ଝାଡ଼ଖଣ୍ଡ ରାଜଭବନ ନିଦରୁ ଉଠନ୍ତୁ, ସରକାର ଗଠନ ଲାଗି ଆମକୁ ଆମନ୍ତ୍ରଣ କରନ୍ତୁ: ଚମ୍ପାଇ ସୋରେନ

ରାଞ୍ଚି,୧।୨: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ହେମନ୍ତ ସୋରେନ ଇସ୍ତଫା ଦେବା ପରେ ରାଜନୈତିକ ହଲଚଲ ଆରମ୍ଭ ହୋଇଛି। ଏବେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌) ସରକାର ଗଠନ ଲାଗି ରାଜ୍ୟପାଳଙ୍କ ଡାକରାକୁ ଅପେକ୍ଷା କରିଛି। ହେଲେ ଏଥିରେ ବିଳମ୍ବ ହେଉଥିବାରୁ ଦଳର ନେତାମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିଧାୟକ ଦଳ ନେତା ଭାବେ ଚୟନ ହୋଇଥିବା ଚମ୍ପାଇ ସୋରେନ କହିଛନ୍ତି, ଛାଡ଼ଖଣ୍ଡ ରାଜଭବନ ନିଦରୁ ଉଠିଯିବା ଉଚିତ। ଆମେ ୧୫-୧୬ ଘଣ୍ଟା ହେଲାଣି ଅପେକ୍ଷା କରିଛୁ। ଆମକୁ ସରକାର […] The post ଝାଡ଼ଖଣ୍ଡ ରାଜଭବନ ନିଦରୁ ଉଠନ୍ତୁ, ସରକାର ଗଠନ ଲାଗି ଆମକୁ ଆମନ୍ତ୍ରଣ କରନ୍ତୁ: ଚମ୍ପାଇ ସୋରେନ appeared first on Dharitri Odia News.

ଝାଡ଼ଖଣ୍ଡ ରାଜଭବନ ନିଦରୁ ଉଠନ୍ତୁ, ସରକାର ଗଠନ ଲାଗି ଆମକୁ ଆମନ୍ତ୍ରଣ କରନ୍ତୁ: ଚମ୍ପାଇ ସୋରେନ

ରାଞ୍ଚି,୧।୨: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ହେମନ୍ତ ସୋରେନ ଇସ୍ତଫା ଦେବା ପରେ ରାଜନୈତିକ ହଲଚଲ ଆରମ୍ଭ ହୋଇଛି। ଏବେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌) ସରକାର ଗଠନ ଲାଗି ରାଜ୍ୟପାଳଙ୍କ ଡାକରାକୁ ଅପେକ୍ଷା କରିଛି। ହେଲେ ଏଥିରେ ବିଳମ୍ବ ହେଉଥିବାରୁ ଦଳର ନେତାମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ବିଧାୟକ ଦଳ ନେତା ଭାବେ ଚୟନ ହୋଇଥିବା ଚମ୍ପାଇ ସୋରେନ କହିଛନ୍ତି, ଛାଡ଼ଖଣ୍ଡ ରାଜଭବନ ନିଦରୁ ଉଠିଯିବା ଉଚିତ। ଆମେ ୧୫-୧୬ ଘଣ୍ଟା ହେଲାଣି ଅପେକ୍ଷା କରିଛୁ। ଆମକୁ ସରକାର ଗଠନ ଲାଗି ଆମନ୍ତ୍ରଣ କରିବା ଉଚିତ। ଅନ୍ୟ ରାଜ୍ୟରେ ସରକାର ଗଠନ ଲାଗି ଦାବି କରିବାର ୨ ଘଣ୍ଟା ମଧ୍ୟରେ ଶପଥ ଗ୍ରହଣ କରାଯାଏ(ଏଠାରେ ସେ ବିହାରର ନୀତୀଶ ସରକାରଙ୍କ ବିଷୟରେ ଇଙ୍ଗିତ କରିଛନ୍ତି)। ବୁଧବାର ରାଜ୍ୟପାଳଙ୍କୁ ୪୩ ବିଧାୟକଙ୍କ ସମର୍ଥନ ଥିବା ନେଇ ପତ୍ର ଦେଇଥିଲୁ ହେଲେ ଏଯାବତ ତାଙ୍କୁ ଡକାଯାଇନାହିଁ ବୋଲି ସେ କହିଛନ୍ତି।

ଅପରପକ୍ଷେ ଜେଏମ୍‌ଏମ୍‌ର ନେତା ଚମ୍ପାଇ ସୋରେନଙ୍କୁ ସରକାର ଗଠନ ଲାଗି ଆମନ୍ତ୍ରିତ କରା ନ ଯିବାକୁ ନେଇ କଂଗ୍ରେସ ରାଜ୍ୟପାଳ ସି ପି ରାଧାକୃଷ୍ଣନଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଛି। ଏପରିକି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲଗାଇବାକୁ ଯୋଜନା କରାଯାଉଥିବା ଦଳ ଅଭିଯୋଗ କରିଛି।

The post ଝାଡ଼ଖଣ୍ଡ ରାଜଭବନ ନିଦରୁ ଉଠନ୍ତୁ, ସରକାର ଗଠନ ଲାଗି ଆମକୁ ଆମନ୍ତ୍ରଣ କରନ୍ତୁ: ଚମ୍ପାଇ ସୋରେନ appeared first on Dharitri Odia News.