ଏକତରଫା ପ୍ରେମ ପାଇଁ ଗଡିଲା ମୁଣ୍ଡ ! ବିଚ୍‌ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର ୨୯।୦୮: ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ । ଏକତରଫା ପ୍ରେମ ପାଇଁ ଗଡ଼ିଲା ଜଣଙ୍କ ମୁଣ୍ଡ । ମୃତକ ଖଣ୍ଡଗିରି ଥାନା ଡୁଡୁଡୁମା ରଘୁନାଥ ନଗର ଜଗତ ମଲିକ ବୋଲି ଜଣାପଡିଛି । ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ଖବର ଅନୁଯାୟୀ,  ବୁଧବାର ମଧ୍ୟ ରାତିରେ ଜଗତ ମଲିକ ନିଜ ଘର ରଘୁନାଥ ନଗରକୁ ଏକ ସ୍କୁଟିରେ ଫେରୁଥିଲେ  । ଘର ଠାରୁ କିଛି ଦୂରରେ ପୂର୍ବରୁ ଲୁଚି ରହିଥିବା ଦୁବୃର୍ତ୍ତ ମାନେ ଜଗତଙ୍କ ପଛପଟୁ ଏକ ଧାରୁଆ ଅସ୍ତ୍ରାରେ ଚୋଟ ପକାଇ ଥିଲେ  । ଯାହାଫଳରେ ଜଗତ ସ୍କୁଟିର କିଛି ବାଟ ଯିବା ପରେ ରାସ୍ତା ଉପରେ ଟଳିପଡିଥିଲେ  । ତେବେ ଏକତରଫା ପ୍ରେମକୁ ନେଇ  ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ଯାଣିବାକୁ ପାଇଛି । ସେପଟେ ହତ୍ୟାକାଣ୍ଡ ପରେ ଜଣେ ଅଭିଯୁକ୍ତ ନାବାଳକ ଖଣ୍ଡଗିରି ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡିଛି । ଘଟଣାସ୍ଥଳରେ ଉତ୍ତେଜନାକୁ ଆଖି ଆଗରେ ରଖି ଖଣ୍ଡଗିରି ପୋଲିସ ଜଗି ରହିଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି ।  

ଏକତରଫା ପ୍ରେମ ପାଇଁ ଗଡିଲା ମୁଣ୍ଡ ! ବିଚ୍‌ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର ୨୯।୦୮: ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ । ଏକତରଫା ପ୍ରେମ ପାଇଁ ଗଡ଼ିଲା ଜଣଙ୍କ ମୁଣ୍ଡ । ମୃତକ ଖଣ୍ଡଗିରି ଥାନା ଡୁଡୁଡୁମା ରଘୁନାଥ ନଗର ଜଗତ ମଲିକ ବୋଲି ଜଣାପଡିଛି । ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । 

ଖବର ଅନୁଯାୟୀ,  ବୁଧବାର ମଧ୍ୟ ରାତିରେ ଜଗତ ମଲିକ ନିଜ ଘର ରଘୁନାଥ ନଗରକୁ ଏକ ସ୍କୁଟିରେ ଫେରୁଥିଲେ  । ଘର ଠାରୁ କିଛି ଦୂରରେ ପୂର୍ବରୁ ଲୁଚି ରହିଥିବା ଦୁବୃର୍ତ୍ତ ମାନେ ଜଗତଙ୍କ ପଛପଟୁ ଏକ ଧାରୁଆ ଅସ୍ତ୍ରାରେ ଚୋଟ ପକାଇ ଥିଲେ  । ଯାହାଫଳରେ ଜଗତ ସ୍କୁଟିର କିଛି ବାଟ ଯିବା ପରେ ରାସ୍ତା ଉପରେ ଟଳିପଡିଥିଲେ  । ତେବେ ଏକତରଫା ପ୍ରେମକୁ ନେଇ  ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ଯାଣିବାକୁ ପାଇଛି । 

ସେପଟେ ହତ୍ୟାକାଣ୍ଡ ପରେ ଜଣେ ଅଭିଯୁକ୍ତ ନାବାଳକ ଖଣ୍ଡଗିରି ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡିଛି । ଘଟଣାସ୍ଥଳରେ ଉତ୍ତେଜନାକୁ ଆଖି ଆଗରେ ରଖି ଖଣ୍ଡଗିରି ପୋଲିସ ଜଗି ରହିଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି ।