ରଥଯାତ୍ରାରେ ମହାପ୍ରଭୁଙ୍କ ସହ ରଥରେ ବିଜେ କରିଥାନ୍ତି ପାର୍ଶ୍ଵ ଦେବତା, ଜାଣନ୍ତୁ…

ଡେସ୍କ: କହୁଥିଲେ ସରିବନି ମହାପ୍ରଭୁଙ୍କ ମାହାତ୍ମ୍ୟ। ନିଜ ପ୍ରିୟ ଭକ୍ତଗଣଙ୍କୁ ଦର୍ଶନ ଦେବାକୁ ସୁସଜ୍ଜିତ ରଥରେ ବିରାଜମାନ ହୋଇ ବଡ଼ଦାଣ୍ଡକୁ ଓହ୍ଲାଇ ଆସନ୍ତି ମହାପ୍ରଭୁ। ତେବେ ମହାପ୍ରଭୁଙ୍କ ସହ ରଥରେ ବିରାଜମାନ କରିଥାନ୍ତି ପାର୍ଶ୍ଵଦେବତା। ତାଳଧ୍ୱଜ ଓ ନନ୍ଦିଘୋଷ ରଥରେ ୯ ଜଣ ଲେଖାଏଁ ପାର୍ଶ୍ଵଦେବତା ରହିଥିବା ବେଳେ ଦେବଦଳନ/ଦର୍ପଦଳନ ରଥରେ ବିଜେ କରିଥାନ୍ତି ୯ ଜଣ ପାର୍ଶ୍ଵଦେବୀ। ଆସନ୍ତୁ ଜାଣିବା ରଥର ପାର୍ଶ୍ଵଦେବତାଙ୍କ ବିଷୟରେ… ତାଳଧ୍ୱଜ ରଥରେ ବିଜେ କରିଥାନ୍ତି ୯ ଜଣ ପାର୍ଶ୍ଵଦେବତା। ସେମାନେ […]

ରଥଯାତ୍ରାରେ ମହାପ୍ରଭୁଙ୍କ ସହ ରଥରେ ବିଜେ କରିଥାନ୍ତି ପାର୍ଶ୍ଵ ଦେବତା, ଜାଣନ୍ତୁ…

ଡେସ୍କ: କହୁଥିଲେ ସରିବନି ମହାପ୍ରଭୁଙ୍କ ମାହାତ୍ମ୍ୟ। ନିଜ ପ୍ରିୟ ଭକ୍ତଗଣଙ୍କୁ ଦର୍ଶନ ଦେବାକୁ ସୁସଜ୍ଜିତ ରଥରେ ବିରାଜମାନ ହୋଇ ବଡ଼ଦାଣ୍ଡକୁ ଓହ୍ଲାଇ ଆସନ୍ତି ମହାପ୍ରଭୁ। ତେବେ ମହାପ୍ରଭୁଙ୍କ ସହ ରଥରେ ବିରାଜମାନ କରିଥାନ୍ତି ପାର୍ଶ୍ଵଦେବତା। ତାଳଧ୍ୱଜ ଓ ନନ୍ଦିଘୋଷ ରଥରେ ୯ ଜଣ ଲେଖାଏଁ ପାର୍ଶ୍ଵଦେବତା ରହିଥିବା ବେଳେ ଦେବଦଳନ/ଦର୍ପଦଳନ ରଥରେ ବିଜେ କରିଥାନ୍ତି ୯ ଜଣ ପାର୍ଶ୍ଵଦେବୀ।

ଆସନ୍ତୁ ଜାଣିବା ରଥର ପାର୍ଶ୍ଵଦେବତାଙ୍କ ବିଷୟରେ…
ତାଳଧ୍ୱଜ ରଥରେ ବିଜେ କରିଥାନ୍ତି ୯ ଜଣ ପାର୍ଶ୍ଵଦେବତା। ସେମାନେ ହେଉଛନ୍ତି:
୧. ବାଇଶି ଭୁଜ ନୃସିଂହ
୨. ପ୍ରଲମ୍ବାରୀ
୩. ଗଜାନ୍ତକ
୪. ଲକ୍ଷ୍ମଣ ଏବଂ ଅଙ୍ଗଦ
୫. କାର୍ତ୍ତିକେୟ
୬. ଶଙ୍କର୍ଷଣ/ବାସୁଦେବ
୭. ନାଟାମ୍ବର
୮. ନୃତ୍ୟରତ ଗଣପତି
୯. ବଳରାମ

ଦେବଦଳନ/ଦର୍ପଦଳନ ରଥରେ ବିଜେ କରିଥାନ୍ତି ୯ ଜଣ ପାର୍ଶ୍ଵଦେବୀ। ସେମାନେ ହେଉଛନ୍ତି:
୧. ବିମଳା
୨. ବନଦୁର୍ଗା
୩. ବାରାହି
୪. ଚାମୁଣ୍ଡା
୫. ଭୁବନେଶ୍ଵରୀ
୬. ହରଚଣ୍ଡୀ
୭. ଜୟଦୁର୍ଗା
୮. ସର୍ବମଙ୍ଗଳା
୯. ଉଗ୍ରତାରା

ନନ୍ଦିଘୋଷ ରଥରେ ବିଜେ କରିଥାନ୍ତି ୯ ଜଣ ପାର୍ଶ୍ଵଦେବତା। ସେମାନେ ହେଉଛନ୍ତି:
୧. ପଞ୍ଚ ମୁଖୀ ମହାବୀର
୨. ହରିହର
୩. ମଧୁସୂଦନ
୪. ଗିରିଗୋବର୍ଦ୍ଧନ ଧାରୀ
୫. ପଣ୍ଡୁ ନୃସିଂହ
୬. ଚିନ୍ତାମଣି କୃଷ୍ଣ
୭. ନାରାୟଣ
୮. ରାବଣ ଛତ୍ରଭଙ୍ଗ
୯. ରାମ ଏବଂ ହନୁମାନ