ଶ୍ରୀମନ୍ଦିର ପ୍ରଶାସନ ଉପରେ ଜରିମାନା ଲଗାଇଲେ ଓଡ଼ିଶା ହାଇକୋର୍ଟ
ଭୁବନେଶ୍ୱର,୨୦।୬: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି ବିକ୍ରି ନେଇ ଜାରି ହୋଇଥିବା ଅଧ୍ୟାଦେଶ ବିରୋଧରେ ଆଗତ ମାମଲାରେ ନିର୍ଦ୍ଦେଶ ମୁତାବକ ଜବାବ ଦାଖଲ କରା ନ ଯିବାରୁ ଓଡ଼ିଶା ହାଇକୋର୍ଟ ଶ୍ରୀମନ୍ଦିର ପ୍ରଶାସନ ଉପରେ ୧୦ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରିଛନ୍ତି। ସପ୍ତାହକ ମଧ୍ୟରେ ଏହି ଅର୍ଥ ଜମା କରିବାକୁ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଏବଂ ଜଷ୍ଟିସ ସାବିତ୍ରୀ ରଥଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଆଗତ ମାମଲାର ପ୍ରାଥମିକ ଶୁଣାଣି କରି ହାଇକୋର୍ଟ […] The post ଶ୍ରୀମନ୍ଦିର ପ୍ରଶାସନ ଉପରେ ଜରିମାନା ଲଗାଇଲେ ଓଡ଼ିଶା ହାଇକୋର୍ଟ appeared first on Dharitri Odia News.
ଭୁବନେଶ୍ୱର,୨୦।୬: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି ବିକ୍ରି ନେଇ ଜାରି ହୋଇଥିବା ଅଧ୍ୟାଦେଶ ବିରୋଧରେ ଆଗତ ମାମଲାରେ ନିର୍ଦ୍ଦେଶ ମୁତାବକ ଜବାବ ଦାଖଲ କରା ନ ଯିବାରୁ ଓଡ଼ିଶା ହାଇକୋର୍ଟ ଶ୍ରୀମନ୍ଦିର ପ୍ରଶାସନ ଉପରେ ୧୦ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରିଛନ୍ତି। ସପ୍ତାହକ ମଧ୍ୟରେ ଏହି ଅର୍ଥ ଜମା କରିବାକୁ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଏବଂ ଜଷ୍ଟିସ ସାବିତ୍ରୀ ରଥଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।
ଆଗତ ମାମଲାର ପ୍ରାଥମିକ ଶୁଣାଣି କରି ହାଇକୋର୍ଟ ମହାପ୍ରଭୁଙ୍କ ଜମି ବିକ୍ରି ଖଦି ସଂକ୍ରାନ୍ତ ତଥ୍ୟ ଦାଖଲ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନୋଟିସ୍ ଜାରି କରିଥିଲେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦାଖଲ କରାଯାଇଥିବା ଜବାବରେ ହାଇକୋର୍ଟ ମାଗିଥିବା ତଥ୍ୟ ସଂକ୍ରାନ୍ତରେ କୌଣସି ସୂଚନା ଦିଆଯାଇ ନ ଥିଲା। ଏ ନେଇ ସାନି ସତ୍ୟପାଠ ଦାଖଲ କରିବାକୁ ପୂର୍ବରୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।
The post ଶ୍ରୀମନ୍ଦିର ପ୍ରଶାସନ ଉପରେ ଜରିମାନା ଲଗାଇଲେ ଓଡ଼ିଶା ହାଇକୋର୍ଟ appeared first on Dharitri Odia News.