ମାଙ୍କଡ଼ା ପଥର ଚୋରା ଚାଲାଣ ବେଳେ ମାଡିବସିଲା ପୋଲିସ, ୩ ଟ୍ରାକ୍ଟର ଜବତ ସହ ୨ ଗିରଫ

କରଞ୍ଜିଆ ୧୪।୭: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଞ୍ଚଳରେ ଲଘୁଖଣିଜ ମାଫିଆ ସକ୍ରିୟ ।  କରଞ୍ଜିଆରୁ ଯଶୀପୁର ଥାନା ନଅଣା ଗାଁକୁ ମାଙ୍କଡ଼ା ପଥର ଚୋରା ଚାଲାଣ ହେଉଥିବା ବେଳେ ମାଡି ବସିଲା ପୋଲିସ । ତିନୋଟି ମାଙ୍କଡ଼ା ପଥର ବୋଝେଇ ଟ୍ରାକ୍ଟର ଜବତ ହୋଇଛି । ଦୁଇ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଶନିବାର ବିଳମ୍ୱିତ ରାତିରେ ଯଶୀପୁର-ରରୁଆଁ ରୋଡ଼ ଟିଙ୍ଗିରିଆ ଆଦର୍ଶ ବିଦ୍ୟାଳୟ ନିକଟରେ ପୂର୍ବରୁ ଖବର ପାଇ ଛକି ବସିଥିଲା ଯଶୀପୁର ପୋଲିସ । ଘଟଣାସ୍ଥଳରୁ ଟ୍ରାକ୍ଟର ଡ୍ରାଇଭର ମାନେ ଖସି ଯାଇଥିବା ବେଳେ ଏସ୍କର୍ଟ ଗାଡ଼ିରେ ଥିବା ୨ ମାଫିଆଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଏ ନେଇ ଯଶୀପୁର ଥାନାରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ଯଶୀପୁର ପୋଲିସ ।You Can Read:ପ୍ରତୀକ୍ଷାର ଘଟିଲା ଅନ୍ତ, ରତ୍ନଭଣ୍ଡାର ଖୋଲିବାକୁ ଶ୍ରୀମନ୍ଦିରରେ ପ୍ରବେଶ କଲେ ୧୧ ଜଣିଆ ଟିମ୍

ମାଙ୍କଡ଼ା ପଥର ଚୋରା ଚାଲାଣ ବେଳେ ମାଡିବସିଲା ପୋଲିସ, ୩ ଟ୍ରାକ୍ଟର ଜବତ ସହ ୨ ଗିରଫ

କରଞ୍ଜିଆ ୧୪।୭: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଞ୍ଚଳରେ ଲଘୁଖଣିଜ ମାଫିଆ ସକ୍ରିୟ ।  କରଞ୍ଜିଆରୁ ଯଶୀପୁର ଥାନା ନଅଣା ଗାଁକୁ ମାଙ୍କଡ଼ା ପଥର ଚୋରା ଚାଲାଣ ହେଉଥିବା ବେଳେ ମାଡି ବସିଲା ପୋଲିସ । ତିନୋଟି ମାଙ୍କଡ଼ା ପଥର ବୋଝେଇ ଟ୍ରାକ୍ଟର ଜବତ ହୋଇଛି । ଦୁଇ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । 

ଶନିବାର ବିଳମ୍ୱିତ ରାତିରେ ଯଶୀପୁର-ରରୁଆଁ ରୋଡ଼ ଟିଙ୍ଗିରିଆ ଆଦର୍ଶ ବିଦ୍ୟାଳୟ ନିକଟରେ ପୂର୍ବରୁ ଖବର ପାଇ ଛକି ବସିଥିଲା ଯଶୀପୁର ପୋଲିସ । ଘଟଣାସ୍ଥଳରୁ ଟ୍ରାକ୍ଟର ଡ୍ରାଇଭର ମାନେ ଖସି ଯାଇଥିବା ବେଳେ ଏସ୍କର୍ଟ ଗାଡ଼ିରେ ଥିବା ୨ ମାଫିଆଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଏ ନେଇ ଯଶୀପୁର ଥାନାରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ଯଶୀପୁର ପୋଲିସ ।

You Can Read:

ପ୍ରତୀକ୍ଷାର ଘଟିଲା ଅନ୍ତ, ରତ୍ନଭଣ୍ଡାର ଖୋଲିବାକୁ ଶ୍ରୀମନ୍ଦିରରେ ପ୍ରବେଶ କଲେ ୧୧ ଜଣିଆ ଟିମ୍