ରାସ୍ତାରୁ ଯାଇ ବିଲ ହିଡ଼ରେ ପିଟିହେଲା ଏମ୍ପିଙ୍କ କାର, ପରେ…
ନବରଙ୍ଗପୁର,୧୧।୨: ନବରଙ୍ଗପୁର ଏମ୍ପି ରମେଶ ଚନ୍ଦ୍ର ମାଝୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଏମ୍ପି ମାଝି ଏବଂ ତାଙ୍କ ଡ୍ରାଇଭରଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି। ଉମରକୋଟ ଥାନା ଚିକଲପଦର ନିକଟରେ ତାଙ୍କ ଗାଡ଼ି ଭାରସାମ୍ୟ ହରାଇ ରାସ୍ତାରୁ ଯାଇ ଏକ ବିଲ ହିଡ଼ରେ ପିଟି ହୋଇଥିଲା। ପରେ ସମସ୍ତେ ଉମରକୋଟ ଡାକ୍ତରଖାନାରେ ଚିକିତ୍ସା କରି ଘରକୁ ଫେରିଛନ୍ତି। ଏମ୍ପି ମାଝି ଶନିବାର ବିମାନରେ ଦିଲ୍ଲୀରୁ ଛତିଶଗଡ଼ ରାୟପୁର ଫେରିଥିଲେ। ସେଠାରୁ ବିଳମ୍ବିତ ରାତିରେ […] The post ରାସ୍ତାରୁ ଯାଇ ବିଲ ହିଡ଼ରେ ପିଟିହେଲା ଏମ୍ପିଙ୍କ କାର, ପରେ… appeared first on Dharitri Odia News.
ନବରଙ୍ଗପୁର,୧୧।୨: ନବରଙ୍ଗପୁର ଏମ୍ପି ରମେଶ ଚନ୍ଦ୍ର ମାଝୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଏମ୍ପି ମାଝି ଏବଂ ତାଙ୍କ ଡ୍ରାଇଭରଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି। ଉମରକୋଟ ଥାନା ଚିକଲପଦର ନିକଟରେ ତାଙ୍କ ଗାଡ଼ି ଭାରସାମ୍ୟ ହରାଇ ରାସ୍ତାରୁ ଯାଇ ଏକ ବିଲ ହିଡ଼ରେ ପିଟି ହୋଇଥିଲା। ପରେ ସମସ୍ତେ ଉମରକୋଟ ଡାକ୍ତରଖାନାରେ ଚିକିତ୍ସା କରି ଘରକୁ ଫେରିଛନ୍ତି।
ଏମ୍ପି ମାଝି ଶନିବାର ବିମାନରେ ଦିଲ୍ଲୀରୁ ଛତିଶଗଡ଼ ରାୟପୁର ଫେରିଥିଲେ। ସେଠାରୁ ବିଳମ୍ବିତ ରାତିରେ ନିଜ କାର ଯୋଗେ ଉମରକୋଟସ୍ଥିତ ତାଙ୍କ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।
The post ରାସ୍ତାରୁ ଯାଇ ବିଲ ହିଡ଼ରେ ପିଟିହେଲା ଏମ୍ପିଙ୍କ କାର, ପରେ… appeared first on Dharitri Odia News.