ଜାତୀୟସ୍ତରୀୟ କିକ୍ ବକ୍ସିଂ ଖେଳାଳିଙ୍କ ଆତ୍ମହତ୍ୟା
ବିଶ୍ରା: ସୁନ୍ଦରଗଡ଼ ଜିଲା ବିଶ୍ରା ବ୍ଲକ ଅନ୍ତର୍ଗତ ବନ୍ଧମୁଣ୍ଡା ସି-ସେକ୍ଟର ସ୍ଥିତ ଶାରଦା ପଲ୍ଲୀ ବସ୍ତିରେ ଗୁରୁବାର ରାତିରେ ଜାତୀୟସ୍ତରୀୟ କିକ୍ ବକ୍ସିଂ ଖେଳାଳି ଅଭିଷେକ ଜାମୁଦା(୧୭) ଆତ୍ମହତ୍ୟା କରିଛନ୍ତି। ଆଜି ସକାଳେ ଖେଳାଳି ଜଣକ ନିଜ ଘର ଭିତରୁ ବାହାରକୁ ଆସି ନଥିଲେ।ତାଙ୍କ ମା’ ଘର ଭିତରକୁ ଯାଇ ପୁଅ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ। ବନ୍ଧମୁଣ୍ଡା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି। ଆତ୍ମହତ୍ୟାର […]

ବିଶ୍ରା: ସୁନ୍ଦରଗଡ଼ ଜିଲା ବିଶ୍ରା ବ୍ଲକ ଅନ୍ତର୍ଗତ ବନ୍ଧମୁଣ୍ଡା ସି-ସେକ୍ଟର ସ୍ଥିତ ଶାରଦା ପଲ୍ଲୀ ବସ୍ତିରେ ଗୁରୁବାର ରାତିରେ ଜାତୀୟସ୍ତରୀୟ କିକ୍ ବକ୍ସିଂ ଖେଳାଳି ଅଭିଷେକ ଜାମୁଦା(୧୭) ଆତ୍ମହତ୍ୟା କରିଛନ୍ତି। ଆଜି ସକାଳେ ଖେଳାଳି ଜଣକ ନିଜ ଘର ଭିତରୁ ବାହାରକୁ ଆସି ନଥିଲେ।ତାଙ୍କ ମା’ ଘର ଭିତରକୁ ଯାଇ ପୁଅ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ।
ବନ୍ଧମୁଣ୍ଡା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି। ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ। ସୂଚନାଯୋଗ୍ୟ ଯେ ୨୦୨୨ ମସିହାରେ ଅଭିଷେକ ଭୁବନେଶ୍ୱରରେ ଆୟୋଜିତ କିକ୍ ବକ୍ସିଂ ଚମ୍ପିଆନସିପରେ ରାଜ୍ୟସ୍ତରୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିଲେ। ଏହା ବ୍ୟତୀତ ସେ ପୁଣେରେ ଆୟୋଜିତ ଜାତୀୟ କିକ୍ ବକ୍ସିଂ ଚମ୍ପିଆନସିପରେ ଭାଗ ନେଇଥିଲେ। ତେବେ ଏହି ଚମ୍ପିଅାନସିପରେ ତାଙ୍କୁ ସଫଳତା ମିଳି ନ ଥିଲା। ତାଙ୍କ ଅକାଳ ବିୟୋଗରେ ସ୍ଥାନୀୟ କ୍ରୀଡ଼ାପ୍ରେମୀ ଓ କିକ୍ ବକ୍ସିଂ ଖେଳାଳିମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି।