Donald Trump tariffs: ଟ୍ରମ୍ପଙ୍କୁ ଲାଗିବ ବଡ଼ ଝଟ୍କା, ଭାରତ-ଚାଇନା ମିଶି କରିବେ ବଡ଼ ଘୋଷଣା!
ନୂଆଦିଲ୍ଲୀ,୩।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱବ୍ୟାପୀ ବାଣିଜ୍ୟ ନୀତିରେ ଏକ ବଡ଼ ପରିବର୍ତ୍ତନ ଆଣି ପାରସ୍ପରିକ ଶୁଳ୍କ (reciprocal tariff) ଲାଗୁ କରିବାକୁ ଘୋଷଣା କରିଛନ୍ତି। ଏହି ନୀତି ଅନୁସାରେ, ଭାରତ ଉପରେ ୨୬ ପ୍ରତିଶତ ଏବଂ ଚାଇନା ଉପରେ ୩୪ ପ୍ରତିଶତ ଶୁଳ୍କ ଲାଗୁ ହେବ। ଏହାର ପ୍ରଭାବ ବିଶ୍ୱ ଅର୍ଥନୀତି ଉପରେ ପଡିବା ସହ ଏସିଆର ଦୁଇ ପ୍ରମୁଖ ଅର୍ଥନୀତି ଭାରତ ଓ ଚାଇନା ମଧ୍ୟରେ ସମ୍ପର୍କକୁ ନୂଆ ଦିଗକୁ ନେଇଯାଇପାରେ। ଟ୍ରମ୍ପଙ୍କ […] The post Donald Trump tariffs: ଟ୍ରମ୍ପଙ୍କୁ ଲାଗିବ ବଡ଼ ଝଟ୍କା, ଭାରତ-ଚାଇନା ମିଶି କରିବେ ବଡ଼ ଘୋଷଣା! appeared first on Dharitri Odia News.
ନୂଆଦିଲ୍ଲୀ,୩।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱବ୍ୟାପୀ ବାଣିଜ୍ୟ ନୀତିରେ ଏକ ବଡ଼ ପରିବର୍ତ୍ତନ ଆଣି ପାରସ୍ପରିକ ଶୁଳ୍କ (reciprocal tariff) ଲାଗୁ କରିବାକୁ ଘୋଷଣା କରିଛନ୍ତି। ଏହି ନୀତି ଅନୁସାରେ, ଭାରତ ଉପରେ ୨୬ ପ୍ରତିଶତ ଏବଂ ଚାଇନା ଉପରେ ୩୪ ପ୍ରତିଶତ ଶୁଳ୍କ ଲାଗୁ ହେବ। ଏହାର ପ୍ରଭାବ ବିଶ୍ୱ ଅର୍ଥନୀତି ଉପରେ ପଡିବା ସହ ଏସିଆର ଦୁଇ ପ୍ରମୁଖ ଅର୍ଥନୀତି ଭାରତ ଓ ଚାଇନା ମଧ୍ୟରେ ସମ୍ପର୍କକୁ ନୂଆ ଦିଗକୁ ନେଇଯାଇପାରେ।
ଟ୍ରମ୍ପଙ୍କ ଏହି ଘୋଷଣା ପରେ ଚାଇନା ଏକ ବଡ଼ ପଦକ୍ଷେପ ନେଇ ଭାରତ ସହିତ ବାଣିଜ୍ୟ ଓ ଅର୍ଥନୈତିକ ସହଯୋଗିତାକୁ ମଜବୁତ କରିବାକୁ ଇଚ୍ଛା ପ୍ରକାଶ କରିଛି। ଚାଇନା କହିଛି ଯେ ଆମେରିକାର ଏହି ଶୁଳ୍କ ନୀତି ବିଶ୍ୱ ବାଣିଜ୍ୟରେ ଅସ୍ଥିରତା ସୃଷ୍ଟି କରିପାରେ, ଏବଂ ଏହାର ମୁକାବିଲା ପାଇଁ ଏସିଆର ଅର୍ଥନୀତିଗୁ ମଧ୍ୟରେ ସହଯୋଗ ଅତ୍ୟନ୍ତ ଜରୁରୀ। ଚାଇନା ଏବଂ ଭାରତ ଉଭୟ ଆମେରିକାର ବଡ଼ ବାଣିଜ୍ୟ ଅଂଶୀଦାର ହୋଇଥିବାରୁ, ଏହି ସମୟରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ମଜବୁତ ହେଲେ ଏହା ଦୁହିଁଙ୍କ ପାଇଁ ଲାଭଦାୟକ ହୋଇପାରେ।
ଟ୍ରମ୍ପଙ୍କ ନୀତି ଅନୁସାରେ, ଆମେରିକା ସମସ୍ତ ଦେଶ ଉପରେ ଏକ ୧୦ ପ୍ରତିଶତ ମୂଳ ଶୁଳ୍କ ଲାଗୁ କରିବ, ଯାହା ଏପ୍ରିଲ ୫ ତାରିଖରୁ କାର୍ଯ୍ୟକାରୀ ହେବ। ଏହା ବ୍ୟତୀତ, ଭାରତ ଓ ଚାଇନ ପରି ଦେଶଗୁ ଉପରେ ଅତିରିକ୍ତ ଶୁଳ୍କ ଏପ୍ରିଲ ୯ ତାରିଖରୁ ଲାଗୁ ହେବ। ଟ୍ରମ୍ପ କହିଛନ୍ତି ଯେ ଭାରତ ଆମେରିକୀୟ ଉତ୍ପାଦ ଉପରେ ୫୨ ପ୍ରତିଶତ ଶୁଳ୍କ ଲଗାଇଥାଏ, ଯେଉଁଥିପାଇଁ ସେ ଏକ “ଛାଡ ପାରସ୍ପରିକ ଶୁଳ୍କ” ଭାବେ ୨୬ ପ୍ରତିଶତ ଲଗାଇଛନ୍ତି। ସେହିପରି ଚାଇନା ଉପରେ ୩୪ ପ୍ରତିଶତ ଶୁଳ୍କ ଲାଗିବ।
ଏହି ପରିପ୍ରେକ୍ଷୀରେ ଚାଇନା ଭାରତ ସହ ଅଧିକ ନିକଟତର ହେବାକୁ ଚାହୁଁଛି। ବିଶେଷଜ୍ଞମାନେ କହୁଛନ୍ତି ଯେ ଯଦି ଚାଇନା ଓ ଭାରତ ମଧ୍ୟରେ ବାଣିଜ୍ୟ ବଢେ, ତେବେ ଏହା ଆମେରିକାର ଶୁଳ୍କ ନୀତିର ପ୍ରଭାବକୁ କମ କରିପାରେ। ତେବେ, ଭାରତ ପାଇଁ ଏହା ଏକ ଚ୍ୟାଲେଞ୍ଜ ମଧ୍ୟ ହୋଇପାରେ, କାରଣ ଆମେରିକା ଭାରତର ସବୁଠାରୁ ବଡ଼ ରପ୍ତାନି ବଜାର ମଧ୍ୟରୁ ଗୋଟିଏ। ଏହି ଶୁଳ୍କ ଯୋଗୁଁ ଭାରତୀୟ ଉତ୍ପାଦର ମୂଲ୍ୟ ଆମେରିକାରେ ବଢିପାରେ, ଯାହା ରପ୍ତାନିକୁ ପ୍ରଭାବିତ କରିବ।
ଅନ୍ୟପକ୍ଷରେ, ଚାଇନା ସହ ସହଯୋଗିତା ଭାରତକୁ ଅନ୍ୟ ବଜାରରେ ସୁଯୋଗ ଦେଇପାରେ। ଉଦାହରଣ ସୱରୂପ, ଟେକ୍ସଟାଇଲ ଓ ଗାର୍ମେଣ୍ଟ କ୍ଷେତ୍ରରେ ଭାରତ-ଚାଇନା ସହ ମିଶି ନୂଆ ବଜାର ଖୋଜିପାରେ। ତେବେ, ଏହା କେତେ ଦୂର ସଫଳ ହେବ, ତାହା ଉଭୟ ଦେଶର ନୀତି ଓ କୂଟନୀତି ଉପରେ ର୍ନିଭର କରିବ। ଏହି ସମୟରେ ଭାରତ ସରକାର ମଧ୍ୟ ଆମେରିକା ସହ ଏକ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ପାଇଁ ଆଲୋଚନା ଜାରି ରଖିଛନ୍ତି। ଯଦି ଏହି ଚୁକ୍ତି ସଫଳ ହୁଏ, ତେବେ ଟ୍ରମ୍ପଙ୍କ ଶୁଳ୍କର ପ୍ରଭାବକୁ କିଛି ପରିମାଣରେ ହ୍ରାସ କରାଯାଇପାରିବ। ଆଗାମୀ ଦିନରେ ଏହି ପରିସ୍ଥିତି କିପରି ଆଗେଇବ, ତାହା ବିଶ୍ୱ ଅର୍ଥନୀତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେବ।
The post Donald Trump tariffs: ଟ୍ରମ୍ପଙ୍କୁ ଲାଗିବ ବଡ଼ ଝଟ୍କା, ଭାରତ-ଚାଇନା ମିଶି କରିବେ ବଡ଼ ଘୋଷଣା! appeared first on Dharitri Odia News.