ରୋହିତ ଦେଲେ ବଡ଼ ବୟାନ, ଏହି ଖେଳାଳିଙ୍କ ପାଇଁ ଟିମ ଇଣ୍ଡିଆର ଦ୍ୱାର ବନ୍ଦ
ନୂଆଦିଲ୍ଲୀ,୨୬।୨: ଭବିଷ୍ୟତରେ ଟେଷ୍ଟ କ୍ରିକେଟରେ କେଉଁ ଖେଳାଳି ଭାରତ ପାଇଁ ଖେଳିବେ ତାହା ପ୍ରଶ୍ନର ଉତ୍ତର ଦେଇଛନ୍ତି ଅଧିନାୟକ ରୋହିତ ଶର୍ମା। ରୋହିତ ଶର୍ମା ଏହା ସ୍ପଷ୍ଟ କରିଛନ୍ତି ଯେ, ଟିମ ଇଣ୍ଡିଆ କେବଳ ସେହି ଖେଳାଳିଙ୍କ ଉପରେ ବାଜି ଲଗାଇବ, ଯେଉଁମାନେ ଟେଷ୍ଟ ମ୍ୟାଚ ଖେଳିବାକୁ ଇଚ୍ଛା ପ୍ରକାଶ କରନ୍ତି ଏବଂ ଏଥିପାଇଁ ପ୍ରତ୍ୟେକ ବଳିଦାନ ଦେବାକୁ ପ୍ରସ୍ତୁତ ଅଛନ୍ତି। ରୋହିତ ଶର୍ମା ଟେଷ୍ଟ କ୍ରିକେଟକୁ ସବୁଠାରୁ କଷ୍ଟଦାୟକ ଫର୍ମାଟ ବୋଲି କହିଛନ୍ତି ଏବଂ ସେ […] The post ରୋହିତ ଦେଲେ ବଡ଼ ବୟାନ, ଏହି ଖେଳାଳିଙ୍କ ପାଇଁ ଟିମ ଇଣ୍ଡିଆର ଦ୍ୱାର ବନ୍ଦ appeared first on Dharitri Odia News.
ନୂଆଦିଲ୍ଲୀ,୨୬।୨: ଭବିଷ୍ୟତରେ ଟେଷ୍ଟ କ୍ରିକେଟରେ କେଉଁ ଖେଳାଳି ଭାରତ ପାଇଁ ଖେଳିବେ ତାହା ପ୍ରଶ୍ନର ଉତ୍ତର ଦେଇଛନ୍ତି ଅଧିନାୟକ ରୋହିତ ଶର୍ମା। ରୋହିତ ଶର୍ମା ଏହା ସ୍ପଷ୍ଟ କରିଛନ୍ତି ଯେ, ଟିମ ଇଣ୍ଡିଆ କେବଳ ସେହି ଖେଳାଳିଙ୍କ ଉପରେ ବାଜି ଲଗାଇବ, ଯେଉଁମାନେ ଟେଷ୍ଟ ମ୍ୟାଚ ଖେଳିବାକୁ ଇଚ୍ଛା ପ୍ରକାଶ କରନ୍ତି ଏବଂ ଏଥିପାଇଁ ପ୍ରତ୍ୟେକ ବଳିଦାନ ଦେବାକୁ ପ୍ରସ୍ତୁତ ଅଛନ୍ତି। ରୋହିତ ଶର୍ମା ଟେଷ୍ଟ କ୍ରିକେଟକୁ ସବୁଠାରୁ କଷ୍ଟଦାୟକ ଫର୍ମାଟ ବୋଲି କହିଛନ୍ତି ଏବଂ ସେ ବିଶ୍ୱାସ କରନ୍ତି ଯେ ଟେଷ୍ଟ କ୍ରିକେଟ ଖେଳିବା ସମସ୍ତଙ୍କ ଭାଗ୍ୟରେ ନ ଥାଏ।
ରୋହିତ କହିଛନ୍ତି, ଯେଉଁମାନେ କେବଳ ଟେଷ୍ଟ ମ୍ୟାଚ ଖେଳିବାକୁ ଭୋକିଲା ଅଛନ୍ତି ସେମାନଙ୍କୁ ଆମେ ସୁଯୋଗ ଦେବୁ। ଦଳ ପରିଚାଳନା ସେହି ଖେଳାଳିମାନଙ୍କୁ କୌଣସି ଧ୍ୟାନ ଦିଏ ନାହିଁ ଯେଉଁମାନେ ଟେଷ୍ଟ ମ୍ୟାଚ ଖେଳିବାକୁ ଇଚ୍ଛା କରନ୍ତି ନାହିଁ ଏବଂ ସେମାନଙ୍କ ପାଖରେ ଏହି ପ୍ଲାଟଫର୍ମରେ ନିଜକୁ ପ୍ରମାଣ କରିବାର କିଛି ନାହିଁ। ଟେଷ୍ଟ କ୍ରିକେଟ ଖେଳିବା ଅତ୍ୟନ୍ତ କଷ୍ଟକର । ଏହି ଫର୍ମାଟରେ ସଫଳ ହେବା ପାଇଁ ଆପଣଙ୍କ ପାଖେ ଖେଳିବା ଭୋକ ରହିବା ଆବଶ୍ୟକ।
ଏହି ବିବୃତ୍ତି ମାଧ୍ୟମରେ ଅଧିନାୟକ ରୋହିତ ଶର୍ମା ଇଶାନ କିଷନ ଏବଂ ଶ୍ରେୟାସ ଆୟରଙ୍କୁ ଏକ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି। ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ମନୋନୀତ ହେବା ପାଇଁ ରଣଜୀ ଟ୍ରଫି ଖେଳିବାର ସର୍ତ୍ତ ଇଶାନ କିଶାନଙ୍କୁ ଦିଆଯାଇଥିଲା। କିନ୍ତୁ ଇଶାନ ଏହି ସର୍ତ୍ତ ପୂରଣ କରିନାହାଁନ୍ତି। ଦଳରୁ ଓହରିଯିବା ପରେ ଶ୍ରେୟସ ଆୟର ଆହତ ଥିବାର ବାହାନା କରି ରଣଜୀ ଟ୍ରଫି ଖେଳି ନାହାନ୍ତି। ବର୍ତ୍ତମାନ ଏହି ଦୁଇ ଖେଳାଳିଙ୍କ ପାଇଁ ଟେଷ୍ଟ ସିରିଜରେ ପ୍ରତ୍ୟାବର୍ତ୍ତନ କରିବା ଅତ୍ୟନ୍ତ କଷ୍ଟକର ହେବ ।
The post ରୋହିତ ଦେଲେ ବଡ଼ ବୟାନ, ଏହି ଖେଳାଳିଙ୍କ ପାଇଁ ଟିମ ଇଣ୍ଡିଆର ଦ୍ୱାର ବନ୍ଦ appeared first on Dharitri Odia News.