ଗହୀରମଥା ଅଲିଭ ରିଡଲେଙ୍କ ଅଣ୍ଡାଦାନ, ସୁରକ୍ଷା ବଢାଇଲା ବନବିଭାଗ
ରାଜନଗର ୦୮/୦୪: ବିଶ୍ଵପ୍ରସିଦ୍ଧ ଗହୀରମଥା ସାମୁଦ୍ରିକ ଅଭୟରଣ୍ୟ ବିରଳ ଅଲିଭ ରିଡଲେ କଇଁଛଙ୍କ ଏନ୍ତୁଡ଼ିଶାଳ ଭାବେ ପରିଚିତ । ଏବେ ଅଲିଭ ରିଡଲେ କଇଁଛଙ୍କ ପ୍ରଜନନ ଋତୁ । ଗତ ୨ ତାରିଖ ଠାରୁ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଚତୁର୍ଥ ଦିନରେ ୮୨ ହଜାର ୩୧ ମା' କଇଁଛ କୂଳକୁଆସି ଅଣ୍ଡା ଦେଇଛନ୍ତି । ଏପ୍ରିଲ ୨ ତାରିଖ ପ୍ରଥମ ଦିନ ୩୭ହଜାର ଓ ୩ ତାରିଖ ଦ୍ଵିତୀୟ ଦିନ ୮୩ହଜାର ୬ଶହ ୪ତାରିଖ ତୃତୀୟ ଦିନରେ ୯୮ହଜାର ୧୬ ଓ ଆଜି ପର୍ଯ୍ୟନ୍ତ ୮୨ହଜାର ୩୧ଟି କଇଁଛ ଅଣ୍ଡାଦାନ କରିଛନ୍ତି । ପାଞ୍ଚ ତାରିଖ ସୁଦ୍ଧା ମୋଟ ୨ ଲକ୍ଷ ୬୬ହଜାର ୬୮୪ ମା ' କଇଁଛ କେବଳ ନାସା-୧ରେ ଅଣ୍ଡା ଦେଇଥିବା ଜଣାଯାଇଛି। ସୂର୍ଯ୍ୟାସ୍ତରୁ ସୂର୍ଯ୍ୟୋଦ୍ୱୟ ମଧ୍ୟରେ ଏଇ କଇଁଛମାନେ ସମୁଦ୍ରରୁ ଦଳ ଦଳ ହୋଇ ଉଠିଆସି ବାଲୁକା ଶଯ୍ୟାରେ ପ୍ରାୟ ଦେଢ଼ ଫୁଟରୁ ଦୁଇ ଫୁଟ ନିଜ ଗୋଡ଼ରେ ଗାତଖୋଳି ୮୦ରୁ ୧୩୦ଟି ପର୍ଯ୍ୟନ୍ତ ଅଣ୍ଡାଦେଇ ବାଲିରେ ଘୋଡାଇ ପରେ ସମୁଦ୍ରକୁ ଚାଲି ଯାଇଥାନ୍ତି । ଗଣଅଣ୍ଡାଦାନ ଜାରି ରହିଥିବାରୁ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସହକାରୀ ବନ ସରଂକ୍ଷକ ମାନସ ଦାସ ଓ ରେଞ୍ଜ ଅଫିସର ପ୍ରଦୋଷ ମହାରଣାଙ୍କ ଶହ ବନ କର୍ମଚାରୀମାନେ ପରିସ୍ଥିତି ଉପରେ ଲକ୍ଷ ରଖିଛନ୍ତି ।
ରାଜନଗର ୦୮/୦୪: ବିଶ୍ଵପ୍ରସିଦ୍ଧ ଗହୀରମଥା ସାମୁଦ୍ରିକ ଅଭୟରଣ୍ୟ ବିରଳ ଅଲିଭ ରିଡଲେ କଇଁଛଙ୍କ ଏନ୍ତୁଡ଼ିଶାଳ ଭାବେ ପରିଚିତ । ଏବେ ଅଲିଭ ରିଡଲେ କଇଁଛଙ୍କ ପ୍ରଜନନ ଋତୁ ।
ଗତ ୨ ତାରିଖ ଠାରୁ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଚତୁର୍ଥ ଦିନରେ ୮୨ ହଜାର ୩୧ ମା' କଇଁଛ କୂଳକୁଆସି ଅଣ୍ଡା ଦେଇଛନ୍ତି । ଏପ୍ରିଲ ୨ ତାରିଖ ପ୍ରଥମ ଦିନ ୩୭ହଜାର ଓ ୩ ତାରିଖ ଦ୍ଵିତୀୟ ଦିନ ୮୩ହଜାର ୬ଶହ ୪ତାରିଖ ତୃତୀୟ ଦିନରେ ୯୮ହଜାର ୧୬ ଓ ଆଜି ପର୍ଯ୍ୟନ୍ତ ୮୨ହଜାର ୩୧ଟି କଇଁଛ ଅଣ୍ଡାଦାନ କରିଛନ୍ତି ।
ପାଞ୍ଚ ତାରିଖ ସୁଦ୍ଧା ମୋଟ ୨ ଲକ୍ଷ ୬୬ହଜାର ୬୮୪ ମା ' କଇଁଛ କେବଳ ନାସା-୧ରେ ଅଣ୍ଡା ଦେଇଥିବା ଜଣାଯାଇଛି। ସୂର୍ଯ୍ୟାସ୍ତରୁ ସୂର୍ଯ୍ୟୋଦ୍ୱୟ ମଧ୍ୟରେ ଏଇ କଇଁଛମାନେ ସମୁଦ୍ରରୁ ଦଳ ଦଳ ହୋଇ ଉଠିଆସି ବାଲୁକା ଶଯ୍ୟାରେ ପ୍ରାୟ ଦେଢ଼ ଫୁଟରୁ ଦୁଇ ଫୁଟ ନିଜ ଗୋଡ଼ରେ ଗାତଖୋଳି ୮୦ରୁ ୧୩୦ଟି ପର୍ଯ୍ୟନ୍ତ ଅଣ୍ଡାଦେଇ ବାଲିରେ ଘୋଡାଇ ପରେ ସମୁଦ୍ରକୁ ଚାଲି ଯାଇଥାନ୍ତି ।
ଗଣଅଣ୍ଡାଦାନ ଜାରି ରହିଥିବାରୁ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସହକାରୀ ବନ ସରଂକ୍ଷକ ମାନସ ଦାସ ଓ ରେଞ୍ଜ ଅଫିସର ପ୍ରଦୋଷ ମହାରଣାଙ୍କ ଶହ ବନ କର୍ମଚାରୀମାନେ ପରିସ୍ଥିତି ଉପରେ ଲକ୍ଷ ରଖିଛନ୍ତି ।