ଇଂଲଣ୍ଡ ଗସ୍ତରେ ରୋହିତ-ବିରାଟଙ୍କ ବିନା ଏମିତି ହୋଇପାରେ ଭାରତର ବ୍ୟାଟିଂ କ୍ରମ, ନମ୍ବର ୪ ପାଇଁ ୩ ଦାବିଦାର
ନୂଆଦିଲ୍ଲୀ: ଭାରତୀୟ ଖେଳାଳି ପୁଣି ଥରେ ମେ ୧୭ରୁ ଆଇପିଏଲ୍ ୨୦୨୫ରେ ବ୍ୟସ୍ତ ରହିବେ। କିନ୍ତୁ ସଭିଙ୍କ ଚିନ୍ତା ଇଂଲଣ୍ଡ ଗସ୍ତକୁ ନେଇ ରହିବ। ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଜୁନ ୨୦ରୁ ଆରମ୍ଭ ହେବାକୁ ଯାଉଛି। ଏହି ବଡ଼ ସିରିଜ୍ ପୂର୍ବରୁ ଅଧିନାୟକ ରୋହିତ ଶର୍ମା ଓ ତାରକା ବ୍ୟାଟର ବିରାଟ କୋହଲି ଟେଷ୍ଟ କ୍ରିକେଟ୍ରୁ ଅବସର ନେଇ ସାରିଛନ୍ତି। ଉଭୟ ଆଗକୁ ଆଉ ଭାରତ ପାଇଁ ଟେଷ୍ଟ ମ୍ୟାଚ୍ ଖେଳିବେ ନାହିଁ। ଏହା ପୂର୍ବରୁ ଗତ ବର୍ଷ ଦୁଇ ତାରକା ଖେଳାଳି ଟି-୨୦ ବିଶ୍ଵକପ୍ରୁ ସନ୍ନ୍ୟାସ ନେଇ ସାରିଛନ୍ତି। କିନ୍ତୁ ଦିନିକିଆ କ୍ରିକେଟ୍ ଖେଳିବା ଜାରି ରଖିବେ। ଏମିତିରେ ଏହି ଦୁଇ କ୍ରିକେଟରଙ୍କ ଅନୁପସ୍ଥିତିରେ ଇଂଲଣ୍ଡ ଗସ୍ତରେ ଭାରତର ବ୍ୟାଟିଂ କ୍ରମ କେମିତି ରହିବ ? ଚାଲନ୍ତୁ ଜାଣିବା।ରୋହିତ ଶର୍ମା ଗତ ଅନେକ ବର୍ଷ ଧରି ଟେଷ୍ଟ କ୍ରିକେଟ୍ରେ ଓପନିଂ କରି ଆସିଥିଲେ। ଏବେ ରୋହିତ ଖେଳୁ ନ ଥିବାରୁ ଯଶସ୍ଵୀ ଜୟସ୍ଵାଲଙ୍କ ସହିତ ଇନିଂସର ଓପନ କରି ପାରନ୍ତି କେଏଲ ରାହୁଲ। ଏହି ଡାହାଣହାତୀ ବ୍ୟାଟର ଅଷ୍ଟ୍ରେଲିଆ ଗସ୍ତରେ ବେଶ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ। ଏହା ବ୍ୟତୀତ ଇଂଲଣ୍ଡରେ କେଏଲ ରାହୁଲଙ୍କ ପ୍ରଦର୍ଶନ ପ୍ରଭାବଶାଳୀ ରହିଛି। ନମ୍ବର ତିନିରେ ସମ୍ଭାବିତ ଅଧିନାୟକ କୁହାଯାଉଥିବା ଶୁଭମନ ଗିଲ୍ ବ୍ୟାଟିଂ କରିବେ। ଗିଲ୍ ଏହି କ୍ରମରେ ଦୀର୍ଘ ଦିନ ଧରି ବ୍ୟାଟିଂ କରୁଛନ୍ତି। ନମ୍ବର ୪ରେ ବିରାଟ କେ
ନୂଆଦିଲ୍ଲୀ: ଭାରତୀୟ ଖେଳାଳି ପୁଣି ଥରେ ମେ ୧୭ରୁ ଆଇପିଏଲ୍ ୨୦୨୫ରେ ବ୍ୟସ୍ତ ରହିବେ। କିନ୍ତୁ ସଭିଙ୍କ ଚିନ୍ତା ଇଂଲଣ୍ଡ ଗସ୍ତକୁ ନେଇ ରହିବ। ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଜୁନ ୨୦ରୁ ଆରମ୍ଭ ହେବାକୁ ଯାଉଛି। ଏହି ବଡ଼ ସିରିଜ୍ ପୂର୍ବରୁ ଅଧିନାୟକ ରୋହିତ ଶର୍ମା ଓ ତାରକା ବ୍ୟାଟର ବିରାଟ କୋହଲି ଟେଷ୍ଟ କ୍ରିକେଟ୍ରୁ ଅବସର ନେଇ ସାରିଛନ୍ତି। ଉଭୟ ଆଗକୁ ଆଉ ଭାରତ ପାଇଁ ଟେଷ୍ଟ ମ୍ୟାଚ୍ ଖେଳିବେ ନାହିଁ। ଏହା ପୂର୍ବରୁ ଗତ ବର୍ଷ ଦୁଇ ତାରକା ଖେଳାଳି ଟି-୨୦ ବିଶ୍ଵକପ୍ରୁ ସନ୍ନ୍ୟାସ ନେଇ ସାରିଛନ୍ତି। କିନ୍ତୁ ଦିନିକିଆ କ୍ରିକେଟ୍ ଖେଳିବା ଜାରି ରଖିବେ। ଏମିତିରେ ଏହି ଦୁଇ କ୍ରିକେଟରଙ୍କ ଅନୁପସ୍ଥିତିରେ ଇଂଲଣ୍ଡ ଗସ୍ତରେ ଭାରତର ବ୍ୟାଟିଂ କ୍ରମ କେମିତି ରହିବ ? ଚାଲନ୍ତୁ ଜାଣିବା।
ରୋହିତ ଶର୍ମା ଗତ ଅନେକ ବର୍ଷ ଧରି ଟେଷ୍ଟ କ୍ରିକେଟ୍ରେ ଓପନିଂ କରି ଆସିଥିଲେ। ଏବେ ରୋହିତ ଖେଳୁ ନ ଥିବାରୁ ଯଶସ୍ଵୀ ଜୟସ୍ଵାଲଙ୍କ ସହିତ ଇନିଂସର ଓପନ କରି ପାରନ୍ତି କେଏଲ ରାହୁଲ। ଏହି ଡାହାଣହାତୀ ବ୍ୟାଟର ଅଷ୍ଟ୍ରେଲିଆ ଗସ୍ତରେ ବେଶ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ। ଏହା ବ୍ୟତୀତ ଇଂଲଣ୍ଡରେ କେଏଲ ରାହୁଲଙ୍କ ପ୍ରଦର୍ଶନ ପ୍ରଭାବଶାଳୀ ରହିଛି। ନମ୍ବର ତିନିରେ ସମ୍ଭାବିତ ଅଧିନାୟକ କୁହାଯାଉଥିବା ଶୁଭମନ ଗିଲ୍ ବ୍ୟାଟିଂ କରିବେ। ଗିଲ୍ ଏହି କ୍ରମରେ ଦୀର୍ଘ ଦିନ ଧରି ବ୍ୟାଟିଂ କରୁଛନ୍ତି। ନମ୍ବର ୪ରେ ବିରାଟ କୋହଲିଙ୍କ ଅବସର ପରେ ଖାଲି ହୋଇଛି।
Also read: ଇଣ୍ଟରନ୍ୟାସନାଲ ସିଡ୍ୟୁଲ ସହ IPL 2025ର ଟକ୍କର, ବଢିଲା ଫ୍ରାଞ୍ଚାଇଜଙ୍କ ଟେନସନ
ବିରାଟଙ୍କ ସ୍ଥାନରେ ବ୍ୟାଟିଂ କରିବା ପାଇଁ ବର୍ତ୍ତମାନ ତିନି ବଡ଼ ଦାବିଦାର ଅଛନ୍ତି। ଏଥିରେ ସାଇ ସୁଦର୍ଶନ, କରୁଣ ନାୟର ଓ ଶ୍ରେୟସ ଆୟରଙ୍କ ନାଁ ସାମିଲ। ସାଇ ସୁଦର୍ଶନ ଏ ପର୍ଯ୍ୟନ୍ତ ଟେଷ୍ଟ କ୍ରିକେଟ୍ ଖେଳି ନ ଥିବା ବେଳେ କରୁଣ ନାୟର ପ୍ରାୟ ୮ ବର୍ଷ ହେବ ଟେଷ୍ଟ ଖେଳି ନାହାନ୍ତି। ଶ୍ରେୟସ ଆୟର ମଧ୍ୟ ପ୍ରାୟ ୧୫ ମାସ ହେବ ଟେଷ୍ଟରୁ ଦୂରରେ ଅଛନ୍ତି। ତେଣୁ ଚୟନକର୍ତ୍ତା, କୋଚ୍ ଓ ଅଧିନାୟକଙ୍କୁ ଏହି ତିନି ଖେଳାଳିଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରିବା ପାଇଁ ବେଶ ବିଚାର ବିମର୍ଶ କରିବାକୁ ପଡ଼ିବ। ପଞ୍ଚମ ନମ୍ବରରେ ଋଷଭ ପନ୍ତ, ଷଷ୍ଠରେ ନୀତିଶ କୁମାର ରେଡ୍ଡୀ, ସପ୍ତମରେ ରବୀନ୍ଦ୍ର ଜାଡ଼େଜା ଏବଂ ଅଷ୍ଟମରେ ଓ୍ଵାଶିଂଟନ ସୁନ୍ଦର କିମ୍ବା ଶାର୍ଦ୍ଦୁଳ ଠାକୁର ଖେଳି ପାରନ୍ତି। ଏହି କ୍ରମରେ ଭାରତ ନିକଟରେ ଅତି କମରେ ୮ ନମ୍ବର ପର୍ଯ୍ୟନ୍ତ ଭଲ ବ୍ୟାଟିଂ କ୍ରମ ରହିଛି। ତେବେ ଏ ପର୍ଯ୍ୟନ୍ତ ଇଂଲଣ୍ଡ ସିରିଜ୍ ପାଇଁ ଦଳ ଚୟନ ହୋଇ ନାହିଁ।
ଭାରତର ସମ୍ଭାବିତ ବ୍ୟାଟିଂ କ୍ରମ
୧- ଯଶସ୍ଵୀ ଜୟସ୍ଵାଲ, ୨- କେଏଲ ରାହୁଲ, ୩- ଶୁଭମନ ଗିଲ୍, ୪- ସାଇ ସୁଦର୍ଶନ/କରୁଣ ନାୟର/ଶ୍ରେୟସ ଆୟର, ୫- ଋଷଭ ପନ୍ତ,୬- ନୀତିଶ କୁମାର ରେଡ୍ଡୀ, ୭- ରବୀନ୍ଦ୍ର ଜାଡ଼େଜା, ୮- ଓ୍ଵାଶିଂଟନ ସୁନ୍ଦର/ଶାର୍ଦ୍ଦୁଳ ଠାକୁର।