ଜଗତସିଂହପୁର ଜିଲାରେ ରାବଣ ଆଉ ମହିଷାସୁର କିଏ?: କାହାକୁ ଆକ୍ଷେପ କଲେ ବିଧାୟକ
ଜଗତସିଂହପୁର,୧୪।୧୦।: ଜଗତସିଂହପୁର ଜିଲାରେ ରାବଣ କିଏ? ମହିଷାସୁର କିଏ?ରବିବାର ଜଗତସିଂହପୁରରେ ହୋଇଥିବା ରାବଣ ପୋଡ଼ି ଉତ୍ସବରେ ଅତିଥି ଭାବେ ଯୋଗଦେଇଥିଲେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ, ବିଧାୟକ ଅମରେନ୍ଦ୍ର ଦାସ ଓ ଅନ୍ୟମାନେ। ସଭା କାର୍ଯ୍ୟରେ ବିଧାୟକ ଦାସ ପୌରାଣିକ କଥା ବସ୍ତୁରୁ ନିଜର ଅଭିଭାଷଣ ଆରମ୍ଭ କରିଥିଲେ। ସେହି ସମୟରେ ଆକ୍ଷେପ କରି ଜଗତସିଂହପୁର ଜିଲାରେ ରାବଣ କିଏ? ମହିଷାସୁର କିଏ? ଏପରି କହିଲେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ। ତେବେ ପାରାଦୀପରେ ଶିଳ୍ପମନ୍ତ୍ରୀଙ୍କ ରାବଣ ଉପାଖ୍ୟାନ […] The post ଜଗତସିଂହପୁର ଜିଲାରେ ରାବଣ ଆଉ ମହିଷାସୁର କିଏ?: କାହାକୁ ଆକ୍ଷେପ କଲେ ବିଧାୟକ appeared first on Dharitri Odia News.
ଜଗତସିଂହପୁର,୧୪।୧୦।: ଜଗତସିଂହପୁର ଜିଲାରେ ରାବଣ କିଏ? ମହିଷାସୁର କିଏ?ରବିବାର ଜଗତସିଂହପୁରରେ ହୋଇଥିବା ରାବଣ ପୋଡ଼ି ଉତ୍ସବରେ ଅତିଥି ଭାବେ ଯୋଗଦେଇଥିଲେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ, ବିଧାୟକ ଅମରେନ୍ଦ୍ର ଦାସ ଓ ଅନ୍ୟମାନେ। ସଭା କାର୍ଯ୍ୟରେ ବିଧାୟକ ଦାସ ପୌରାଣିକ କଥା ବସ୍ତୁରୁ ନିଜର ଅଭିଭାଷଣ ଆରମ୍ଭ କରିଥିଲେ।
ସେହି ସମୟରେ ଆକ୍ଷେପ କରି ଜଗତସିଂହପୁର ଜିଲାରେ ରାବଣ କିଏ? ମହିଷାସୁର କିଏ? ଏପରି କହିଲେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ।
ତେବେ ପାରାଦୀପରେ ଶିଳ୍ପମନ୍ତ୍ରୀଙ୍କ ରାବଣ ଉପାଖ୍ୟାନ ପରେ ଜଗସିଂହପୁରରେ ଅମରେନ୍ଦ୍ରଙ୍କ ମହିଷାସୁରବଧ ଆକ୍ଷେପକୁ ନେଇ ରାଜନୀତିରେ ନାନାଦି ଚର୍ଚ୍ଚା ହେଉଛି।
ପରେ ସେ କହିଥିଲେ, ଏ ଜଗତସିଂହପୁରରେ ପରିବର୍ତ୍ତନ ଆପଣ ଆଣିଛନ୍ତି। ଏ ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ ହେବ। ଆପଣଙ୍କୁ ଆଉ ତହସିଲ ଅଫିସ୍ ଦୌଡ଼ିବାକୁ ପଡ଼ିବ ନାହିଁ। ବ୍ଲକକୁ ଦୌଡ଼ିବାକୁ ପଡ଼ିବ ନାହିଁ। ଜିଲା କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ। ଥାନାରେ ଭଲ ବ୍ୟବହାର ମିଳିବ। ଏ ଆଶା ଆପଣମାନେ ରଖନ୍ତୁ। ଆମେ ସମସ୍ତେ ଆମ ଭିତରେ ଥିବା ଗର୍ବ ଓ ଅହଙ୍କାର (ରାବଣ ଓ ମହିଷାସୁର)କୁ ଏଇଠି ବଳି ଦେଇଯିବା। ଆଜି ଯେମିତି ଜଗତସିଂପୁର ଜିଲାରେ ମହିଷାସୁର ଓ ରାବଣ ବଧ ହେଉଛି ଓଡ଼ିଶା ମହିଷାସୁର ଓ ରାବଣ ଶାସନ ଭାରରୁ ମୁକୁଳିଛି। ଗରିବଙ୍କ ପାଇଁ ଏ ସରକାର ସବୁ ବ୍ୟବସ୍ଥା କରିଛନ୍ତି ବୋଲି ଦାସ କହିଛନ୍ତି।
ରବିବାର ପାରାଦୀପରେ ଆୟୋଜିତ ରାବଣ ପୋଡ଼ି ଉତ୍ସବରେ ନାଁ ନନେଇ ଶ୍ରମିକ ନେତା ତଥା ବିଜେଡିର ଜଣେ ଆଗଧାଡ଼ିର ନେତାଙ୍କୁ ଟାର୍ଗେଟ କରିଥିଲେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ। ସେ କହିଥିଲେ, ପାରାଦୀପରେ ରାବଣ କିଏ? ଏଠାକାର ଲୋକେ ଜାଣିଛନ୍ତି। ‘ମୁନ୍ନା ପତି ଓ ମହେନ୍ଦ୍ର ସ୍ୱାଇଁ ହତ୍ୟାରେ ସମ୍ପୃକ୍ତ ମନୁଷ୍ୟଦେହୀ ରାବଣ ଏଠି ବୁଲୁଛନ୍ତି। ଆଗାମୀ ଦିନରେ ତାଙ୍କୁ ଉଚିତ ଜବାବ ଦିଆଯିବ, ତାଙ୍କୁ ନିଜ ସ୍ଥାନ ଦେଖାଇ ଦିଆଯିବ। ପାରାଦୀପବାସୀଙ୍କ ପାଖରେ ମୁଁ ଏହି ସଂକଳ୍ପ କରୁଛି ବୋଲି ମନ୍ତ୍ରୀ କହିଥିଲେ।।
The post ଜଗତସିଂହପୁର ଜିଲାରେ ରାବଣ ଆଉ ମହିଷାସୁର କିଏ?: କାହାକୁ ଆକ୍ଷେପ କଲେ ବିଧାୟକ appeared first on Dharitri Odia News.