ରେଶମ ଚାଷ ପାଇଁ ମିଳୁନି ପ୍ରୋତ୍ସାହନ

ପଟ୍ଟାମୁଣ୍ଡାଇ,୧ା୬(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ବ୍ରାହ୍ମଣୀ ନଦୀ ପାଶର୍‌ବ ଉର୍ବର ଚାଷଜମିରେ କ୍ରମଶଃ ବେଣାଗଛ ହୋଇ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି। ଫଳରେ ଚାଷକାର୍ଯ୍ୟ କରିବା ଆଉ ସମ୍ଭବ ହେଉନାହିଁ। ଏଥିଯୋଗୁ ଚାଷୀଙ୍କ ଏକର ଏକର ଚାଷଜମି ପଡ଼ିଆ ପଡୁଛି। ବେଣାଗଛ ମଲା ପରେ ବି ରହୁଥିବା ମୂଳକୁ ଉପାଡ଼ିବାରେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଥିବାରୁ ଚାଷୀ ଜମି ଚାଷ ନ କରି ପଡ଼ିଆ ପକାଇ ଦାଦନ ଯିବାକୁ ବାଧ୍ୟ ହେଉଛି। ଯଦି ଜିଲା […] The post ରେଶମ ଚାଷ ପାଇଁ ମିଳୁନି ପ୍ରୋତ୍ସାହନ appeared first on Dharitri Odia News.

ରେଶମ ଚାଷ ପାଇଁ ମିଳୁନି ପ୍ରୋତ୍ସାହନ

ପଟ୍ଟାମୁଣ୍ଡାଇ,୧ା୬(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ବ୍ରାହ୍ମଣୀ ନଦୀ ପାଶର୍‌ବ ଉର୍ବର ଚାଷଜମିରେ କ୍ରମଶଃ ବେଣାଗଛ ହୋଇ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି। ଫଳରେ ଚାଷକାର୍ଯ୍ୟ କରିବା ଆଉ ସମ୍ଭବ ହେଉନାହିଁ। ଏଥିଯୋଗୁ ଚାଷୀଙ୍କ ଏକର ଏକର ଚାଷଜମି ପଡ଼ିଆ ପଡୁଛି। ବେଣାଗଛ ମଲା ପରେ ବି ରହୁଥିବା ମୂଳକୁ ଉପାଡ଼ିବାରେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଥିବାରୁ ଚାଷୀ ଜମି ଚାଷ ନ କରି ପଡ଼ିଆ ପକାଇ ଦାଦନ ଯିବାକୁ ବାଧ୍ୟ ହେଉଛି। ଯଦି ଜିଲା ପ୍ରଶାସନ ଓ ରାଜ୍ୟ ସରକାର ଏହି ଚାଷୀମାନଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ଚାଷଜମିରୁ ବେଣା ଜଙ୍ଗଲ ହଟାଇବାର ବ୍ୟବସ୍ଥା କରି ସେଠାରେ ଅର୍ଥକରୀ କୃଷିଭିତ୍ତିକ ଶିଳ୍ପ ଏଣ୍ଡି, ମଲବରୀ ଓ ମୁଗା ପରି ରେଶମ ଚାଷକୁ ଗୁରୁତ୍ୱ ଦିଅନ୍ତେ, ତାହା ହେଲେ ଶତାଧିକ ଚାଷୀ ପରିବାର ଉପକୃତ ହେବା ସହ ଶିକ୍ଷିତ ବେକାରି କ୍ଷୁଦ୍ର ଶିିଳ୍ପ କରି ନିଜର ଆର୍ଥତ୍କ ସ୍ଥିତିକୁ ବଦଳାଇ ପାରନ୍ତେ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ବୁଦ୍ଧିଜୀବୀ ପ୍ରଫୁଲ୍ଲ ଦାଶ କହିଛନ୍ତି, ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଜୀବନ ଓ ଜୀବିକା ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଛି। ଧାନ, ମୁଗ, ବିରି ଓ ପନିପରିବା ଆଦି ଚାଷ ଛାଡିଲେ ଏଠାରେ ଅର୍ଥକରୀ ଫସଲ ଭାବେ କପା, ଗବ, ମଲବରୀ ଗଛ ପାଇଁ ଏହି ଜଳବାୟୁ ଉପଯୁକ୍ତ ଥିବା ବେଳେ ଟସର, ମୁଗା, ମଲବରି ଓ ଏଣ୍ଡି ପୋକ ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ଦେଖିବାକୁ ମିଳୁନାହିଁ। ଏହି ଚାଷର ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ ଜିଲାରେ ଚାଷୀଙ୍କୁ ସଚେତନ କରାଯାଉନାହଁି। ପଡ଼ୋଶୀ ଜିଲା ଯାଜପୁରରେ ଏହି ସବୁ ଚାଷ କରି ଚାଷୀ ଲାଭବାନ ହେଉଥିବା ବେଳେ କେନ୍ଦ୍ରାପଡ଼ାରେ ସେ ସବୁ ଦେଖିବାକୁ ମିଳୁନାହଁି। ୧୫ ବର୍ଷ ପୂର୍ବେ ବେଲତଳଠାରେ ୫ ଜଣିଆ ଗୋଷ୍ଠୀ ସମିତି କରି ଏହି ଚାଷରେ ଲାଭବାନ୍‌ ହୋଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ସରକାରୀ ପ୍ରୋତ୍ସାହନ ଅଭାବରୁ ତାହା ବନ୍ଦ ହୋଇଗଲା। ରେଶମ ଚାଷୀ ହେମନ୍ତ ଦାଶଙ୍କ କହିବା ଅନୁଯାୟୀ ଟସର, ମୁଗା, ମଲବରି ଓ ଏଣ୍ଡି ପୋକରୁ ପ୍ରସ୍ତୁତ ହୁଏ ସୂତା। ଆଉ ଏଥିରୁ ତିଆରି ହୁଏ ସୁନ୍ଦର ସୁନ୍ଦର ବସ୍ତ୍ର। ଯାହାର ଚାହିଦା ରାଜ୍ୟ, ଦେଶ ତଥା ଦେଶ ବାହାରେ ମଧ୍ୟ ରହିଛି। ଆମେ ଏଣ୍ଡି ରେଶମ ଚାଷ କରୁଥିଲୁ। ପ୍ରଥମେ ଅଣ୍ଡାରୁ ଲାର୍ଭା ହୁଏ, ପରେ ଏହା ପୋକରେ ପରିଣତ ହୁଅନ୍ତି। ପରେ ସେମାନେ ଗବ ପତ୍ର ଖାଇ ବଡ଼ ହୁଅନ୍ତି। ଆମେ ତିଆରି କରିଥିବା ବାଉଁଶ ଛାଞ୍ଚରେ ସେମାନେ କୋଷା ତିଆରି କରନ୍ତି। ଆମର ଏଠାରେ ସୂତା ତିଆରି ପାଇଁ ସେପରି ବ୍ୟବସ୍ଥା ନ ଥିବାରୁ କୋଷାକୁ କିଲୋ ଦରରେ ବିକି ଦେଉଥିଲୁ। ଆଉ ସେହି କୋଷାରୁ ରେଶମ ସୂତା ବାହାରିଥାଏ। ପୁଣି ସେହି କୋଷାରୁ ପ୍ରଜାପତି ସୃଷ୍ଟି ହୋଇ ଅଣ୍ଡା ଦେଇ ଆଗକୁ ବଢ଼ିଥାଏ। କିଛି ଏଭଳି ପ୍ରକ୍ରିୟାରେ ଚାଷୀ ଚାଷ କରନ୍ତି। ଆମ ଅଞ୍ଚଳରେ ଗବ ବହୁଳ ଭାବେ ରାସ୍ତାକଡ଼ ନଦୀ, ନାଳ ପାର୍ଶ୍ୱରେ ହେଉଥିବା ଦେଖାଯାଉଛି। ଯଦି ଗବ ଚାଷ ଠିକ୍‌ ଢଙ୍ଗରେ କରାଯାଇ ଏଣ୍ଡି ପୋକ ଚାଷ କରାଯାଆନ୍ତା, ତେବେ ଏଠିକାର ଚାଷୀ ଉପକୃତ ହେଇପାରନ୍ତେ। ଉତ୍କଳମଣି ଯୁବକ ସଂଘ ସଭାପତି ଗୌତମ ବେହେରା କହିଛନ୍ତି, କୃଷି ଆମର ପ୍ରଧାନ ଜୀବିକା। ବିଭିନ୍ନ କିସମ ଶସ୍ୟର ଚାଷ ପାଇଁ ଓଡ଼ିଶା ଗର୍ବିତ। ତଥାପି ଘାତ ପ୍ରତିଘାତ ମଧ୍ୟରେ ଓଡ଼ିଶା ରେଶମ ଚାଷ ପାଇଁ ଭାରତ ତଥା ଆନ୍ତର୍ଜାଜିକ ସ୍ତରରେ ଖ୍ୟାତି ଲାଭ କରିଛି। ରେଶମ (ସିଲ୍‌କ) ମୁଖ୍ୟତଃ ଚାରି ପ୍ରକାର। ସେଗୁଡ଼ିକ ହେଉଛି ତୁନ୍ତ ରେଶମ (ମଲବେରୀ ସିଲ୍‌କ), ମୁଗା ରେଶମ (ମୁଗା ସିଲ୍‌କ), ଏଣ୍ଡି ରେଶମ (ଏରି ସିଲ୍‌କ) ଓ ଟସର ରେଶମ (ଟସର ସିଲ୍‌କ)। ଏହିସବୁ ରେଶମ ପାଇଁ ଆମ ରାଜ୍ୟ ପ୍ରସିଦ୍ଧ ହୋଇଥିବା ବେଳେ ଶିମିଳିପାଳ ଟସର ରେଶମ ପୃଥିବୀ ପ୍ରସିଦ୍ଧ ବୋଲି ଏକ ମାଗାଜିନ୍‌ରୁ ଜାଣିଥିଲି। ପଟ୍ଟାମୁଣ୍ଡାଇ ଅଞ୍ଚଳର ଜଳବାୟୁ ଏଣ୍ଡି ଓ ଟସର ଚାଷ ପାଇଁ ଅନୁକୂଳ। ଟସର ପୋକ ଅନେକ ପ୍ରକାର ଗଛର ପତ୍ର ଖାଇଥାଏ। ସେଗୁଡ଼ିକ ହେଉଛି ଶାଳ, ଅସନ, ଅର୍ଜୁନ, ସିଦ୍ଧ ଓ ବରକୋଳି ଇତ୍ୟାଦି। ବିଶେଷକରି ଆମ ଅଞ୍ଚଳରେ ଅର୍ଜୁନ ଓ ବରକୋଳି ଗଛ ବହୁଳ ଭାବେ ଅଛି। ଯଦି ସରକାରୀସ୍ତରରେ ପ୍ରୋତ୍ସାହନ ସହିତ ଚାଷୀମାନଙ୍କୁ ବୈଷୟିକ ଜ୍ଞାନକୌଶଳ ତାଲିମ ଶିକ୍ଷା ଦିଆଯାଇ ଚାଷ କରାଯାଆନ୍ତା, ତେବେ ଆମ ଅଞ୍ଚଳର ରେଶମ ଚାଷ ବଢ଼ିବା ସହିତ ଟେକ୍ସଟାଇଲ ଶିଳ୍ପ ହୋଇ ଅଞ୍ଚଳର ଆର୍ଥତ୍କ ସ୍ଥିତିକୁ ବଦଳାଇ ପାରନ୍ତେ ବୋଲି କହିଥିଲେ।

The post ରେଶମ ଚାଷ ପାଇଁ ମିଳୁନି ପ୍ରୋତ୍ସାହନ appeared first on Dharitri Odia News.