ବଢ଼ୁଛି କେଜ୍ରିଓ୍ବାଲଙ୍କ ମୁସ୍କିଲ୍; ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଆବେଦନର ସୋମବାର ଶୁଣାଣି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆମ୍ ଆଦମୀ ପାର୍ଟି ସରକାରଙ୍କ ମୁସ୍କିଲ୍ ବଢ଼ିବାରେ ଲାଗିଛି। ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ହାଇକୋର୍ଟରେ ଦାୟର ହୋଇଥିବା ଆବେଦନର ସୋମବାର ଶୁଣାଣି ହେବ । ପୂର୍ବରୁ ଦାୟର ହୋଇଥିବା ଏଭଳି ଦୁଇଟି ଯାଚିକାକୁ ଖାରଜ୍ କରିଛନ୍ତି ଉଚ୍ଚ ଅଦାଲତ । ତେବେ ଆଜି ଏହି ମାମଲାରେ ରାୟ କାହା ସପକ୍ଷରେ ଯିବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ନୈତିକତାକୁ ଆଧାରରେ ଭାରତୀୟ ଜନତା ପାର୍ଟି ଆପ୍‌କୁ ଟାର୍ଗେଟ୍ କରୁଛି । ବିଜେପି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି । ତେବେ କେଜ୍ରିଓ୍ବାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ପୂର୍ବତନ ଆମ୍ ଆଦମୀ ପାର୍ଟି ମନ୍ତ୍ରୀ ସନ୍ଦୀପ କୁମାର ଦିଲ୍ଲୀ ହାଇକୋର୍ଟରେ ଏହି ଯାଚିକା ଦାୟର କରିଛନ୍ତି । ସେ ଏଥିରେ ଉଲ୍ଲେଖ କରିଛନ୍ତି, କେଜ୍ରିଓ୍ବାଲ ମନିଲଣ୍ଡ୍ରିଂ ମାମଲାରେ ଗିରଫ ହେବା ପରେ ମୁଖ୍ୟମନ୍ତ୍ରୀ ପଦରେ ତାଙ୍କର ରହିବାର କୌଣସି ଅଧିକାରୀ ନାହିଁ ।  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ  କେଜ୍ରିଓ୍ବାଲଙ୍କୁ ଗିରଫ କରିବା ପରେ ସେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବା ଅଧିକାରୀକୁ ହରାଇଛନ୍ତି ବୋଲି ସେ କହିଛନ୍ତି । କେଜ୍ରିଓ୍ବାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ପୂର୍ବରୁ ଦାୟର ହୋଇଥିବା ଦୁଇଟି ଯାଚିକା ଦିଲ୍ଲୀ ହାଇକୋର୍ଟରେ ଖାରଜ୍ ହୋଇସାରିଛି । ଏହି ମାମଲାରେ ଅଦାଲତ ମୁଣ୍ଡ ପୂରାଇବାକୁ ମନା କରିଛନ୍ତି ।

ବଢ଼ୁଛି କେଜ୍ରିଓ୍ବାଲଙ୍କ ମୁସ୍କିଲ୍; ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଆବେଦନର ସୋମବାର ଶୁଣାଣି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆମ୍ ଆଦମୀ ପାର୍ଟି ସରକାରଙ୍କ ମୁସ୍କିଲ୍ ବଢ଼ିବାରେ ଲାଗିଛି। ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ହାଇକୋର୍ଟରେ ଦାୟର ହୋଇଥିବା ଆବେଦନର ସୋମବାର ଶୁଣାଣି ହେବ । ପୂର୍ବରୁ ଦାୟର ହୋଇଥିବା ଏଭଳି ଦୁଇଟି ଯାଚିକାକୁ ଖାରଜ୍ କରିଛନ୍ତି ଉଚ୍ଚ ଅଦାଲତ । ତେବେ ଆଜି ଏହି ମାମଲାରେ ରାୟ କାହା ସପକ୍ଷରେ ଯିବ ତାହା ଉପରେ ସମସ୍ତଙ୍କ ନଜର ରହିଛି । 

ନୈତିକତାକୁ ଆଧାରରେ ଭାରତୀୟ ଜନତା ପାର୍ଟି ଆପ୍‌କୁ ଟାର୍ଗେଟ୍ କରୁଛି । ବିଜେପି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି । ତେବେ କେଜ୍ରିଓ୍ବାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ପୂର୍ବତନ ଆମ୍ ଆଦମୀ ପାର୍ଟି ମନ୍ତ୍ରୀ ସନ୍ଦୀପ କୁମାର ଦିଲ୍ଲୀ ହାଇକୋର୍ଟରେ ଏହି ଯାଚିକା ଦାୟର କରିଛନ୍ତି । ସେ ଏଥିରେ ଉଲ୍ଲେଖ କରିଛନ୍ତି, କେଜ୍ରିଓ୍ବାଲ ମନିଲଣ୍ଡ୍ରିଂ ମାମଲାରେ ଗିରଫ ହେବା ପରେ ମୁଖ୍ୟମନ୍ତ୍ରୀ ପଦରେ ତାଙ୍କର ରହିବାର କୌଣସି ଅଧିକାରୀ ନାହିଁ ।  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ  କେଜ୍ରିଓ୍ବାଲଙ୍କୁ ଗିରଫ କରିବା ପରେ ସେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବା ଅଧିକାରୀକୁ ହରାଇଛନ୍ତି ବୋଲି ସେ କହିଛନ୍ତି । 

କେଜ୍ରିଓ୍ବାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ପୂର୍ବରୁ ଦାୟର ହୋଇଥିବା ଦୁଇଟି ଯାଚିକା ଦିଲ୍ଲୀ ହାଇକୋର୍ଟରେ ଖାରଜ୍ ହୋଇସାରିଛି । ଏହି ମାମଲାରେ ଅଦାଲତ ମୁଣ୍ଡ ପୂରାଇବାକୁ ମନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ପଦରୁ ହଟାଇବା ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଅଧିକାର ଅନ୍ତର୍ଗତ ଆସୁଛି ବୋଲି କୋର୍ଟ କହିଥିଲେ। ତେବେ ସୋମବାର ଉଚ୍ଚ ଅଦାଲତଙ୍କ ରାୟ ଉପରେ ସମସ୍ତଙ୍କ ନଜର ରହିଛି ।