ବାତ ମାରିବା ସମୟରେ ନିଅନ୍ତୁ ଏହି ପଦକ୍ଷେପ, ଟଳିଯିବ ବିପଦ
ବାତ ମାରିବା ଲକ୍ଷଣ ଅସ୍ଥାୟୀ ଏବଂ ତାହା ମନକୁ ମନ ଉପଶମ ହୋଇଯାଏ-ଏକଥା ପ୍ରଥମେ ଆମେ ଜାଣିବା ଦରକାର। ବାତ ମାରିଲେ ରୋଗୀ ଦୁଲ୍କରି ପଡ଼ିଯାଇପାରେ। ତେଣୁ ରୋଗୀକୁ ବାତ ମାରିଲା ବେଳେ ତା’ ପାଖରୁ ଚେୟାର୍, ଟେବୁଲ୍ ଭଳି କଠିନ ଜିନିଷପତ୍ର ଏବଂ ଧାରୁଆ ଓ ମୁନିଆ ପଦାର୍ଥ ତୁରନ୍ତ ହଟେଇ ଦିଅନ୍ତୁ। ବାତ ମାରିବା ସମୟରେ ରୋଗୀ ମୁଣ୍ଡ ତଳେ ନରମ ପତଳା ତକିଆ ରଖିବା ନିରାପଦ। ବାତ ମାରିବା ବନ୍ଦ କରିବା ପାଇଁ […] The post ବାତ ମାରିବା ସମୟରେ ନିଅନ୍ତୁ ଏହି ପଦକ୍ଷେପ, ଟଳିଯିବ ବିପଦ appeared first on Dharitri Odia News.
ବାତ ମାରିବା ଲକ୍ଷଣ ଅସ୍ଥାୟୀ ଏବଂ ତାହା ମନକୁ ମନ ଉପଶମ ହୋଇଯାଏ-ଏକଥା ପ୍ରଥମେ ଆମେ ଜାଣିବା ଦରକାର। ବାତ ମାରିଲେ ରୋଗୀ ଦୁଲ୍କରି ପଡ଼ିଯାଇପାରେ। ତେଣୁ ରୋଗୀକୁ ବାତ ମାରିଲା ବେଳେ ତା’ ପାଖରୁ ଚେୟାର୍, ଟେବୁଲ୍ ଭଳି କଠିନ ଜିନିଷପତ୍ର ଏବଂ ଧାରୁଆ ଓ ମୁନିଆ ପଦାର୍ଥ ତୁରନ୍ତ ହଟେଇ ଦିଅନ୍ତୁ। ବାତ ମାରିବା ସମୟରେ ରୋଗୀ ମୁଣ୍ଡ ତଳେ ନରମ ପତଳା ତକିଆ ରଖିବା ନିରାପଦ। ବାତ ମାରିବା ବନ୍ଦ କରିବା ପାଇଁ ରୋଗୀକୁ ମାଡ଼ି ବସି ଧରନ୍ତୁ ନାହିଁ। ରୋଗୀକୁ କଡ଼ମାଡ଼ି ଶୁଆଇ ଦିଅନ୍ତୁ। ଏହାଫଳରେ ତା’ର ଶ୍ୱାସକ୍ରିୟା ସାବଲୀଳ ରୁହେ। ତା’ର ପାଟିରେ କୌଣସି କାଠ, ଚାମଚ କିମ୍ବା ଆଙ୍ଗୁଠି ଭର୍ତ୍ତି କରନ୍ତୁ ନାହିଁ। ବାତ ମାରିବା ବନ୍ଦ ନ ହେଲେ, ବାରମ୍ବାର ବାତ ମାରିଲେ କିମ୍ବା ଚେତା ନ ଫେରିଲେ ବିଳମ୍ବ ନ କରି ରୋଗୀକୁ ତୁରନ୍ତ ନିକଟସ୍ଥ ହସପିଟାଲକୁ ନେଇଯାଆନ୍ତୁ।
The post ବାତ ମାରିବା ସମୟରେ ନିଅନ୍ତୁ ଏହି ପଦକ୍ଷେପ, ଟଳିଯିବ ବିପଦ appeared first on Dharitri Odia News.