ଖୁବ୍ଶୀଘ୍ର ଦେବାଳିଆ ହେବାକୁ ଯାଉଛି ଆମେରିକା, ଏହାର ସମାଧାନ ପାଇଁ ଏମିତି କହିଲେ ଏଲନ ମସ୍କ
ଓ୍ବାଶିଂଟନ,୨୪ା୧୧: ଆମେରିକାର ଅର୍ଥନୀତିକୁ ନେଇ ଟେସ୍ଲା ତଥା ସ୍ପେସ୍ ଏକ୍ସ ମାଲିକ ଏଲନ ମସ୍କ ନିକଟରେ ଚିନ୍ତିତ ହୋଇଛନ୍ତି। ଆମେରିକାର ଅର୍ଥନୀତି ବିଷୟରେ ମସ୍କ ତାଙ୍କ ଏକ୍ସ ହ୍ୟାଣ୍ଡେଲ୍ରେ ଚେତାବନୀ ଦେଇଛନ୍ତି ଯେ, ଆମେରିକା ଖୁବ୍ଶୀଘ୍ର ଦେବାଳିଆ ହେବାକୁ ଯାଉଛି। ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପରେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସ୍ଲା ଏବଂ ସ୍ପେସ ଏକ୍ସ ମାଲିକ ମସ୍କଙ୍କୁ ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଆମେରିକା ସରକାରଙ୍କ ଅତ୍ୟଧିକ ଖର୍ଚ୍ଚ ନିୟନ୍ତ୍ରଣ କରିବାର ଦାୟିତ୍ୱ […] The post ଖୁବ୍ଶୀଘ୍ର ଦେବାଳିଆ ହେବାକୁ ଯାଉଛି ଆମେରିକା, ଏହାର ସମାଧାନ ପାଇଁ ଏମିତି କହିଲେ ଏଲନ ମସ୍କ appeared first on Dharitri Odia News.
ଓ୍ବାଶିଂଟନ,୨୪ା୧୧: ଆମେରିକାର ଅର୍ଥନୀତିକୁ ନେଇ ଟେସ୍ଲା ତଥା ସ୍ପେସ୍ ଏକ୍ସ ମାଲିକ ଏଲନ ମସ୍କ ନିକଟରେ ଚିନ୍ତିତ ହୋଇଛନ୍ତି। ଆମେରିକାର ଅର୍ଥନୀତି ବିଷୟରେ ମସ୍କ ତାଙ୍କ ଏକ୍ସ ହ୍ୟାଣ୍ଡେଲ୍ରେ ଚେତାବନୀ ଦେଇଛନ୍ତି ଯେ, ଆମେରିକା ଖୁବ୍ଶୀଘ୍ର ଦେବାଳିଆ ହେବାକୁ ଯାଉଛି।
ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପରେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସ୍ଲା ଏବଂ ସ୍ପେସ ଏକ୍ସ ମାଲିକ ମସ୍କଙ୍କୁ ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଆମେରିକା ସରକାରଙ୍କ ଅତ୍ୟଧିକ ଖର୍ଚ୍ଚ ନିୟନ୍ତ୍ରଣ କରିବାର ଦାୟିତ୍ୱ ଦିଆଯାଇଥିଲା। ଟ୍ରମ୍ପ ତାଙ୍କ ଆସୁଥିବା ପ୍ରଶାସନରେ ନୂତନ ଭାବରେ ସୃଷ୍ଟି ହୋଇଥିବା ସରକାରୀ ଦକ୍ଷତା ବିଭାଗର ମୁଖ୍ୟ ଭାବରେ ମସ୍କଙ୍କୁ ନିଯୁକ୍ତ କରିଛନ୍ତି। ଯାହାର ଉଦ୍ଦେଶ୍ୟ ହେଉଛି ଟିକସଦାତାଙ୍କ ଟଙ୍କା ସଞ୍ଚୟ କରିବାର ଏକ ଉପାୟ ଖୋଜିବା।
ଫେସବୁକରେ ସରକାରୀ ଦକ୍ଷତା ବିଭାଗର ସୂଚନା ଶେୟାର କରି ମସ୍କ ଲେଖିଛନ୍ତି ଯେ, ଆମେରିକା ଦେବାଳିଆ ଆଡ଼କୁ ଗତି କରୁଛି। ସରକାରୀ ଦକ୍ଷତା ବିଭାଗ ଏହାର ‘ଏକ୍ସ’ ଆକାଉଣ୍ଟରେ ଆମେରିକାର ଆର୍ଥିକ ସ୍ଥିତି ବିଷୟରେ ସୂଚନା ଶେୟାର କରିଥିଲା। ଯେଉଁଥିରେ ୨୦୨୩ରେ ଆମେରିକା ସରକାରଙ୍କ ୬.୧୬ ଟ୍ରିଲିୟନ ଡଲାର ବ୍ୟୟ ଏବଂ କେବଳ ୪.୪୭ ଟ୍ରିଲିୟନ ଡଲାର ବୃଦ୍ଧି ବିଷୟରେ ଶେୟାର କରାଯାଇଥିଲା। ସେ ଲେଖିଛନ୍ତି, ଏହି ଧାରାକୁ ଓଲଟପାଲଟ କରିବାକୁ ପଡ଼ିବ ଏବଂ ଆମକୁ ବଜେଟ୍ରେ ସନ୍ତୁଳନ କରିବାକୁ ପଡ଼ିବ।
The post ଖୁବ୍ଶୀଘ୍ର ଦେବାଳିଆ ହେବାକୁ ଯାଉଛି ଆମେରିକା, ଏହାର ସମାଧାନ ପାଇଁ ଏମିତି କହିଲେ ଏଲନ ମସ୍କ appeared first on Dharitri Odia News.