ଶେଷ ଦିନରେ ନିବେଶକ ହରାଇଲେ ୫ଲକ୍ଷ କୋଟି

ନୂଆଦିଲ୍ଲୀ,୩।୮: ଘରୋଇ ଶେୟାର ବଜାର କାରବାରର ଶେଷ ଦିନରେ ନିବେଶକ ୫ ଲକ୍ଷ କୋଟିରୁ ଅଧିକ ପରିମାଣର ନିବେଶ ହରାଇଛନ୍ତି। ଫଳରେ ପୁଞ୍ଜିବଜାରରେ କ୍ଷତି ପରିମାଣ ୪୫୬.୨୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି। ଏହା ପୂର୍ବରୁ ପୁଞ୍ଜିବଜାରର ପରିମାଣ ବା ପୂର୍ବ କାର୍ଯ୍ୟ ଦିବସର କାରବାର ଶେଷ ସୁଦ୍ଧା ବଜାର ପୁଞ୍ଜି ୪୬୧.୬୨ ଲକ୍ଷ କୋଟି ଥିଲା। ଏପରିକି ଶୁକ୍ରବାରର କାରବାର ଶେଷ ସୁଦ୍ଧା ବଜାର ପୁଞ୍ଜି ୫.୪୨ ଲକ୍ଷ କୋଟି ହ୍ରାସ ପାଇ ୪୫୬.୨୦ ଲକ୍ଷ କୋଟିରେ […] The post ଶେଷ ଦିନରେ ନିବେଶକ ହରାଇଲେ ୫ଲକ୍ଷ କୋଟି appeared first on Dharitri Odia News.

ଶେଷ ଦିନରେ ନିବେଶକ ହରାଇଲେ ୫ଲକ୍ଷ କୋଟି

ନୂଆଦିଲ୍ଲୀ,୩।୮: ଘରୋଇ ଶେୟାର ବଜାର କାରବାରର ଶେଷ ଦିନରେ ନିବେଶକ ୫ ଲକ୍ଷ କୋଟିରୁ ଅଧିକ ପରିମାଣର ନିବେଶ ହରାଇଛନ୍ତି। ଫଳରେ ପୁଞ୍ଜିବଜାରରେ କ୍ଷତି ପରିମାଣ ୪୫୬.୨୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି। ଏହା ପୂର୍ବରୁ ପୁଞ୍ଜିବଜାରର ପରିମାଣ ବା ପୂର୍ବ କାର୍ଯ୍ୟ ଦିବସର କାରବାର ଶେଷ ସୁଦ୍ଧା ବଜାର ପୁଞ୍ଜି ୪୬୧.୬୨ ଲକ୍ଷ କୋଟି ଥିଲା। ଏପରିକି ଶୁକ୍ରବାରର କାରବାର ଶେଷ ସୁଦ୍ଧା ବଜାର ପୁଞ୍ଜି ୫.୪୨ ଲକ୍ଷ କୋଟି ହ୍ରାସ ପାଇ ୪୫୬.୨୦ ଲକ୍ଷ କୋଟିରେ ରହିଛି। ଉଲ୍ଲେଖଯୋଗ୍ୟ, ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ସେନ୍‌ସେକ୍ସ ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ନିଫ୍ଟିରେ କାରବାର ମାନ୍ଦା ସହ ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ୟୁଏସ୍‌ ଫେଡେରାଲର ପ୍ରଭାବରେ ଘରୋଇ ଶେୟାର ବଜାର ଏକ ବଡ ଧରଣର କ୍ଷତିରେ ସମ୍ମୁଖୀନ ହୋଇଛି। କାରଣ କ୍ରମାଗତ ୫ ଦିନ ଏବଂ ଚଳିତ ସପ୍ତାହର ଲଗାତର ୪ର୍ଥ କାର୍ଯ୍ୟ ଦିବସର ଫଳାଫଳା ବେଶ୍‌ ଉତ୍ସାହଜନକ ରହିଥିଲାବେଳେ ଶେୟାର ବଜାର କାରବାରର ଶେଷ ଦିନ ନିବେଶକଙ୍କୁ ନିରାଶ କରିଛି। ଅପରପକ୍ଷରେ ବିଏସ୍‌ଇ ସେନ୍‌ସେକ୍ସ ୧.୦୮% ଏବଂ ଏନ୍‌ଏସ୍‌ଇ ନିଫ୍ଟି ୧.୧୭%ର କାରବାର ହ୍ରାସ ପାଇଥିବାବେଳେ ବିଏସ୍‌ଇ ୩୦ ବିଶିଷ୍ଟ ସେନ୍‌ସେକ୍ସ ପ୍ରାୟ ୯୦୦ ( ୮୮୫.୬୦) ପଏଣ୍ଟ କମି ୮୧,୦୦୦ ( ୮୦,୯୮୧.୯୫ ଅଙ୍କ) ଅଙ୍କରେ ରହିଥିଲାବେଳେ ଏନ୍‌ଏସ୍‌ଇ ନିଫ୍ଟି-୫୦ର କାରବାର ପ୍ରାୟ ୩୦୦ (୨୯୩.୨୦ ଅଙ୍କ) ହ୍ରାସ ପାଇ ୨୫,୦୦୦ (୨୪,୭୧୭.୭୦ ଅଙ୍କ) ଅଙ୍କର ନିକଟବର୍ତ୍ତୀ ହୋଇଛି। ସେହିଭଳି ମାରୁତି ସୁଜିକି, ଟାଟା ମୋଟର୍ସ, ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌, ଏଲ୍‌ ଆଣ୍ଡ ଟି, ଟାଟା ଷ୍ଟିଲ୍‌, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଟିସିଏସ୍‌, ଏଚ୍‌ସିଏଲ୍‌ ଏବଂ ଇନ୍‌ଫୋସିସ୍‌ ଭଳି ପ୍ରମୁଖ ନିବେଶକ କ୍ଷତି ସହିଥିଲା ବେଳେ ଘରୋଇ ବ୍ୟାଙ୍କ, ଧାତୁ ଶିଳ୍ପ ଏବଂ ଫାର୍ମାସ୍ୟୁଟିକାଲ କମ୍ପାନୀଗୁଡିକ କିଛି ମାତ୍ରାରେ ଲାଭବାନ୍‌ ହୋଇଛନ୍ତି।

The post ଶେଷ ଦିନରେ ନିବେଶକ ହରାଇଲେ ୫ଲକ୍ଷ କୋଟି appeared first on Dharitri Odia News.