ଏହି ଦେଶରୁ ମିଳିଲା ଦ୍ୱିତୀୟ ସର୍ବବୃହତ୍ ହୀରା
ଗାବୋରୋନ୨୨ା୮: ଦକ୍ଷିଣ ଆଫ୍ରିକୀୟ ଦେଶ ବୋତ୍ସ୍ବାନାରୁ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ହୀରା ମିଳିଛି, ଯାହା କି ୨,୪୯୨ କ୍ୟାରେଟ୍ ରହିଛି। ବୋତ୍ସ୍ବାନା ରାଜଧାନୀ ଗାବୋରୋନଠାରୁ ୫୦୦ କିମି ଉତ୍ତରରେ ଥିବା ଏକ ଖଣିରୁ ଏହି ହୀରା ଖୋଳାଯାଇଛି। ଉକ୍ତ ଖଣି କାନାଡା ଫାର୍ମ ଲୁକାରା ଡାଇମଣ୍ଡ ମାଲିକାନାରେ ରହିଛି। ୨୦୧୯ରେ ଉକ୍ତ ଖଣିରୁ ୧,୭୫୮ କ୍ୟାରେଟ୍ର ଏକ ଏକ ବୃହତ୍ ହୀରା ମିଳିଥିଲା। ବୋତ୍ସ୍ବାନା ସର୍ବବୃହତ୍ ହୀରା ଉତ୍ପାଦନକାରୀ ଦେଶ। ବିଶ୍ୱର ୨୦ ପ୍ରତିଶତ ହୀରା ସେଠାରୁ […] The post ଏହି ଦେଶରୁ ମିଳିଲା ଦ୍ୱିତୀୟ ସର୍ବବୃହତ୍ ହୀରା appeared first on Dharitri Odia News.
ଗାବୋରୋନ୨୨ା୮: ଦକ୍ଷିଣ ଆଫ୍ରିକୀୟ ଦେଶ ବୋତ୍ସ୍ବାନାରୁ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ହୀରା ମିଳିଛି, ଯାହା କି ୨,୪୯୨ କ୍ୟାରେଟ୍ ରହିଛି। ବୋତ୍ସ୍ବାନା ରାଜଧାନୀ ଗାବୋରୋନଠାରୁ ୫୦୦ କିମି ଉତ୍ତରରେ ଥିବା ଏକ ଖଣିରୁ ଏହି ହୀରା ଖୋଳାଯାଇଛି। ଉକ୍ତ ଖଣି କାନାଡା ଫାର୍ମ ଲୁକାରା ଡାଇମଣ୍ଡ ମାଲିକାନାରେ ରହିଛି। ୨୦୧୯ରେ ଉକ୍ତ ଖଣିରୁ ୧,୭୫୮ କ୍ୟାରେଟ୍ର ଏକ ଏକ ବୃହତ୍ ହୀରା ମିଳିଥିଲା।
ବୋତ୍ସ୍ବାନା ସର୍ବବୃହତ୍ ହୀରା ଉତ୍ପାଦନକାରୀ ଦେଶ। ବିଶ୍ୱର ୨୦ ପ୍ରତିଶତ ହୀରା ସେଠାରୁ ମିଳିଥାଏ। ସୂଚନାଯୋଗ୍ୟ, ବିଶ୍ୱର ସର୍ବବୃହତ୍ ହୀରା ଦକ୍ଷିଣ ଆଫ୍ରିକାରୁ ୧୯୦୫ରେ ମିଳିଥିଲା। ୩,୧୦୬ କ୍ୟାରେଟ୍ର ଏହି କୁଲିନାନ ହୀରାକୁ ୯ ଖଣ୍ଡରେ କଟାଯାଇଥିବାବେଳେ ଏହା ବ୍ରିଟିଶ ରାଜପରିବାରର ଅଳଙ୍କାରରେ ରହିଛି।
The post ଏହି ଦେଶରୁ ମିଳିଲା ଦ୍ୱିତୀୟ ସର୍ବବୃହତ୍ ହୀରା appeared first on Dharitri Odia News.