କଂଗ୍ରେସକୁ ସାମାନ୍ୟ ଆଶ୍ୱସ୍ତି । ନିର୍ବାଚନ ଶେଷ ନହେବା ନଯାଏଁ ହେବନି କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ: କଂଗ୍ରେସକୁ ସାମାନ୍ୟ ଆଶ୍ୱସ୍ତି । ଆୟକର ବିଭାଗ ନୋଟିସ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଦଳକୁ ନିର୍ବାଚନ ପର୍ଯ୍ୟନ୍ତ ଆଶ୍ୱସ୍ତି ଦେଇଛନ୍ତି । ଶୁଣାଣି ସମୟରେ ଆୟକର ବିଭାଗ କହିଛି ନିର୍ବାଚନ ସରିବା ପର୍ଯ୍ୟନ୍ତ ଦଳ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ କରିବ ନାହିଁ । ଅର୍ଥାତ କଂଗ୍ରେସକୁ ଦିଆଯାଇଥିବା ନୋଟିସ ବିରୋଧରେ ଶୁଣାଣୀ ଜୁଲାଇ ମାସରେ କରିବେ କୋର୍ଟ । ଆଜିର ଶୁଣାଣୀ ସମୟରେ ଆୟକର ବିଭାଗ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେତା […] The post କଂଗ୍ରେସକୁ ସାମାନ୍ୟ ଆଶ୍ୱସ୍ତି । ନିର୍ବାଚନ ଶେଷ ନହେବା ନଯାଏଁ ହେବନି କାର୍ଯ୍ୟାନୁଷ୍ଠାନ first appeared on Kanak News.

କଂଗ୍ରେସକୁ ସାମାନ୍ୟ ଆଶ୍ୱସ୍ତି । ନିର୍ବାଚନ ଶେଷ ନହେବା ନଯାଏଁ ହେବନି କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ: କଂଗ୍ରେସକୁ ସାମାନ୍ୟ ଆଶ୍ୱସ୍ତି । ଆୟକର ବିଭାଗ ନୋଟିସ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଦଳକୁ ନିର୍ବାଚନ ପର୍ଯ୍ୟନ୍ତ ଆଶ୍ୱସ୍ତି ଦେଇଛନ୍ତି । ଶୁଣାଣି ସମୟରେ ଆୟକର ବିଭାଗ କହିଛି ନିର୍ବାଚନ ସରିବା ପର୍ଯ୍ୟନ୍ତ ଦଳ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ କରିବ ନାହିଁ । ଅର୍ଥାତ କଂଗ୍ରେସକୁ ଦିଆଯାଇଥିବା ନୋଟିସ ବିରୋଧରେ ଶୁଣାଣୀ ଜୁଲାଇ ମାସରେ କରିବେ କୋର୍ଟ । ଆଜିର ଶୁଣାଣୀ ସମୟରେ ଆୟକର ବିଭାଗ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେତା ନିଜ ପକ୍ଷ ରଖିଥିଲେ । ସେ କହିଥିଲେ କୌଣସି ଦଳ ନିର୍ବାଚନ ସମୟରେ ଅସୁବିଧାର ସମ୍ମୁଖୀନ ହୁଅନ୍ତୁ ବୋଲି ଆଇଟି ଚାହୁଁନାହିଁ । ତେଣୁ ନିର୍ବାଚନ ସରିବା ଯାଏଁ କୌଣସି ପଦକ୍ଷେପ ଗ୍ରହଣ କରାଯିବନି । ମାର୍ଚ୍ଚ ୨୯ ତାରିଖରେ କଂଗ୍ରେସକୁ ୧୮ଶହ କୋଟି ଟଙ୍କାର ନୋଟିସ ପଠାଇଥିଲା ଆୟକର ବିଭାଗ । ୨୦୧୪-୧୫/୨୦-୨୧ ବର୍ଷ ପାଇଁ ୧୮ଶହ କୋଟି ଟଙ୍କାର ନୋଟିସ ଜାରି କରିଥିଲା ଆୟକର ବିଭାଗ । ପରେ ଆଉ ଦୁଇଟି ନୋଟିସ ପଠାଯାଇଥିଲା ।

The post କଂଗ୍ରେସକୁ ସାମାନ୍ୟ ଆଶ୍ୱସ୍ତି । ନିର୍ବାଚନ ଶେଷ ନହେବା ନଯାଏଁ ହେବନି କାର୍ଯ୍ୟାନୁଷ୍ଠାନ first appeared on Kanak News.