୧୯ ଭାରତୀୟ କମ୍ପାନୀ ଉପରେ ଆମେରିକାର କଟକଣା
ନୂଆଦିଲ୍ଲୀ,୩ା୧୧: ୟୁକ୍ରେନ୍ ବିରୋଧରେ ରୁଷିଆ ଚଳାଇଥିବା ଯୁଦ୍ଧରେ ଆଧୁନିକ ପ୍ରଯୁକ୍ତି ଓ ଉପକରଣ ସହାୟତା ଯୋଗାଉଥିବା ୧୯ ଭାରତୀୟ କମ୍ପାନୀ ସମେତ ବିଶ୍ୱର ପ୍ରାୟ ୪୦୦ ସଂସ୍ଥା ଏବଂ ବ୍ୟକ୍ତିବିଶେଷଙ୍କ ବିରୋଧରେ ଆମେରିକା କଟକଣା ଲଗାଇଛି। ପ୍ରମୁଖ ସାମରିକ ପ୍ରଯୁକ୍ତି ସଂସ୍ଥାଗୁଡ଼ିକରୁ ରୁଷିଆ ଯେପରି କୌଣସି ସହଯୋଗ ନ ପାଇବ, ତାହା ଉକ୍ତ କଟକଣାର ଲକ୍ଷ୍ୟ। କଟକଣା ଲାଗୁ ହୋଇଥିବା କମ୍ପାନୀ ମଧ୍ୟରେ ଭାରତ ବ୍ୟତୀତ ଚାଇନା, ସୁଇଜରଲାଣ୍ଡ, ଥାଇଲାଣ୍ଡ ଏବଂ ତୁର୍କୀର ପ୍ରଯୁକ୍ତି ଯୋଗାଣକାରୀ ସଂସ୍ଥା […] The post ୧୯ ଭାରତୀୟ କମ୍ପାନୀ ଉପରେ ଆମେରିକାର କଟକଣା appeared first on Dharitri Odia News.
ନୂଆଦିଲ୍ଲୀ,୩ା୧୧: ୟୁକ୍ରେନ୍ ବିରୋଧରେ ରୁଷିଆ ଚଳାଇଥିବା ଯୁଦ୍ଧରେ ଆଧୁନିକ ପ୍ରଯୁକ୍ତି ଓ ଉପକରଣ ସହାୟତା ଯୋଗାଉଥିବା ୧୯ ଭାରତୀୟ କମ୍ପାନୀ ସମେତ ବିଶ୍ୱର ପ୍ରାୟ ୪୦୦ ସଂସ୍ଥା ଏବଂ ବ୍ୟକ୍ତିବିଶେଷଙ୍କ ବିରୋଧରେ ଆମେରିକା କଟକଣା ଲଗାଇଛି। ପ୍ରମୁଖ ସାମରିକ ପ୍ରଯୁକ୍ତି ସଂସ୍ଥାଗୁଡ଼ିକରୁ ରୁଷିଆ ଯେପରି କୌଣସି ସହଯୋଗ ନ ପାଇବ, ତାହା ଉକ୍ତ କଟକଣାର ଲକ୍ଷ୍ୟ।
କଟକଣା ଲାଗୁ ହୋଇଥିବା କମ୍ପାନୀ ମଧ୍ୟରେ ଭାରତ ବ୍ୟତୀତ ଚାଇନା, ସୁଇଜରଲାଣ୍ଡ, ଥାଇଲାଣ୍ଡ ଏବଂ ତୁର୍କୀର ପ୍ରଯୁକ୍ତି ଯୋଗାଣକାରୀ ସଂସ୍ଥା ରହିଥିବା ଆମେରିକା ଟ୍ରେଜେରି ବିଭାଗ କହିଛି। ଏଥିସହିତ ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟର ଅନେକ ବରିଷ୍ଠ ଅଧିକାରୀଙ୍କୁ ଆମେରିକା ଟାର୍ଗେଟ୍ କରିଛି। ଏହି ଅଫିସରମାନେ ଚଳିତ ବର୍ଷ ଆରମ୍ଭରେ ନିଯୁକ୍ତି ପାଇଥିଲେ। ସେହିପରି ରୁଷିଆର ପ୍ରତିରକ୍ଷା କମ୍ପାନୀ ଏବଂ ଏହାର ଭବିଷ୍ୟତ ଶକ୍ତି ଉତ୍ପାଦନ ଓ ରପ୍ତାନିକୁ ସହଯୋଗ କରୁଥିବା କମ୍ପାନୀଗୁଡ଼ିକ ଉପରେ ମଧ୍ୟ କଟକଣା ଜାରି ହୋଇଛି। ରୁଷିଆ ଯୁଦ୍ଧ ପାଇଁ ଆବଶ୍ୟକ କରୁଥିବା ଗୁରୁତ୍ୱପୂର୍ଣ୍ଣ ଉପକରଣ ଓ ପ୍ରଯୁକ୍ତି ଯେପରି ପହଞ୍ଚତ୍ ନ ପାରେ ସେଥିପାଇଁ ଆମେରିକା ଓ ଏହାର ମିତ୍ର ରାଷ୍ଟ୍ରଗୁଡ଼ିକ ବିଶ୍ୱବ୍ୟାପୀ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଜାରି ରଖିବେ ବୋଲି ଟ୍ରେଜେରି ବିଭାଗ ଉପସଚିବ ଓ୍ବାଲି ଆଡେୟେମୋ କହିଛନ୍ତି।
ଭାରତର କେତେକ କମ୍ପାନୀ ଓ ବ୍ୟକ୍ତିବିଶେଷଙ୍କ ବିରୋଧରେ ଲଗାଯାଇଥିବା କଟକଣା ସମ୍ପର୍କରେ ସ୍ପଷ୍ଟୀକରଣ ନେଇ ନୂଆଦିଲ୍ଲୀ ଓ୍ବାଶିଂଟନ ସହ ଯୋଗାଯୋଗରେ ରହିଛି। ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି, ରଣନୀତିକ ବାଣିଜ୍ୟ ଏବଂ ଆଣବିକ ଅପ୍ରସାର ନିୟନ୍ତ୍ରଣ ନେଇ ଭାରତର ଦୃଢ଼ ଆଇନଗତ ଓ ନିୟାମକ ଢାଞ୍ଚା ରହିଛି। ଭାରତ ୩ଟି ପ୍ରମୁଖ ବହୁପାକ୍ଷିକ ଅପ୍ରସାର ରପ୍ତାନି ନିୟନ୍ତ୍ରଣ ବ୍ୟବସ୍ଥାର ସଦସ୍ୟ ରହିଥିବା ଜୟସ୍ବାଲ କହିଛନ୍ତି।
The post ୧୯ ଭାରତୀୟ କମ୍ପାନୀ ଉପରେ ଆମେରିକାର କଟକଣା appeared first on Dharitri Odia News.