପଣ୍ଟିଂ ଏବଂ ଚେନ୍ନାଇ ମୁଖ୍ୟ କୋଚ୍ ଷ୍ଟିଫେନ୍ ଫ୍ଲେମିଂ ଏହି ଦୌଡ଼ରେ ଅଛନ୍ତି। ହେଲେ ଏମାନଙ୍କ ମଧ୍ୟରୁ ଗମ୍ଭୀର ଏବଂ ଫ୍ଲେମିଂଙ୍କୁ ମଜଭୂତ ଦାବିଦାର ବୋଲି କୁହାଯାଉଛି। ଏସବୁ ମଧ୍ୟରେ ଟିମ୍ ଇଣ୍ଡିଆର କୋଚ୍ […] The post ଗମ୍ଭୀର ନା ଫ୍ଲେମିଂ, କିଏ ହେବେ ଭାରତର କୋଚ୍? ମହେନ୍ଦ୍ର ସିଂ ଧୋନୀ ନେବେ ନିଷ୍ପତ୍ତି ! appeared first on Dharitri Odia News.
ନୂଆଦିଲ୍ଲୀ,୨୧।୫: ଟି୨୦ ବିଶ୍ୱକପ୍ ପରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ପଦ ଖାଲି ହୋଇଯିବ। ଏଥିଲାଗି ବିସିସିଆଇ ନୂଆ କୋଚ୍ ଖୋଜିବା ଆରମ୍ଭ କରିଛି। ନ୍ୟାଶନାଲ କ୍ରିକେଟ ଏକାଡେମୀ ମୁଖ୍ୟ ଭିଭି ଏସ୍ ଲକ୍ଷ୍ମଣ, ଗୌତମ ଗମ୍ଭୀର, ଜଷ୍ଟିନ୍ ଲାଙ୍ଗର, ରିକି ପଣ୍ଟିଂ ଏବଂ ଚେନ୍ନାଇ ମୁଖ୍ୟ କୋଚ୍ ଷ୍ଟିଫେନ୍ ଫ୍ଲେମିଂ ଏହି ଦୌଡ଼ରେ ଅଛନ୍ତି। ହେଲେ ଏମାନଙ୍କ ମଧ୍ୟରୁ ଗମ୍ଭୀର ଏବଂ ଫ୍ଲେମିଂଙ୍କୁ ମଜଭୂତ ଦାବିଦାର ବୋଲି କୁହାଯାଉଛି। ଏସବୁ ମଧ୍ୟରେ ଟିମ୍ ଇଣ୍ଡିଆର କୋଚ୍ କିଏ ହେବ ସେ ନେଇ ସବୁଠାରୁ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନିଷ୍ପତ୍ତି ନେଇପାରନ୍ତି।
ବିସିସିଆଇର ପ୍ରଚେଷ୍ଟା ସତ୍ତ୍ୱେ ନିଜର କାର୍ଯ୍ୟକାଳ ବଢ଼ାଇବାକୁ ଚାହୁଁନାହାନ୍ତି ରାହୁଲ ଦ୍ରାବିଡ। ଏକ ରିପୋର୍ଟ ଅନୁଯାୟୀ ଫ୍ଲେିମିଂଙ୍କୁ ଏହି ଦାୟିତ୍ୱ ଦେବା ଲାଗି ବୋର୍ଡ ଚାହୁଁଛି। ମାତ୍ର ୨୦୨୭ ଯାଏ ଏହି ଦାୟିତ୍ୱ ତୁଲାଇବାକୁ ସେ ଅକ୍ଷମ ବୋଲି କହୁଛନ୍ତି।
ଆଇପିଏଲ୍ ଆରମ୍ଭରୁ ବୋର୍ଡ ଫ୍ଲେମିଂଙ୍କ ସହ ଆଲୋଚନା କରିଥିଲା। ସେ ଏଭଳି ଦାୟିତ୍ୱ ନେବାକୁ ଚାହୁଁଥିଲେ, ଯେଉଁଥିରେ କମ୍ ସମୟ ଦେବାକୁ ପଡ଼ିବ। ଏହାପରେ ଗମ୍ଭୀର ଏବଂ ପଣ୍ଟିଂଙ୍କ ଭଳି ଅନ୍ୟ ବିକଳ୍ପ ଦେଖାଯାଇଥିଲା। ହେଲେ ଚେନ୍ନାଇର ପରାଜୟ ପରେ ବିସିସିଆଇ ଫ୍ଲେମିଂଙ୍କୁ ବୁଝାଇବାକୁ ଆଉ ଏକ ଅବସର ଥିବା ଦେଖୁଛି। ଏଣୁ ଧୋନୀଙ୍କ ସହାୟତା ଲୋଡାଯାଉଛି।
ଧୋନୀ ଏବଂ ଫ୍ଲେମିଂଙ୍କ ମଧ୍ୟରେ ନୀବିଡତା ରହିଛି। ଫ୍ଲେମିଂ ଚେନ୍ନାଇ କୋଚ୍ ହେବାପରଠାରୁ ଧୋନୀ ତାଙ୍କୁ ଦଳକୁ ଛାଡ଼ିବାକୁ ଦେଇନାହାନ୍ତି। ପ୍ରଥମେ ସେ ସିଏସ୍କେ ପାଇଁ ଖେଳୁଥିଲେ, ଏବେ ସେ କୋଚ୍ ଭାବେ ଦାୟିତ୍ୱ ତୁଲାଉଛନ୍ତି। ଯେବେ ଚେନ୍ନାଇ ଉପରେ ୨ ବର୍ଷର ପ୍ରତିବନ୍ଧକ ଲାଗିଥିଲା, ସେତେବେଳେ ଧୋନୀ ତାଙ୍କୁ ରାଇଜିଂ ପୁଣେ ସୁପରଜିଆଣ୍ଟସରେ ନିଜ ସହ ରଖିଥିଲେ। ଏବେ ଆଇପିଏଲ୍ ଥିବା ଯୋଗୁ ବିସିସିଆଇ ଧୋନୀଙ୍କ ସହ କଥା ହେବାକୁ ଚାହୁଁ ନ ଥିଲା। ହେଲେ ଏବେ ତାଙ୍କ ଟିମ୍ ବାଦ୍ ପଡ଼ିଛି। ଏଣୁ ବୋର୍ଡ ଶେଷଥର ପାଇଁ ଧୋନୀଙ୍କ ଜରିଆରେ ଚେଷ୍ଟା କରିବାକୁ ବୋର୍ଡ ଚାହୁଁଛି।
ଧୋନୀ ଯଦି ଫ୍ଲେମିଂକୁ ବୁଝାଇବାରେ ସଫଳ ହୁଅନ୍ତି ତେବେ ସେ ଭାରତର ହେଡ୍ କୋଚ୍ ହୋଇପାରନ୍ତି। ଯଦି ଏଭଳି ହୁଏ ନାହିଁ ତେବେ ଗମ୍ଭୀରକୁ ଏହି ପଦ ଲାଗି ବଡ଼ ଦାବିଦାର ହେବେ। ଏଥିଲାଗି ଧୋନୀଙ୍କ ହାତରେ କୋଚ୍ କିଏ ହେବ ତାହା ରହିଛି ବୋଲି କୁହାଯାଉଛି।
The post ଗମ୍ଭୀର ନା ଫ୍ଲେମିଂ, କିଏ ହେବେ ଭାରତର କୋଚ୍? ମହେନ୍ଦ୍ର ସିଂ ଧୋନୀ ନେବେ ନିଷ୍ପତ୍ତି ! appeared first on Dharitri Odia News.