ସୋନପୁର ପଶ୍ଚିମ ସୋମନାଥ ଶୈବପୀଠରେ ମହା କ୍ଷୀରଶାୟୀ ଅନୁଷ୍ଠିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆଜି ସୋନପୁର ଶ୍ରୀ ପଶ୍ଚିମ ସୋମନାଥ ଶୈବ ପୀଠ ଠାରେ କ୍ଷୀର ଶାୟୀ (କ୍ଷୀର ଜଳଶାୟୀ ) ଅନୁଷ୍ଠିତ ହୋଇଯାଇଛି। ସକାଳ ୯ ଘଣ୍ଟା ରେ ପ୍ରଭୂ ପଶ୍ଚିମ ସୋମନାଥ ବାବାଙ୍କ ଠାରେ ପୂଜାର୍ଚ୍ଚନା କରଯାଇଥିଲା। ମନ୍ଦିର କମିଟି ପକ୍ଷରୁ ଆୟୋଜିତ ଏହି କ୍ଷୀର ଶାୟୀ କାର୍ଯ୍ଯକ୍ରମରେ ସହର ଓ ଜିଲ୍ଲା ବାସୀଙ୍କ ଠାରୁ ସଂଗୃହିତ ହଜାର ହଜାର ଲିଟର କ୍ଷୀର ଓ ଦୂର ଦୁରାନ୍ତରରୁ ଦର୍ଶନରେ ଆସିଥିବା […] The post ସୋନପୁର ପଶ୍ଚିମ ସୋମନାଥ ଶୈବପୀଠରେ ମହା କ୍ଷୀରଶାୟୀ ଅନୁଷ୍ଠିତ appeared first on Odisha.News.

ସୋନପୁର ପଶ୍ଚିମ ସୋମନାଥ ଶୈବପୀଠରେ ମହା କ୍ଷୀରଶାୟୀ ଅନୁଷ୍ଠିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆଜି ସୋନପୁର ଶ୍ରୀ ପଶ୍ଚିମ ସୋମନାଥ ଶୈବ ପୀଠ ଠାରେ କ୍ଷୀର ଶାୟୀ (କ୍ଷୀର ଜଳଶାୟୀ ) ଅନୁଷ୍ଠିତ ହୋଇଯାଇଛି। ସକାଳ ୯ ଘଣ୍ଟା ରେ ପ୍ରଭୂ ପଶ୍ଚିମ ସୋମନାଥ ବାବାଙ୍କ ଠାରେ ପୂଜାର୍ଚ୍ଚନା କରଯାଇଥିଲା। ମନ୍ଦିର କମିଟି ପକ୍ଷରୁ ଆୟୋଜିତ ଏହି କ୍ଷୀର ଶାୟୀ କାର୍ଯ୍ଯକ୍ରମରେ ସହର ଓ ଜିଲ୍ଲା ବାସୀଙ୍କ ଠାରୁ ସଂଗୃହିତ ହଜାର ହଜାର ଲିଟର କ୍ଷୀର ଓ ଦୂର ଦୁରାନ୍ତରରୁ ଦର୍ଶନରେ ଆସିଥିବା ହଜାର ଭକ୍ତ ଙ୍କ ଠାରୁ କ୍ଷୀର ସଂଗ୍ରହ କରି ଆଜି ପ୍ରଭୂଙ୍କୁ କ୍ଷୀର ଶାୟୀ କରଯାଇଥିଲା। ଯାହାକି କ୍ଷୀର ଶlୟୀର ପୂର୍ଣ୍ଣଦୃଶ୍ୟରେ ବାବା ପଶ୍ଚିମ ସୋମନାଥଙ୍କୁ ଦର୍ଶନ ପାଇଁ ସକାଳ ୯ଟା ରୁ ଦିବା ୩ଘଣ୍ଟା ଯାଏଁ ଭକ୍ତ ଶ୍ରଦ୍ଧାଳୁ ବ୍ୟାକୁଳ ହୋଇ ଉଠିଥିଲେ। ଏବଂ ସହର ତଥା ଜିଲ୍ଲାର ଦଶ ହଜାର ରୁ ଉର୍ଦ୍ଧ୍ବ ଭକ୍ତ ଶ୍ରଦ୍ଧାଳୁ ଦର୍ଶନ କରି ପ୍ରଭୂ କୃପା ଲାଭ କରିଥିଲେ। ପ୍ରବଳ ଭିଡ଼ ପାଇଁ ସକାଳୁ ଅପରାହ୍ନ ଯାଏଁ ଜିଲ୍ଲା ପୋଲିସ୍ ପ୍ରଶାସନ ଓ ମନ୍ଦୀର କମିଟି ସଦସ୍ୟ ସ୍ବେଚ୍ଛାସେବୀ ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ ବ୍ୟବସ୍ଥା କୁ ଶୃଙ୍ଖଳିତ କରିବାରେ ଖୁବ୍ ପରିଶ୍ରମ କରିବାକୁ ପଡିଥିଲା। ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଓ ବାବୁଲି ବକ୍ସି ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କମିଟି ସଦସ୍ୟ ଓ ସହରବାସୀ ସହଯୋଗ କରିଥିଲେ। ଏହି ଅବସରରେ ଭଜନ କୀର୍ତ୍ତନ ସହ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନ ପ୍ରସାଦ ବ୍ୟବସ୍ଥା କରଯାଇଥିଲା।

The post ସୋନପୁର ପଶ୍ଚିମ ସୋମନାଥ ଶୈବପୀଠରେ ମହା କ୍ଷୀରଶାୟୀ ଅନୁଷ୍ଠିତ appeared first on Odisha.News.