ଆସନ୍ତା ୩ ତାରିଖରେ ମୋଟେର ଛକ ରେ ଜଳସେଚନ ଦାବି ରେ ଜାତୀୟ ରାଜପଥ ଅବରୋଧ କରିବେ ଚାଷୀ।
କଳାହାଣ୍ଡି:୩୦/୧୧ ରିପୋର୍ଟ—ସନତ ପ୍ରଧାନୀ ଇନ୍ଦ୍ରାବତୀ ଜଳଭଣ୍ଡାର ରୁ ମେଗାଲିଫ୍ଟ ପ୍ରକଳ୍ପ ରୁ ଚଳିତ ରବି ଚାଷ ପାଇଁ ଜଳସେଚନ ବନ୍ଦ ନେଇ ବିଭାଗୀୟ ନିଷ୍ପତ୍ତି ପରେ ଚାଷୀ ଙ୍କ ମଧ୍ୟରେ ଆନ୍ଦୋଳନ ଦାନା ବାନ୍ଧିବା ସହ ଆସନ୍ତା ୩ ତାରିଖରେ କୋକସରା ବ୍ଲକ ର ମୋଟେର ଛକ ରେ ଜାତୀୟ ରାଜପଥ ୨୬ କୁ ସକାଳ ରୁ ଅପରାହ୍ନ ପର୍ଯ୍ୟନ୍ତ ଅବରୋଧ କରିବା ନେଇ ଚୂଡାନ୍ତ ନିଷ୍ପତ୍ତି ନେଇଛନ୍ତି।ଜଳସେଚନ ପାଇଁ ଚାଷି ସଙ୍ଗଠନ ପକ୍ଷରୁ ଉପଖଣ୍ଡ ଜିଲ୍ଲା […] The post ଆସନ୍ତା ୩ ତାରିଖରେ ମୋଟେର ଛକ ରେ ଜଳସେଚନ ଦାବି ରେ ଜାତୀୟ ରାଜପଥ ଅବରୋଧ କରିବେ ଚାଷୀ। appeared first on Odisha.News.

କଳାହାଣ୍ଡି:୩୦/୧୧
ରିପୋର୍ଟ—ସନତ ପ୍ରଧାନୀ
ଇନ୍ଦ୍ରାବତୀ ଜଳଭଣ୍ଡାର ରୁ ମେଗାଲିଫ୍ଟ ପ୍ରକଳ୍ପ ରୁ ଚଳିତ ରବି ଚାଷ ପାଇଁ ଜଳସେଚନ ବନ୍ଦ ନେଇ ବିଭାଗୀୟ ନିଷ୍ପତ୍ତି ପରେ ଚାଷୀ ଙ୍କ ମଧ୍ୟରେ ଆନ୍ଦୋଳନ ଦାନା ବାନ୍ଧିବା ସହ ଆସନ୍ତା ୩ ତାରିଖରେ କୋକସରା ବ୍ଲକ ର ମୋଟେର ଛକ ରେ ଜାତୀୟ ରାଜପଥ ୨୬ କୁ ସକାଳ ରୁ ଅପରାହ୍ନ ପର୍ଯ୍ୟନ୍ତ ଅବରୋଧ କରିବା ନେଇ ଚୂଡାନ୍ତ ନିଷ୍ପତ୍ତି ନେଇଛନ୍ତି।ଜଳସେଚନ ପାଇଁ ଚାଷି ସଙ୍ଗଠନ ପକ୍ଷରୁ ଉପଖଣ୍ଡ ଜିଲ୍ଲା ପ୍ରଶାସନ ଓ ଇନ୍ଦ୍ରାବତୀ ପ୍ରକଳ୍ପ ଅଧିକାରୀ ଙ୍କ ସହିତ ଆଲୋଚନା ପରେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ନଥିବାରୁ ଚାଷି ଆନ୍ଦୋଳନ ମୁହାଁ ହୋଇଛନ୍ତି।ଉଲ୍ଲେଖଯୋଗ୍ୟ ପ୍ରାୟ ୧୮ କିମି ମେଗାଲିଫ୍ଟ କେନାଲ ଦ୍ୱାରା ଜୟପାଟଣା, କୋକସରା ବ୍ଲକ ଚାଷି ଙ୍କୁ ବିଗତ ୨ ବର୍ଷ ଧରି ରବି ଚାଷ ପାଇଁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି ତେବେ ଚଳିତ ବର୍ଷ ଜଳଭଣ୍ଡାର ରେ ଜଳସ୍ତର ହ୍ରାସ ପାଇଥିବାରୁ ଜଳସେଚନ ବନ୍ଦ ପାଇଁ ମେଗାଲିଫ୍ଟ ପ୍ରକଳ୍ପ କର୍ତ୍ତୃପକ୍ଷ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହାକୁ ପ୍ରତିବାଦ କରି କୋକସରା ବ୍ଲକ ସଚେତନ କୃଷକ ମଞ୍ଚ ର ଆବାହକ ଶିବ ପ୍ରସାଦ ପ୍ରଧାନୀ, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ସମେତ ଚାଷୀନେତା, ଜନ ପ୍ରତିନିଧି ଓ ଶତାଧିକ ଚାଷୀ ଏହି ରାସ୍ତା ଅବରୋଧ ଆନ୍ଦୋଳନ ରେ ସାମିଲ ହୋଇ ମେଗାଲିଫ୍ଟ ରୁ ଜଳସେଚନ ଦାବି ପାଇଁ ଅଣ୍ଟା ଭିଡିଛନ୍ତି। ଏଥିପାଇଁ ଡ଼ାକବାଜି ସାହାଯ୍ୟରେ ଚାଷି ଙ୍କୁ ଏକଜୁଟ ହୋଇ ପ୍ରତିବାଦ ରେ ହଜାର ହଜାର ସଂଖ୍ୟାରେ ଯୋଗଦେବାକୁ ଆହ୍ୱାନ କରାଯାଉଛି। ଜାତୀୟ ରାଜପଥ ଅବରୋଧ ହେଲେ ବରଗଡ଼ ରୁ ବୋରିଗୁମା ମଧ୍ୟରେ ଭବାନୀପାଟଣା ରୁ ଜୟପୁର, ମୁଖୀଗୁଡା ଗାଡି ଚଳାଚଳ ପ୍ରଭାବିତ ହେବାର ଆଶଙ୍କା ରହିଛି।
The post ଆସନ୍ତା ୩ ତାରିଖରେ ମୋଟେର ଛକ ରେ ଜଳସେଚନ ଦାବି ରେ ଜାତୀୟ ରାଜପଥ ଅବରୋଧ କରିବେ ଚାଷୀ। appeared first on Odisha.News.