ସଞ୍ଜୟ ସିଂଙ୍କୁ କୋର୍ଟରୁ ମିଳିଲା ବଡ ଆଶ୍ୱସ୍ତି, ଜେଲରେ ରହିଲେ ବି ରାଜ୍ୟ ସଭା ଯିବାର ରାସ୍ତା ସଫା
ନୂଆଦିଲ୍ଲୀ,୫।୧: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା ଆମ ଆଦମୀ ପାର୍ଟି(ଏଏପି) ରାଜ୍ୟ ସଭା ଏମପି ସଞ୍ଜୟ ସିଂଙ୍କୁ ଏକ ଆଶ୍ୱସ୍ତି ମିଳିଛି। ସେ ପୁଣି ଥରେ ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମପି ପ୍ରାର୍ଥୀ ହେବେ, କାରଣ ରାଜ୍ୟ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ରାଉଜ ଏଭେନ୍ୟୁ କୋର୍ଟ ତାଙ୍କୁ ଅନୁମତି ଦେଇଛନ୍ତି। ଜାନୁଆରୀ ୧୯ରେ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନ ପାଇଁ ତାଙ୍କୁ ନାମାଙ୍କନପତ୍ର ଦାଖଲ କରିବାକୁ କୋର୍ଟ […] The post ସଞ୍ଜୟ ସିଂଙ୍କୁ କୋର୍ଟରୁ ମିଳିଲା ବଡ ଆଶ୍ୱସ୍ତି, ଜେଲରେ ରହିଲେ ବି ରାଜ୍ୟ ସଭା ଯିବାର ରାସ୍ତା ସଫା appeared first on Dharitri Odia News.
ନୂଆଦିଲ୍ଲୀ,୫।୧: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା ଆମ ଆଦମୀ ପାର୍ଟି(ଏଏପି) ରାଜ୍ୟ ସଭା ଏମପି ସଞ୍ଜୟ ସିଂଙ୍କୁ ଏକ ଆଶ୍ୱସ୍ତି ମିଳିଛି। ସେ ପୁଣି ଥରେ ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମପି ପ୍ରାର୍ଥୀ ହେବେ, କାରଣ ରାଜ୍ୟ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ରାଉଜ ଏଭେନ୍ୟୁ କୋର୍ଟ ତାଙ୍କୁ ଅନୁମତି ଦେଇଛନ୍ତି। ଜାନୁଆରୀ ୧୯ରେ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନ ପାଇଁ ତାଙ୍କୁ ନାମାଙ୍କନପତ୍ର ଦାଖଲ କରିବାକୁ କୋର୍ଟ ଅନୁମତି ଦେଇଛନ୍ତି। ଆଜିକାଲି ସେ ନ୍ୟାୟିକ ହେପାଜତରେ ଅଛନ୍ତି।
ତାଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ ସ୍ବତନ୍ତ୍ର ବିଚାରପତି ଏମ.କେ ନାଗପାଲ ଏହି ଆଦେଶ ଦେଇଛନ୍ତି, ଯେଉଁଥିରେ ସେ କହିଥିଲେ ଯେ ରାଜ୍ୟ ସଭା ସଦସ୍ୟ ଭାବେ ତାଙ୍କର କାର୍ଯ୍ୟକାଳ ଜାନୁଆରୀ ୨୭ରେ ଶେଷ ହେବ ଏବଂ ନିର୍ବାଚନ ପାଇଁ ଜାନୁଆରୀ ୨ରେ ରିଟର୍ନ ଅଫିସର ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହି ଆବେଦନରେ ସଞ୍ଜୟ ସିଂ କହିଛନ୍ତି ଯେ ଏଥିପାଇଁ ନାମାଙ୍କନ ପତ୍ର ଜାନୁଆରୀ ୯ ସୁଦ୍ଧା ଦାଖଲ କରିବାକୁ ପଡ଼ିବ।
The post ସଞ୍ଜୟ ସିଂଙ୍କୁ କୋର୍ଟରୁ ମିଳିଲା ବଡ ଆଶ୍ୱସ୍ତି, ଜେଲରେ ରହିଲେ ବି ରାଜ୍ୟ ସଭା ଯିବାର ରାସ୍ତା ସଫା appeared first on Dharitri Odia News.