ବାରୁଦ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୫ ଜଣଙ୍କର ମୃତ୍ୟୁ
ନୂଆଦିଲ୍ଲୀ, ୧୩।୬: ନାଗପୁର ସହରର ଏକ ବିସ୍ଫୋରକ ପଦାର୍ଥ ଉତ୍ପାଦନ କାରଖାନାରେ ହଠାତ୍ ବିସ୍ଫୋରଣ ହୋଇଛିା। ବିସ୍ଫୋରଣ ସମୟରେ ଅନେକ ଶ୍ରମିକ କାରଖାନା ଭିତରେ କାମ କରୁଥିଲେ। ପ୍ରାଥମିକ ସୂଚନା ଅନୁସାରେ, କାରଖାନାରେ କାର୍ଯ୍ୟ କରୁଥିବା ଅତି କମରେ ୪ରୁ ୫ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଶ୍ରମିକ ଆହତ ହୋଇଥିବା କୁହାଯାଉଛି। ବିସ୍ଫୋରଣ ସମ୍ପର୍କରେ ସୂଚନା ପାଇବା ପରେ ଅନେକ ଅଗ୍ନିଶମ ଗାଡ଼ି ଏବଂ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଭିତରେ ଫସି ରହିଥିବା ଲୋକଙ୍କୁ […] The post ବାରୁଦ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୫ ଜଣଙ୍କର ମୃତ୍ୟୁ appeared first on Dharitri Odia News.
ନୂଆଦିଲ୍ଲୀ, ୧୩।୬: ନାଗପୁର ସହରର ଏକ ବିସ୍ଫୋରକ ପଦାର୍ଥ ଉତ୍ପାଦନ କାରଖାନାରେ ହଠାତ୍ ବିସ୍ଫୋରଣ ହୋଇଛିା। ବିସ୍ଫୋରଣ ସମୟରେ ଅନେକ ଶ୍ରମିକ କାରଖାନା ଭିତରେ କାମ କରୁଥିଲେ। ପ୍ରାଥମିକ ସୂଚନା ଅନୁସାରେ, କାରଖାନାରେ କାର୍ଯ୍ୟ କରୁଥିବା ଅତି କମରେ ୪ରୁ ୫ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଶ୍ରମିକ ଆହତ ହୋଇଥିବା କୁହାଯାଉଛି। ବିସ୍ଫୋରଣ ସମ୍ପର୍କରେ ସୂଚନା ପାଇବା ପରେ ଅନେକ ଅଗ୍ନିଶମ ଗାଡ଼ି ଏବଂ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚଳାଇଥିବା ଜଣାପଡ଼ିଛି ।
ନାଗପୁରର ଧାମନା ଅଞ୍ଚଳରେ ଅବସ୍ଥିତ ଚାମୁଣ୍ଡି ବାରୁଦ କମ୍ପାନୀରେ ପ୍ରାୟ ୧.୩୦ ମିନିଟ୍ ସମୟରେ ଏହି ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ନିକଟସ୍ଥ ଅଞ୍ଚଳରେ ଏହାର ଶବ୍ଦ ଶୁଣିବାକୁ ମିଳିଥିଲା। ବିସ୍ଫୋରଣ ପରେ କାରଖାନାରେ ନିଆଁ ବ୍ୟାପି ଯାଇଥିଲା । ଧୂଆଁ ଏପରି ଉପରକୁ ଉଠିଥିଲା ଯେ କିଛି କିଲୋମିଟର ଦୂର ପର୍ଯ୍ୟନ୍ତ ଦେଖାଯାଇଥିଲା । ସ୍ଥାନୀୟ ଲୋକ ଏହି ବିସ୍ଫୋରଣ ସମ୍ପର୍କରେ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ । ଏହା ପରେ ଅନେକ ଅଗ୍ନିଶମ ଗାଡ଼ି ଶୀଘ୍ର ଘଟଣାସ୍ଥଳରେ ପହଞ୍ଚିଥିଲେ। କିଛି ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଯାଇଥିବା ଜଣାପଡ଼ିଛି ।
The post ବାରୁଦ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୫ ଜଣଙ୍କର ମୃତ୍ୟୁ appeared first on Dharitri Odia News.