ଦିଲ୍ଲୀରେ ଆସିଲା ବୁଥ୍ ବାହୁଡ଼ା ମତ : ଭାଙ୍ଗିଯିବ କି ଆପର ହ୍ୟାଟ୍ରିକ ସ୍ବପ୍ନ ?

କନକବ୍ୟୁରୋ : ଦିଲ୍ଲୀରେ ଆସିଲା ବୁଥ୍ ବାହୁଡ଼ା ମତ। ଭାଙ୍ଗିଯିବ କି ଆପର ହ୍ୟାଟ୍ରିକ ସ୍ବପ୍ନ, ଲଗାତର ବିଜୟ ପରେ ଏଥର ଆମ୍ ଆଦମୀ ପାର୍ଟି ମ୍ୟାଜିକ ନମ୍ବର ଛୁଇଁଲେ ବି ତା ଠାରୁ ବିଜେପି ଅଧିକ ସଂଖ୍ୟା ପାଉଛି ।  ଏକାଧିକ ସଂସ୍ଥାର ଏକଜିଟ୍‌ ପୋଲରେ ଆଗରେ ରହିଛି ଭାରତୀୟ ଜନତା ପାର୍ଟି। ବିଭିନ୍ନ ସଂସ୍ଥାର ଆକଳନ ଅନୁଯାୟୀ ୪୦ରୁ ଅଧିକ ଆସନ ହାତେଇପାରେ ବିଜେପି। ସେପଟେ ୫ରୁ କମ୍ ଆସନ କଂଗ୍ରେସ ପାଇବା ନେଇ ଆକଳନ କରିଛନ୍ତି ଗଣମାଧ୍ୟମର ଏକଜିଟ୍ ପୋଲ । ତେବେ ବିଗତ ନିର୍ବାଚନ ଗୁଡ଼ିକର ଫଳାଫଳରୁ ଏକଜିଟ୍ ଓ ଏକଜାକ୍ଟ ପୋଲକୁ ନେଇ ଦ୍ବନ୍ଦ୍ବ ଲାଗି ରହିଛି  ।   ସରିଲା ମତଦାନ, ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ। ସଂଧ୍ୟା ୫ଟା ସୁଦ୍ଧା ୫୭.୭୦ ପ୍ରତିଶତ ଭୋଟିଂ ହୋଇଛି । ଉତ୍ତର-ପୂର୍ବ ଦିଲ୍ଲୀରେ ସର୍ବାଧିକ ୬୩.୮୩ ପ୍ରତିଶତ ଭୋଟ ପଡ଼ିଥିବା ବେଳେ ସାହଦରାରେ ୬୧.୩୫%, ଦକ୍ଷୀଣ-ପଶ୍ଚିମ ଦିଲ୍ଲୀରେ ୫୮.୮୬%, ଉତ୍ତର-ପଶ୍ଚିମ ଦିଲ୍ଲୀରେ ୫୮.୦୫% ଏବଂ ଉତ୍ତର ଦିଲ୍ଲୀରେ ୫୭.୨୪ ପ୍ରତିଶତ ଭୋଟ ପଡ଼ିଥିବା ସୂଚନା ମିଳିଛି   ।  ମୋଟ ୭୦ ବିଧାନସଭା ଆସନକୁ ନେଇ ଅନୁଷ୍ଠିତ ଦିଲ୍ଲୀ ନିର୍ବାଚନରେ ୧.୫୬ କୋଟି ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ଦିଲ୍ଲୀରେ ମତଦାନ ପାଇଁ ୧୩ହଜାର ୭୬୬ ପୋଲିଂ ବୁଥ୍ ପ୍ରସ୍ତୁତ କରାଯାଇଥିଲା  ।  ସ୍ବଛ ଓ ଅବାଧ ନିର୍ବାଚନ ଅନୁଷ୍ଠିତ ନେଇ ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ହୋଇଥିଲା ସ୍ବତନ୍ତ୍ର ପ

ଦିଲ୍ଲୀରେ ଆସିଲା ବୁଥ୍ ବାହୁଡ଼ା ମତ : ଭାଙ୍ଗିଯିବ କି ଆପର ହ୍ୟାଟ୍ରିକ ସ୍ବପ୍ନ ?

କନକବ୍ୟୁରୋ : ଦିଲ୍ଲୀରେ ଆସିଲା ବୁଥ୍ ବାହୁଡ଼ା ମତ। ଭାଙ୍ଗିଯିବ କି ଆପର ହ୍ୟାଟ୍ରିକ ସ୍ବପ୍ନ, ଲଗାତର ବିଜୟ ପରେ ଏଥର ଆମ୍ ଆଦମୀ ପାର୍ଟି ମ୍ୟାଜିକ ନମ୍ବର ଛୁଇଁଲେ ବି ତା ଠାରୁ ବିଜେପି ଅଧିକ ସଂଖ୍ୟା ପାଉଛି ।  ଏକାଧିକ ସଂସ୍ଥାର ଏକଜିଟ୍‌ ପୋଲରେ ଆଗରେ ରହିଛି ଭାରତୀୟ ଜନତା ପାର୍ଟି। ବିଭିନ୍ନ ସଂସ୍ଥାର ଆକଳନ ଅନୁଯାୟୀ ୪୦ରୁ ଅଧିକ ଆସନ ହାତେଇପାରେ ବିଜେପି। ସେପଟେ ୫ରୁ କମ୍ ଆସନ କଂଗ୍ରେସ ପାଇବା ନେଇ ଆକଳନ କରିଛନ୍ତି ଗଣମାଧ୍ୟମର ଏକଜିଟ୍ ପୋଲ । ତେବେ ବିଗତ ନିର୍ବାଚନ ଗୁଡ଼ିକର ଫଳାଫଳରୁ ଏକଜିଟ୍ ଓ ଏକଜାକ୍ଟ ପୋଲକୁ ନେଇ ଦ୍ବନ୍ଦ୍ବ ଲାଗି ରହିଛି  ।  

ସରିଲା ମତଦାନ, ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ। ସଂଧ୍ୟା ୫ଟା ସୁଦ୍ଧା ୫୭.୭୦ ପ୍ରତିଶତ ଭୋଟିଂ ହୋଇଛି । ଉତ୍ତର-ପୂର୍ବ ଦିଲ୍ଲୀରେ ସର୍ବାଧିକ ୬୩.୮୩ ପ୍ରତିଶତ ଭୋଟ ପଡ଼ିଥିବା ବେଳେ ସାହଦରାରେ ୬୧.୩୫%, ଦକ୍ଷୀଣ-ପଶ୍ଚିମ ଦିଲ୍ଲୀରେ ୫୮.୮୬%, ଉତ୍ତର-ପଶ୍ଚିମ ଦିଲ୍ଲୀରେ ୫୮.୦୫% ଏବଂ ଉତ୍ତର ଦିଲ୍ଲୀରେ ୫୭.୨୪ ପ୍ରତିଶତ ଭୋଟ ପଡ଼ିଥିବା ସୂଚନା ମିଳିଛି   । 

ମୋଟ ୭୦ ବିଧାନସଭା ଆସନକୁ ନେଇ ଅନୁଷ୍ଠିତ ଦିଲ୍ଲୀ ନିର୍ବାଚନରେ ୧.୫୬ କୋଟି ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ଦିଲ୍ଲୀରେ ମତଦାନ ପାଇଁ ୧୩ହଜାର ୭୬୬ ପୋଲିଂ ବୁଥ୍ ପ୍ରସ୍ତୁତ କରାଯାଇଥିଲା  ।  ସ୍ବଛ ଓ ଅବାଧ ନିର୍ବାଚନ ଅନୁଷ୍ଠିତ ନେଇ ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ହୋଇଥିଲା ସ୍ବତନ୍ତ୍ର ପ୍ରସ୍ତୁତି। ୭୦ ଆସନରେ ମୋଟ ୬୯୯ ପ୍ରତିଦ୍ୱନ୍ଦୀ ମୈଦାନକୁ ଓହ୍ଲାଇଥିବା ବେଳେ ସମସ୍ତ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି   । 

ଆସନ୍ତା ଫେବ୍ରୁଆରି ୮ତାରିଖରେ ଫଳାଫଳ ପ୍ରକାଶ ପାଇବ।  ଆଜିର ଭୋଟ  ଆପ ପାଇଁ ଅଗ୍ନିପରୀକ୍ଷା ହୋଇଥିବାବେଳେ ଆଗାମୀ ୫ ବର୍ଷ ପାଇଁ  ବିଜେପି ଓ କଂଗ୍ରସର ଭାଗ୍ୟ ନିର୍ଧାରଣ କରିବ । ଏଥର ବିଧାନସଭା ନିର୍ବାଚନ ଜିତି ହାଟ୍ରିକ ବିଜୟ ଆଶାରେ ଅଛି ଆପ୍ । ତେଣୁ ପୁଣି ଥରେ ଆମ୍ ଆଦମୀ ପାର୍ଟି ଦିଲ୍ଲୀ ଗଡ଼ ବଜାୟ ରଖିବାରେ ସଫଳ ହେବ ନା ବିଜେପି କିମ୍ବା କଂଗ୍ରେସ କିଛି ବଡ଼ ଓଲଟପାଲଟ କରିଦେବେ ତାହା ଆସନ୍ତା ୮ ତାରିଖରେ ସ୍ପଷ୍ଟ ହେବ ।