ରାମମନ୍ଦିର ଉପରେ ଡାକ ଟିକେଟ୍‌ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୮।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ରାମ ଜନ୍ମଭୂମି ମନ୍ଦିର ଉପରେ ଏକ ସ୍ମାରକ ଡାକ ଟିକେଟ୍‌ ଉନ୍ମୋଚନ କରିଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ସାରା ବିଶ୍ୱରେ ପ୍ରଭୁ ରାମଙ୍କ ଉପରେ ପ୍ରକାଶିତ ଷ୍ଟାମ୍ପଗୁଡ଼ିକର ଏକ ପୁସ୍ତକ ମଧ୍ୟ ପ୍ରକାଶ କରିଥିଲେ। ୪୮ ପେଜ୍‌ର ଏହି ପୁସ୍ତକରେ ୨୦ ଦେଶର ଟିକେଟ୍‌ ରହିଛି। ପ୍ରଧାନମନ୍ତ୍ରୀ ମୋଦି ୬ଟି ଡାକ ଟିକେଟ୍‌ ଜାରି କରିଛନ୍ତି। ଏଥିରେ ରାମ ମନ୍ଦିର, ଭଗବାନ ଗଣେଶ, ହନୁମାନ, ଜଟାୟୁ, କେବଟରାଜ ଏବଂ ମା’ […] The post ରାମମନ୍ଦିର ଉପରେ ଡାକ ଟିକେଟ୍‌ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ appeared first on Dharitri Odia News.

ରାମମନ୍ଦିର ଉପରେ ଡାକ ଟିକେଟ୍‌ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୮।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ରାମ ଜନ୍ମଭୂମି ମନ୍ଦିର ଉପରେ ଏକ ସ୍ମାରକ ଡାକ ଟିକେଟ୍‌ ଉନ୍ମୋଚନ କରିଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ସାରା ବିଶ୍ୱରେ ପ୍ରଭୁ ରାମଙ୍କ ଉପରେ ପ୍ରକାଶିତ ଷ୍ଟାମ୍ପଗୁଡ଼ିକର ଏକ ପୁସ୍ତକ ମଧ୍ୟ ପ୍ରକାଶ କରିଥିଲେ। ୪୮ ପେଜ୍‌ର ଏହି ପୁସ୍ତକରେ ୨୦ ଦେଶର ଟିକେଟ୍‌ ରହିଛି। ପ୍ରଧାନମନ୍ତ୍ରୀ ମୋଦି ୬ଟି ଡାକ ଟିକେଟ୍‌ ଜାରି କରିଛନ୍ତି। ଏଥିରେ ରାମ ମନ୍ଦିର, ଭଗବାନ ଗଣେଶ, ହନୁମାନ, ଜଟାୟୁ, କେବଟରାଜ ଏବଂ ମା’ ଶବରୀ ସାମିଲ ଅଛନ୍ତି।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏକ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, ନମସ୍କାର, ରାମ ରାମ … ଆଜି ମୋର ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଅଭିଯାନ ସହ ଜଡିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୌଭାଗ୍ୟ ଅଛି। ଆଜି ରାମ ମନ୍ଦିରକୁ ଉତ୍ସର୍ଗୀକୃତ ୬ଟି ସ୍ବତନ୍ତ୍ର ସ୍ମରଣୀୟ ଡାକ ଷ୍ଟାମ୍ପ ପ୍ରକାଶ ପାଇଛି। ବିଶ୍ୱର ବିଭିନ୍ନ ଦେଶରେ ରାମ ସହ ଜଡିତ ଡାକ ଷ୍ଟାମ୍ପ ଜାରି କରାଯାଇଛି। ଏକ ଆଲବମ ମଧ୍ୟ ରିଲିଜ ହୋଇଛି। ଏହି ଡାକ ଷ୍ଟାମ୍ପଗୁଡ଼ିକ ମଧ୍ୟ ପରବର୍ତ୍ତୀ ପିଢିକୁ ଧାରଣା, ଇତିହାସ ଏବଂ ଐତିହାସିକ ଘଟଣାଗୁଡ଼ିକ ପ୍ରସାରଣ ପାଇଁ ଏକ ମାଧ୍ୟମ।

The post ରାମମନ୍ଦିର ଉପରେ ଡାକ ଟିକେଟ୍‌ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ appeared first on Dharitri Odia News.