ଦାମଙ୍କୁ ଝୁରୁଛନ୍ତି ପୂର୍ବତନ ଡ୍ରାଇଭର, କାନ୍ଦିକାନ୍ଦି କହିଲେ….
ଭୁବନେଶ୍ୱର,୨୨।୩: ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଶୁକ୍ରବାର ଭୋରରୁ ପରଲୋକ ହୋଇଛି। ଦାମ ଜଣେ ଦକ୍ଷ ରାଜନେତା ଥିଲେ। ତାଙ୍କର ରୋକଠୋକ ଜବାବ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହୁଥିଲେ। ତେବେ ଦାମଙ୍କ ବିୟୋଗ ରାଜନୈତିକ କ୍ଷେତ୍ରରେ ଏକ ଦୁଃଖଦ ଘଟଣା ସହ ଅପୂରଣୀୟ କ୍ଷତି। ତେବେ ଦାମଙ୍କୁ ଝୁରୁଛନ୍ତି ପରିବାର, ସାହି ପଡ଼ିଶା ରାଜନୈତିକ ବନ୍ଧୁ ଓ ତାଙ୍କ କର୍ମଚାରୀ। ଦାମଙ୍କ ସହିତ ବିତାଇଥିବା ସମୟକୁ ସେମାନେ […] The post ଦାମଙ୍କୁ ଝୁରୁଛନ୍ତି ପୂର୍ବତନ ଡ୍ରାଇଭର, କାନ୍ଦିକାନ୍ଦି କହିଲେ…. appeared first on Dharitri Odia News.
ଭୁବନେଶ୍ୱର,୨୨।୩: ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଶୁକ୍ରବାର ଭୋରରୁ ପରଲୋକ ହୋଇଛି। ଦାମ ଜଣେ ଦକ୍ଷ ରାଜନେତା ଥିଲେ। ତାଙ୍କର ରୋକଠୋକ ଜବାବ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହୁଥିଲେ। ତେବେ ଦାମଙ୍କ ବିୟୋଗ ରାଜନୈତିକ କ୍ଷେତ୍ରରେ ଏକ ଦୁଃଖଦ ଘଟଣା ସହ ଅପୂରଣୀୟ କ୍ଷତି। ତେବେ ଦାମଙ୍କୁ ଝୁରୁଛନ୍ତି ପରିବାର, ସାହି ପଡ଼ିଶା ରାଜନୈତିକ ବନ୍ଧୁ ଓ ତାଙ୍କ କର୍ମଚାରୀ। ଦାମଙ୍କ ସହିତ ବିତାଇଥିବା ସମୟକୁ ସେମାନେ ଭୁଲି ପାରି ନାହାନ୍ତି। କାନ୍ଦିକାନ୍ଦି ତାଙ୍କ ପୂର୍ବତନ ଡ୍ରାଇଭର ଏରସମାର ରବୀନ୍ଦ୍ର ମଲ୍ଲିକ ଦାମକୁ ମନେ ପକାଇଛନ୍ତି। ୧୯୯୯ ମହାବାତ୍ୟା ମହାବାତ୍ୟା ସମୟର କଥା ବଖାଣିଛନ୍ତି। ୧୯୯୯ ମହାବାତ୍ୟାରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିଲା। ସେତେବେଳେ ବିପନ୍ନଙ୍କ ଦାମ ପହଞ୍ଚି ଅନେକ ଲୋକଙ୍କୁ ବଞ୍ଚାଇଥିଲେ। ଏରସମା ବ୍ଲକକୁ ରକ୍ଷା କରିଥିଲେ ଦାମ। ଜଣେ ଡିଲରଙ୍କ କବାଟ ଭାଙ୍ଗି ଲୋକଙ୍କୁ ଚାଉଳ ଦେଇଥିଲେ। ଏହାକୁ ଆଜିବି ଭୁଲି ପାରି ରାହାନ୍ତି ରବୀନ୍ଦ୍ର। ଏହି କଥାକୁ ମନେ ପକାଇ କୋହଭରା କଣ୍ଠରେ କାନ୍ଦିକାନ୍ଦି ରବୀନ୍ଦ୍ର ଦାମଙ୍କୁ ଝୁରି ହେଉଛନ୍ତି।
The post ଦାମଙ୍କୁ ଝୁରୁଛନ୍ତି ପୂର୍ବତନ ଡ୍ରାଇଭର, କାନ୍ଦିକାନ୍ଦି କହିଲେ…. appeared first on Dharitri Odia News.