୭୫ ନାଗରିକଙ୍କୁ ସିରିଆରୁ ସ୍ଥାନାନ୍ତର କଲା ଭାରତ

ନୂଆଦିଲ୍ଲୀ,୧୧।୧୨: ବିଦ୍ରୋହୀ ସୈନ୍ୟମାନେ ବାଶାର ଅଲ-ଆସାଦ ସରକାରକୁ ବହିଷ୍କାର କରିବାର ଦୁଇ ଦିନ ପରେ ଭାରତ ୭୫ ଜଣ ନାଗରିକଙ୍କୁ ସିରିଆରୁ ସ୍ଥାନାନ୍ତର କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ସୁରକ୍ଷା ପରିସ୍ଥିତିର ଆକଳନ କରିବା ପରେ ଦମିସ୍କ ଏବଂ ବେରୁଟରେ ଥିବା ଭାରତୀୟ ଦୂତାବାସ ଏହି ସ୍ଥାନାନ୍ତର ପ୍ରକ୍ରିୟାକୁ ସଂଯୋଜନା କରିଛନ୍ତି। ବିଳମ୍ବିତ ରାତିରେ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ସ୍‌ଭାରତ ସରକାର ୭୫ ଜଣ ଭାରତୀୟ ନାଗରିକଙ୍କୁ ସିରିଆରୁ ସ୍ଥାନାନ୍ତର କରିଛନ୍ତି। […] The post ୭୫ ନାଗରିକଙ୍କୁ ସିରିଆରୁ ସ୍ଥାନାନ୍ତର କଲା ଭାରତ appeared first on Dharitri Odia News.

୭୫ ନାଗରିକଙ୍କୁ ସିରିଆରୁ ସ୍ଥାନାନ୍ତର କଲା ଭାରତ

ନୂଆଦିଲ୍ଲୀ,୧୧।୧୨: ବିଦ୍ରୋହୀ ସୈନ୍ୟମାନେ ବାଶାର ଅଲ-ଆସାଦ ସରକାରକୁ ବହିଷ୍କାର କରିବାର ଦୁଇ ଦିନ ପରେ ଭାରତ ୭୫ ଜଣ ନାଗରିକଙ୍କୁ ସିରିଆରୁ ସ୍ଥାନାନ୍ତର କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ସୁରକ୍ଷା ପରିସ୍ଥିତିର ଆକଳନ କରିବା ପରେ ଦମିସ୍କ ଏବଂ ବେରୁଟରେ ଥିବା ଭାରତୀୟ ଦୂତାବାସ ଏହି ସ୍ଥାନାନ୍ତର ପ୍ରକ୍ରିୟାକୁ ସଂଯୋଜନା କରିଛନ୍ତି।

ବିଳମ୍ବିତ ରାତିରେ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ସ୍‌ଭାରତ ସରକାର ୭୫ ଜଣ ଭାରତୀୟ ନାଗରିକଙ୍କୁ ସିରିଆରୁ ସ୍ଥାନାନ୍ତର କରିଛନ୍ତି। ସେ କହିଛନ୍ତି, ଜମୁ-କଶ୍ମୀରର ୪୪ ଜଣ ତୀର୍ଥଯାତ୍ରୀ ଅଛନ୍ତି। ଯେଉଁମାନେ ସୟିଦା ଜୈନାବରେ ଫସି ରହିଥିଲେ। ସମସ୍ତ ଭାରତୀୟ ନାଗରିକ ସୁରକ୍ଷିତ ଭାବେ ଲେବାନନରେ ପହଞ୍ଚିଛନ୍ତି ଏବଂ ଉପଲବ୍ଧ ବାଣିଜି୍ୟକ ବିମାନରେ ଭାରତ ଫେରିବେ।

ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ବିଦେଶରେ ରହୁଥିବା ଭାରତୀୟ ନାଗରିକଙ୍କ ସୁରକ୍ଷାକୁ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ସିରିଆରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ ଦମିସ୍କରେ ଥିବା ଭାରତୀୟ ଦୂତାବାସ ସହ ଯୋଗାଯୋଗରେ ରହିବାକୁ ପରାମର୍ଶ ଦିଆଯାଇଛି। ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ସରକାର ପରିସ୍ଥିତିକୁ ତୀକ୍ଷ୍ଣ ନଜର ରଖିବେ।

The post ୭୫ ନାଗରିକଙ୍କୁ ସିରିଆରୁ ସ୍ଥାନାନ୍ତର କଲା ଭାରତ appeared first on Dharitri Odia News.