ମନି ଲଣ୍ଡରିଂ ମାମଲାରେ କେସିଆରଙ୍କ ଝିଅ କେ କବିତାଙ୍କ ହାଇଦ୍ରାବାଦ ବାସଭବନରେ ଇଡି ଚଢ଼ଉ
ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଆଜି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ବିଆରଏସ (ଭାରତ ରାଷ୍ଟ୍ର ସମିତି) ଏମଏଲସି କେ କବିତାଙ୍କ ହାଇଦ୍ରାବାଦ ସ୍ଥିତ ବାସଭବନରେ ଚଢ଼ଉ କରିଛି। ଇଡି ଦ୍ବାରା କବିତାଙ୍କୁ ୨ ଥର ସମନ୍ ଜାରି କରାଯାଇଥିଲା କିନ୍ତୁ କେ କବିତା ଇଡିର ୨ଟି ସମନକୁ ଏଡ଼ାଇବାପରେ ଆଜି ଇଡି କବିତାଙ୍କ ବାସଭବନରେ ତଲାସୀ କରିଛି। ୪୫ ବର୍ଷୀୟା ବିଆରଏସ ନେତା କବିତାଙ୍କୁ ଗତ ଜାନୁଆରି […]

ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଆଜି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ବିଆରଏସ (ଭାରତ ରାଷ୍ଟ୍ର ସମିତି) ଏମଏଲସି କେ କବିତାଙ୍କ ହାଇଦ୍ରାବାଦ ସ୍ଥିତ ବାସଭବନରେ ଚଢ଼ଉ କରିଛି। ଇଡି ଦ୍ବାରା କବିତାଙ୍କୁ ୨ ଥର ସମନ୍ ଜାରି କରାଯାଇଥିଲା କିନ୍ତୁ କେ କବିତା ଇଡିର ୨ଟି ସମନକୁ ଏଡ଼ାଇବାପରେ ଆଜି ଇଡି କବିତାଙ୍କ ବାସଭବନରେ ତଲାସୀ କରିଛି। ୪୫ ବର୍ଷୀୟା ବିଆରଏସ ନେତା କବିତାଙ୍କୁ ଗତ ଜାନୁଆରି ୧୬ରେ ଇଡିରେ ହାଜର ହେବାକୁ କୁହାଯାଇଥିଲା। କିନ୍ତୁ କବିତା ଗତବର୍ଷର ସୁପ୍ରିମକୋର୍ଟଙ୍କ ରାୟକୁ ଦର୍ଶାଇ ଇଡିରେ ହାଜର ହୋଇନଥିଲେ। ଅନ୍ୟପକ୍ଷେ ଇଡି ସୂତ୍ରରୁ ଜାଣିବାକୁ ମିଳିଛି ଯେ ବିଆରଏସ୍ ନେତା ସୁପ୍ରିମକୋର୍ଟରୁ ସାମୟିକ ଆଶ୍ବସ୍ତି ଆଣିଥିଲେ କିନ୍ତୁ ତାହା ଏବେ ଆଉ ବଳବତ୍ତର ନାହିଁ। ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ଉକ୍ତ ମାମଲାରେ କବିତାଙ୍କୁ ୩ ଥର ପ୍ରଶ୍ନ କରାଯାଇଥିଲା। ପିଏମଏଲଏ ଅଧୀନରେ ମଧ୍ୟ କବିତାଙ୍କର ବୟାନ ରେକର୍ଡ କରାଯାଇଥିଲା। କିନ୍ତୁ କବିତା ବାରମ୍ବାର କହି ଆସିଛନ୍ତି ଯେ ତାଙ୍କର କୌଣସି ଭୁଳ୍ ନାହିଁ ଏବଂ ବିଜେପି ତେଲେଙ୍ଗାନାକୁ ପଛଦ୍ବାର ଦେଇ ପ୍ରବେଶ କରିବାକୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର କରୁଛି। ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଜଣେ ମୁଖ୍ୟ ଅଭିଯୁକ୍ତ ଅମିତ ଆରୋରାଙ୍କୁ ଜେରା ସମୟରେ ସେ କେ କବିତାଙ୍କର ନାଁ ନେଇଥିଲେ।