୫ ଭାରତୀୟଙ୍କୁ ଗ୍ରାମୀ ଆଓ୍ବାର୍ଡ
ନୂଆଦିଲ୍ଲୀ,୫।୨: ଲସ୍ ଆଞ୍ଜେଲସ୍ରେ ଅନୁଷ୍ଠିତ ୨୦୨୪ ଗ୍ରାମୀ ଆଓ୍ବାର୍ଡ ଉତ୍ସବରେ ଭାରତୀୟ ସଙ୍ଗୀତକୁ ବଡ଼ ସଫଳତା ମିଳିଛି। ତବଲା ଉସ୍ତାଦ ଜାକିର ହୁସେନ୍, ବଂଶୀବାଦକ ରାକେଶ ଚୌରାସିଆଙ୍କ ସମେତ ୫ ଜଣ ଭାରତୀୟ ସଙ୍ଗୀତକାର ଗ୍ରାମୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ହୁସେନଙ୍କୁ ସର୍ବାଧିକ ୩ଟି ଗ୍ରାମୀ ପୁରସ୍କାର ମିଳିଥିବାବେଳେ ରାକେଶ ୨ଟି ପାଇଛନ୍ତି। ଗାୟକ ଶଙ୍କର ମହାଦେବନ, ଭାଓଲିନ୍ ବାଦକ ଗଣେଶ ରାଜଗୋପାଳନ ଏବଂ ଡ୍ରମ୍ ବାଦକ ସେଲ୍ଭାଗଣେଶ ବିନୟାକ୍ରମ, ଫ୍ୟୁଜନ ଗ୍ରୁପ୍ ଶକ୍ତିରେ ହୁସେନ୍ଙ୍କ ସହଯୋଗୀ […] The post ୫ ଭାରତୀୟଙ୍କୁ ଗ୍ରାମୀ ଆଓ୍ବାର୍ଡ appeared first on Dharitri Odia News.
ନୂଆଦିଲ୍ଲୀ,୫।୨: ଲସ୍ ଆଞ୍ଜେଲସ୍ରେ ଅନୁଷ୍ଠିତ ୨୦୨୪ ଗ୍ରାମୀ ଆଓ୍ବାର୍ଡ ଉତ୍ସବରେ ଭାରତୀୟ ସଙ୍ଗୀତକୁ ବଡ଼ ସଫଳତା ମିଳିଛି। ତବଲା ଉସ୍ତାଦ ଜାକିର ହୁସେନ୍, ବଂଶୀବାଦକ ରାକେଶ ଚୌରାସିଆଙ୍କ ସମେତ ୫ ଜଣ ଭାରତୀୟ ସଙ୍ଗୀତକାର ଗ୍ରାମୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ହୁସେନଙ୍କୁ ସର୍ବାଧିକ ୩ଟି ଗ୍ରାମୀ ପୁରସ୍କାର ମିଳିଥିବାବେଳେ ରାକେଶ ୨ଟି ପାଇଛନ୍ତି। ଗାୟକ ଶଙ୍କର ମହାଦେବନ, ଭାଓଲିନ୍ ବାଦକ ଗଣେଶ ରାଜଗୋପାଳନ ଏବଂ ଡ୍ରମ୍ ବାଦକ ସେଲ୍ଭାଗଣେଶ ବିନୟାକ୍ରମ, ଫ୍ୟୁଜନ ଗ୍ରୁପ୍ ଶକ୍ତିରେ ହୁସେନ୍ଙ୍କ ସହଯୋଗୀ ଗୋଟିଏ ଲେଖାଏ ଗ୍ରାମୀ ପୁରସ୍କାର ପାଇଛନ୍ତି।
‘ଦିସ୍ ମୋମେଣ୍ଟ’ ସଙ୍ଗୀତ ପାଇଁ ଶକ୍ତିକୁ ଶ୍ରେଷ୍ଠ ଗ୍ଲୋବାଲ୍ ମ୍ୟୁଜିକ୍ ଆଲ୍ବମ୍ ବିଭାଗରେ ଗ୍ରାମୀ ପୁରସ୍କାର ମିଳିଛି। ଉକ୍ତ ଆଲ୍ବମ୍ରେ ୪ ଭାରତୀୟଙ୍କ ସମେତ ବ୍ରିଟିଶ ଗିଟାରିଷ୍ଟ ଜନ୍ ମାକ୍ଲୁଘ୍ଲିନ୍ ରହିଛନ୍ତି। ୨୦୨୩ ଜୁନ୍ରେ ମୁକ୍ତିଲାଭ କରିଥିବା ‘ଦିସ୍ ମୋମେଣ୍ଟ’ ୪୫ ବର୍ଷ ମଧ୍ୟରେ ଶକ୍ତି ଗ୍ରୁପ୍ର ପ୍ରଥମ ଷ୍ଟୁଡିଓ ଆଲ୍ବମ୍ ଥିଲା। ଶକ୍ତି ପାଇଁ ପୁରସ୍କାର ସମେତ ହୁସେନ୍ଙ୍କୁ ‘ପାଷ୍ଟୋ’ରେ ସର୍ବଶ୍ରେଷ୍ଠ ବିଶ୍ୱସ୍ତରୀୟ ସଙ୍ଗୀତ ପରିବେଷଣ ଏବଂ ‘ଆଜ୍ ଓ୍ବି ସ୍ପିକ୍’ ଶ୍ରେଷ୍ଠ ସମସାମୟିକ ବାଦ୍ୟଯନ୍ତ୍ର ଆଲବମ୍ ପାଇଁ ଗ୍ରାମୀ ପୁରସ୍କାର ମିଳିଛି। ସେହିପରି କିମ୍ବଦନ୍ତୀ ବଂଶୀବାଦକ ହରିପ୍ରସାଦ ଚୌରାସିଆଙ୍କ ପୁତୁରା ରାକେଶ ଚୌରାସିଆ ପାଷ୍ଟୋ ଏବଂ ଆଜ୍ ଓ୍ବି ସ୍ପିକ୍ ପାଇଁ ୨ଟି ପୁରସ୍କାର ପାଇଛନ୍ତି।
The post ୫ ଭାରତୀୟଙ୍କୁ ଗ୍ରାମୀ ଆଓ୍ବାର୍ଡ appeared first on Dharitri Odia News.