ସ୍ତ୍ରୀ କହିପାରିଲେନି ଇଂରାଜୀ, ସ୍ୱାମୀଙ୍କୁ ଆସେନି ହିନ୍ଦୀ...ତିନି ମାସରେ ଭାଙ୍ଗିଗଲା ବାହାଘର
ବିହାର ୧୫/୦୪: ଆପଣ କେବେ ଭାବିଛନ୍ତି କି ଇଂରାଜୀ କହିପାରୁ ନ ଥିବାରୁ କାହାର ବିବାହ ଭାଙ୍ଗିପାରେ ? ଆଜ୍ଞା ହଁ ଉତ୍ତରପ୍ରଦେଶର ଆଗ୍ରାଠାରେ ନଜର ଆସିଛି ଏମିତି ମାମଲା । ଯେଉଁଠି ଇଂରାଜୀ କହିପାରୁ ନ ଥିବାରୁ ଭାଙ୍ଗିଯାଇଛି ବିବାହ । ତା ପୁଣ ବିବାହର ୩ ମାସ ପରେ । ଆଶ୍ଚର୍ଯ୍ୟଜନକ କଥା ହେଉଛି ଏକ ବର୍ଷ ପୂର୍ବେ ସାକ୍ଷାତ ହେବା ପରେ ଉଭୟଙ୍କ ତିନି ମାସ ପୂର୍ବରୁ ପ୍ରେମ ବିବାହ ହୋଇଥିଲା । ଯୁବକ ଗୁରୁଗ୍ରାମର ଏକ ଘରୋଇ ବ୍ୟାଙ୍କରେ କାମ କରନ୍ତି । ସେ ଦକ୍ଷିଣ ଭାରତର, ଯେଉଁଥିପାଇଁ ସେ ହିନ୍ଦୀ ଜାଣନ୍ତି ନାହିଁ । ସେ ପ୍ରାୟ ଏକ ବର୍ଷ ପୂର୍ବେ ତାଲିମ ପାଇଁ ଆଗ୍ରା ଆସିଥିଲେ । ସେ ଏକ ସମୟରେ ଆଗ୍ରାର ଜଣେ ଝିଅକୁ ଭେଟିଥିଲେ । ଏହା ପରେ ଦୁହେଁ ବନ୍ଧୁ ହେଲେ ଏବଂ ପରେ ବନ୍ଧୁତା ପ୍ରେମରେ ପରିଣତ ହେଲା । ଦୁହେଁ ଏକାଠି ରହିବାକୁ ଏବଂ ଜୀବନ ଗଢିବାକୁ ଶପଥ କରିଥିଲେ । ପରେ ତିନିମାସ ତଳେ ଉଭୟଙ୍କ ଧୂମ୍ଧାମରେ ହୋଇଥିଲା ବିବାହ । ଏହି ମାମଲାରେ ଝିଅଟି ପ୍ରାୟ ୧୫ ଦିନ ହେବ ତାଙ୍କ ମାଆ ଘରେ ରହୁଥିବା ପୋଲିସକୁ କହିଛନ୍ତି । ସେ ପୋଲିସକୁ କହିଥିଲେ ଯେ ତାଙ୍କ ସ୍ୱାମୀ ଇଂରାଜୀ କୁହନ୍ତି । କିନ୍ତୁ ତାଙ୍କୁ ଇଂରାଜୀ ଆସେନି । ତାଙ୍କୁ କେବଳ ହିନ୍ଦୀ ଆସେ । କିନ୍ତୁ ତାଙ୍କ ସ୍ୱାମୀ ହିନ୍ଦୀ ବୁଝିପାରନ୍ତି ନାହିଁ । ଏହାକୁ ନେଇ ତାଙ୍କ ଘରେ ଲାଗି ରହୁଥିଲା ବିବାଦ । କେବଳ ଇଂରାଜୀରେ କଥା ହେବାକୁ ତାଙ୍କ ସ୍ୱାମୀ ତାଙ୍କ ଉପରେ ଚାପ ପକା
ବିହାର ୧୫/୦୪: ଆପଣ କେବେ ଭାବିଛନ୍ତି କି ଇଂରାଜୀ କହିପାରୁ ନ ଥିବାରୁ କାହାର ବିବାହ ଭାଙ୍ଗିପାରେ ? ଆଜ୍ଞା ହଁ ଉତ୍ତରପ୍ରଦେଶର ଆଗ୍ରାଠାରେ ନଜର ଆସିଛି ଏମିତି ମାମଲା । ଯେଉଁଠି ଇଂରାଜୀ କହିପାରୁ ନ ଥିବାରୁ ଭାଙ୍ଗିଯାଇଛି ବିବାହ । ତା ପୁଣ ବିବାହର ୩ ମାସ ପରେ ।
ଆଶ୍ଚର୍ଯ୍ୟଜନକ କଥା ହେଉଛି ଏକ ବର୍ଷ ପୂର୍ବେ ସାକ୍ଷାତ ହେବା ପରେ ଉଭୟଙ୍କ ତିନି ମାସ ପୂର୍ବରୁ ପ୍ରେମ ବିବାହ ହୋଇଥିଲା । ଯୁବକ ଗୁରୁଗ୍ରାମର ଏକ ଘରୋଇ ବ୍ୟାଙ୍କରେ କାମ କରନ୍ତି । ସେ ଦକ୍ଷିଣ ଭାରତର, ଯେଉଁଥିପାଇଁ ସେ ହିନ୍ଦୀ ଜାଣନ୍ତି ନାହିଁ । ସେ ପ୍ରାୟ ଏକ ବର୍ଷ ପୂର୍ବେ ତାଲିମ ପାଇଁ ଆଗ୍ରା ଆସିଥିଲେ । ସେ ଏକ ସମୟରେ ଆଗ୍ରାର ଜଣେ ଝିଅକୁ ଭେଟିଥିଲେ ।
ଏହା ପରେ ଦୁହେଁ ବନ୍ଧୁ ହେଲେ ଏବଂ ପରେ ବନ୍ଧୁତା ପ୍ରେମରେ ପରିଣତ ହେଲା । ଦୁହେଁ ଏକାଠି ରହିବାକୁ ଏବଂ ଜୀବନ ଗଢିବାକୁ ଶପଥ କରିଥିଲେ । ପରେ ତିନିମାସ ତଳେ ଉଭୟଙ୍କ ଧୂମ୍ଧାମରେ ହୋଇଥିଲା ବିବାହ । ଏହି ମାମଲାରେ ଝିଅଟି ପ୍ରାୟ ୧୫ ଦିନ ହେବ ତାଙ୍କ ମାଆ ଘରେ ରହୁଥିବା ପୋଲିସକୁ କହିଛନ୍ତି । ସେ ପୋଲିସକୁ କହିଥିଲେ ଯେ ତାଙ୍କ ସ୍ୱାମୀ ଇଂରାଜୀ କୁହନ୍ତି ।
କିନ୍ତୁ ତାଙ୍କୁ ଇଂରାଜୀ ଆସେନି । ତାଙ୍କୁ କେବଳ ହିନ୍ଦୀ ଆସେ । କିନ୍ତୁ ତାଙ୍କ ସ୍ୱାମୀ ହିନ୍ଦୀ ବୁଝିପାରନ୍ତି ନାହିଁ । ଏହାକୁ ନେଇ ତାଙ୍କ ଘରେ ଲାଗି ରହୁଥିଲା ବିବାଦ । କେବଳ ଇଂରାଜୀରେ କଥା ହେବାକୁ ତାଙ୍କ ସ୍ୱାମୀ ତାଙ୍କ ଉପରେ ଚାପ ପକାଉଥିଲେ । ଏହି କାରଣରୁ ସେ ବିରକ୍ତ ବି ହେଉଥିଲେ । ସେତେବେଳେ ବି ସେ ହିନ୍ଦୀରେ କଥା କହୁଥିଲେ । ତାଙ୍କ ସ୍ୱାମୀ ତାଙ୍କୁ ମାର୍ ପିଟ୍ କରୁଥିଲେ । ଫଳରେ ରାଗିଯାଇ ସେ ତାଙ୍କ ବାପା ମାଆଙ୍କ ପାଖକୁ ପଳାଇାସିଥିଲେ ।
ଏହି ମାମଲାରେ ଝିଅର ଅଭିଯୋଗ ପରେ ସ୍ୱାମୀଙ୍କୁ ପରିବାର ପରାମର୍ଶ କେନ୍ଦ୍ରକୁ ଡକାଯାଇଥିଲା । ସେ କହିଛନ୍ତି ଯେ ସେ ଦକ୍ଷିଣ ଭାରତର, ତାଙ୍କୁ ହିନ୍ଦୀ ଠିକ୍ସେ ଆସେନି । ଘରେ ଇଂରାଜୀ କଥାବାର୍ତ୍ତା ହୋଇନପାରିବାରୁ ଉଭୟଙ୍କ ମଧ୍ୟରେ କୌଣସି ବୁଝାମଣା ଠିକ୍ ରହିଲାନନ । ଯାହା ପରେ ସ୍ୱାମୀ ସ୍ପଷ୍ଟ ଭାବେ ପତ୍ନୀଙ୍କୁ ତାଙ୍କ ସହିତ ରଖିବାକୁ ମନା କରିଦେଇଛନ୍ତି ।