କିଏ ସେ ଜାହ୍ନବୀ ଡାଙ୍ଗେତି ? ଯିଏ ନାସା ପ୍ରୋଗ୍ରାମ ସାରିଥିବା ପ୍ରଥମ ଭାରତୀୟ, ୨୦୨୯ରେ ରଚିବେ ଇତିହାସ

ମୁମ୍ଵାଇ ୨୬।୦୬; ଲକ୍ଷ୍ୟ ସ୍ଥିର ଥିଲେ ସଫଳତା ଅବଶ୍ୟମ୍ଭାବୀ । ଉଦାହରଣ ଜାହ୍ନବୀ ଡାଙ୍ଗେତି ।  ଆନ୍ଧ୍ରପ୍ରଦେଶ  ପଲାକୋଲ୍ଲୁରେ ଜନ୍ମ । ଏବେ ସେ ପ୍ରତି ମହିଳାଙ୍କ ପାଇଁ ପ୍ରେରଣା। । କଠିନ ପରିଶ୍ରମ ବଲରେ ସେ ଏବେ ସଫଳତାର ଶୀର୍ଷରେ । ୨୩ ବର୍ଷ ବୟସରେ ଜାହ୍ନବୀ ରଚିଛନ୍ତି ଇତିହାସ । ନାସା ପ୍ରୋଗ୍ରାମ ସାରିଥିବା ପ୍ରଥମ ଭାରତୀୟ । ୨୦୨୯ରେ ଯିବେ ମହାକାଶ । ଆମେରିକା ଆଧାରିତ ଟାଇଟାନ୍ସ ଅର୍ବିଟାଲ ପୋର୍ଟ ସ୍ପେସ ଷ୍ଟେସନକୁ କରିବେ ଯାତ୍ରା । ଆଉ ୪ ବର୍ଷ ପରେ ଆରମ୍ଭ ହେବ ମିଶନ ।    ଜାହ୍ନବୀଙ୍କ ମହାକାଶ ଯାତ୍ରାର ସ୍ୱପ୍ନ ପଲାକୋଲ୍ଲୁରେ ଆରମ୍ଭ ହୋଇଥିଲା। ଆକାଶର ମିଞ୍ଜିମିଞ୍ଜି ତାରା ଆଲୋକରୁ କଳ୍ପନା କରୁଥିଲେ  ନିଜର ଭବିଷ୍ୟତ । ପଞ୍ଜାବର ଲଭ୍‌ଲି ପ୍ରଫେସନାଲ ୟୁନିଭର୍ସିଟିରୁ ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ ଇଂଜିନିୟରିଂରେ ସ୍ନାତକ ଡିଗ୍ରୀ ଧାରୀ  ଜାହ୍ନବୀ ଜଣେ ମେଧାବୀ ଛାତ୍ରୀ । ବାପା ଶ୍ରୀନିବାସ ଓ ମାଆ ପଦ୍ମଶ୍ରୀ କୁଏତରେ ରହୁଛନ୍ତି । ନିଜର ଅଦମ୍ୟ ଇଚ୍ଛାଶକ୍ତି ଓ ପରିଶ୍ରମ ବଳରେ ଜାହ୍ନବୀ ମହାକାଶ ବିଜ୍ଞାନ କ୍ଷେତ୍ରରେ ସ୍ଥାପନ କରିଛନ୍ତି ନୂଆ ମାଇଲଖୁଣ୍ଟ । ଷ୍ଟେମ୍‌ ଶିକ୍ଷା ଓ ମହାକାଶବିଜ୍ଞାନ କ୍ଷେତ୍ରରେ ତାଙ୍କର ରହିଛି ସକ୍ରିୟ ଅଂଶଗ୍ରହଣ । ଇସ୍ରୋର ଶିକ୍ଷଣୀୟ କାର୍ଯ୍ୟକ୍ରମଗୁଡ଼ିକ ପାଇଁ ସେ ଦେଶର ଏନ୍‌ଆଇଟି ପ୍ରତିଷ୍ଠାନମାନଙ୍କରେ ବିଦ୍ୟାର୍ଥୀଙ୍କୁ ସମ୍ବୋଧିତ କରିଥିଲେ । ସେହିଭଳି ଆନାଲଗ୍‌ ମିଶନ

କିଏ ସେ ଜାହ୍ନବୀ ଡାଙ୍ଗେତି ? ଯିଏ ନାସା ପ୍ରୋଗ୍ରାମ ସାରିଥିବା ପ୍ରଥମ ଭାରତୀୟ, ୨୦୨୯ରେ ରଚିବେ ଇତିହାସ

ମୁମ୍ଵାଇ ୨୬।୦୬; ଲକ୍ଷ୍ୟ ସ୍ଥିର ଥିଲେ ସଫଳତା ଅବଶ୍ୟମ୍ଭାବୀ । ଉଦାହରଣ ଜାହ୍ନବୀ ଡାଙ୍ଗେତି ।  ଆନ୍ଧ୍ରପ୍ରଦେଶ  ପଲାକୋଲ୍ଲୁରେ ଜନ୍ମ । ଏବେ ସେ ପ୍ରତି ମହିଳାଙ୍କ ପାଇଁ ପ୍ରେରଣା। । କଠିନ ପରିଶ୍ରମ ବଲରେ ସେ ଏବେ ସଫଳତାର ଶୀର୍ଷରେ । ୨୩ ବର୍ଷ ବୟସରେ ଜାହ୍ନବୀ ରଚିଛନ୍ତି ଇତିହାସ । ନାସା ପ୍ରୋଗ୍ରାମ ସାରିଥିବା ପ୍ରଥମ ଭାରତୀୟ । ୨୦୨୯ରେ ଯିବେ ମହାକାଶ । ଆମେରିକା ଆଧାରିତ ଟାଇଟାନ୍ସ ଅର୍ବିଟାଲ ପୋର୍ଟ ସ୍ପେସ ଷ୍ଟେସନକୁ କରିବେ ଯାତ୍ରା । ଆଉ ୪ ବର୍ଷ ପରେ ଆରମ୍ଭ ହେବ ମିଶନ ।    

ଜାହ୍ନବୀଙ୍କ ମହାକାଶ ଯାତ୍ରାର ସ୍ୱପ୍ନ ପଲାକୋଲ୍ଲୁରେ ଆରମ୍ଭ ହୋଇଥିଲା। ଆକାଶର ମିଞ୍ଜିମିଞ୍ଜି ତାରା ଆଲୋକରୁ କଳ୍ପନା କରୁଥିଲେ  ନିଜର ଭବିଷ୍ୟତ । ପଞ୍ଜାବର ଲଭ୍‌ଲି ପ୍ରଫେସନାଲ ୟୁନିଭର୍ସିଟିରୁ ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ ଇଂଜିନିୟରିଂରେ ସ୍ନାତକ ଡିଗ୍ରୀ ଧାରୀ  ଜାହ୍ନବୀ ଜଣେ ମେଧାବୀ ଛାତ୍ରୀ । ବାପା ଶ୍ରୀନିବାସ ଓ ମାଆ ପଦ୍ମଶ୍ରୀ କୁଏତରେ ରହୁଛନ୍ତି । ନିଜର ଅଦମ୍ୟ ଇଚ୍ଛାଶକ୍ତି ଓ ପରିଶ୍ରମ ବଳରେ ଜାହ୍ନବୀ ମହାକାଶ ବିଜ୍ଞାନ କ୍ଷେତ୍ରରେ ସ୍ଥାପନ କରିଛନ୍ତି ନୂଆ ମାଇଲଖୁଣ୍ଟ । ଷ୍ଟେମ୍‌ ଶିକ୍ଷା ଓ ମହାକାଶବିଜ୍ଞାନ କ୍ଷେତ୍ରରେ ତାଙ୍କର ରହିଛି ସକ୍ରିୟ ଅଂଶଗ୍ରହଣ । ଇସ୍ରୋର ଶିକ୍ଷଣୀୟ କାର୍ଯ୍ୟକ୍ରମଗୁଡ଼ିକ ପାଇଁ ସେ ଦେଶର ଏନ୍‌ଆଇଟି ପ୍ରତିଷ୍ଠାନମାନଙ୍କରେ ବିଦ୍ୟାର୍ଥୀଙ୍କୁ ସମ୍ବୋଧିତ କରିଥିଲେ । ସେହିଭଳି ଆନାଲଗ୍‌ ମିଶନ, ଗଭୀରସମୁଦ୍ରରେ ଲମ୍ଫ ଏବଂ ଗ୍ରହ ବିଜ୍ଞାନ ଓ ଦୀର୍ଘକାଳୀନ ମହାକାଶ ଯାତ୍ରାରେ ସ୍ଥାୟିତ୍ୱ ସମ୍ବନ୍ଧୀୟ ବିଶ୍ୱସ୍ତରୀୟ ସମ୍ମିଳନୀରେ ନିରନ୍ତର ଅଂଶଗ୍ରହଣ କରୁଛନ୍ତି ।

ଇଣ୍ଟରନ୍ୟାସନାଲ ଆଷ୍ଟ୍ରୋନୋମିକାଲ ସର୍ଚ୍ଚ କୋଲାବରେସନ୍‌କୁ ତାଙ୍କ ଅବଦାନ ଏକ କ୍ଷୁଦ୍ରଗ୍ରହ ଆବିଷ୍କାରରେ ସାହାଯ୍ୟ କରିଥିଲା । ସର୍ବକନିଷ୍ଠ ବିଦେଶୀ ଆନାଲଗ୍‌ ମହାକାଶଚାରୀ ଏବଂ ସ୍ପେସ୍‌ ଆଇସ୍‌ଲାଣ୍ଡର ଭୂବିଜ୍ଞାନ ତାଲିମ ପାଇଁ ଚୟନ ହୋଇଥିବା ସେ ଥିଲେ ପ୍ରଥମ ଭାରତୀୟ । ଉଲ୍ଲେଖନୀୟ ଯୋଗଦାନ ଲାଗି ନାସା ସ୍ପେସ୍‌ ଆପ୍ସ ଚାଲେଞ୍ଜ୍‌ରେ ପିପୁଲ୍ସ ଚଏସ୍‌ ଆୱାର୍ଡ ଏବଂ ଇସ୍ରୋ ୱର୍ଲଡ୍‌ ସ୍ପେସ୍‌ ୱିକ୍‌ ୟଙ୍ଗ୍‌ ଆଚିଭର୍‌ ଆୱାର୍ଡ ଭଳି ଅନେକ ସମ୍ମାନର ସେ ଅଧିକାରିଣୀ ହୋଇଛନ୍ତି ସେ । ବିଦେଶୀ ଆନାଲଗ୍‌ ମହାକାଶଚାରୀ ଏବଂ ସ୍ପେସ୍‌ ଆଇସ୍‌ଲାଣ୍ଡର ଭୂବିଜ୍ଞାନ ତାଲିମ ପାଇଁ ଚୟନ ହୋଇଥିବା ପ୍ରଥମ ଭାରତୀୟ ଥିଲେ । ୨୦୨୯ରେ ହେବାକୁ ଥିବା ଟାଇଟାନ୍ସ ସ୍ପେସ ଅର୍ବିଟାଲ ଫ୍ଲାଇଟ ଏକ ପାଞ୍ଚ ଘଣ୍ଟାର ମିଶନ। ଜାହ୍ନବୀ ଏହି ମିଶନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ।