ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରେମ ସିଂ

ଗାଙ୍ଗଟକ୍‌,୧୦ା୬: ସିକିମ୍‌ କ୍ରାନ୍ତିକାରୀ ମୋର୍ଚ୍ଚା (ଏସ୍‌କେଏମ୍‌)ର ଅଧ୍ୟକ୍ଷ ପ୍ରେମ ସିଂ ତାମଙ୍ଗ ଦ୍ୱିତୀୟ ଥର ପାଇଁ ସିକିମ୍‌ ମୁଖ୍ୟମନ୍ତ୍ରୀ ଭାବେ ସୋମବାର ଶପଥ ଗ୍ରହଣ କରିଛନ୍ତି। ପାଲ୍‌ଜୋର ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ମୁଖ୍ୟମନ୍ତ୍ରୀ ଭାବେ ପ୍ରେମ ସିଂଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ତାଙ୍କ ସହ ମନ୍ତ୍ରୀ ପରିଷଦର ସଦସ୍ୟମାନେ ମଧ୍ୟ ଶପଥ ନେଇଛନ୍ତି। ସଦ୍ୟସମାପ୍ତ ସିକିମ ବିଧାନସଭା ନିର୍ବାଚନରେ ଏସ୍‌କେଏମ୍‌ ୩୨ ଆସନରୁ ୩୧ଟିରେ […] The post ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରେମ ସିଂ appeared first on Dharitri Odia News.

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରେମ ସିଂ

ଗାଙ୍ଗଟକ୍‌,୧୦ା୬: ସିକିମ୍‌ କ୍ରାନ୍ତିକାରୀ ମୋର୍ଚ୍ଚା (ଏସ୍‌କେଏମ୍‌)ର ଅଧ୍ୟକ୍ଷ ପ୍ରେମ ସିଂ ତାମଙ୍ଗ ଦ୍ୱିତୀୟ ଥର ପାଇଁ ସିକିମ୍‌ ମୁଖ୍ୟମନ୍ତ୍ରୀ ଭାବେ ସୋମବାର ଶପଥ ଗ୍ରହଣ କରିଛନ୍ତି। ପାଲ୍‌ଜୋର ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ମୁଖ୍ୟମନ୍ତ୍ରୀ ଭାବେ ପ୍ରେମ ସିଂଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ତାଙ୍କ ସହ ମନ୍ତ୍ରୀ ପରିଷଦର ସଦସ୍ୟମାନେ ମଧ୍ୟ ଶପଥ ନେଇଛନ୍ତି।

ସଦ୍ୟସମାପ୍ତ ସିକିମ ବିଧାନସଭା ନିର୍ବାଚନରେ ଏସ୍‌କେଏମ୍‌ ୩୨ ଆସନରୁ ୩୧ଟିରେ ବିଜୟୀ ହୋଇ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା। ବିରୋଧୀ ଦଳ ସିକିମ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ (ଏସ୍‌ଡିଏଫ୍‌)କୁ ମାତ୍ର ଗୋଟିଏ ଆସନ ମିଳିଥିଲା। ନିର୍ବାଚନ ବେଳେ ଯେଉଁସବୁ ପ୍ରତିଶ୍ରୁତି ଦିଆଯାଇଛି, ୫ ବର୍ଷରେ ସବୁ ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ଗତ ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ସହ ସିକିମ୍‌ର ୩୨ ବିଧାନସଭା ଆସନ ଲାଗି ମତଦାନ ଅନୁଷ୍ଠିତ ହୋଇଥିଲା। ପ୍ରେମ ସିଂ ରେନୋକ୍‌ ଆସନରୁ ଏସ୍‌ଡିଏଫ୍‌ ପ୍ରାର୍ଥୀ ସୋମନାଥ ପୌଡ୍ୟାଲଙ୍କୁ ୭,୩୯୬ ଭୋଟ ବ୍ୟବଧାନରେ ହରାଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ ନିର୍ବାଚନରେ ଏସ୍‌କେଏମ୍‌ ୧୭ ଆସନ ଜିତି ସରକାର ଗଢ଼ିଥିବା ବେଳେ ଏସ୍‌ଡିଏଫ୍‌କୁ ୧୫ ଆସନ ମିଳିଥିଲା।

The post ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରେମ ସିଂ appeared first on Dharitri Odia News.