ପ୍ରଚାର ଶେଷ ପରେ ପ୍ରାର୍ଥୀଙ୍କୁ ଅଟକାଇଲେ ଗ୍ରାମବାସୀ

ବାଲିଆପାଳ(ଗୋପାଳ ଚନ୍ଦ୍ର ସାହୁ)/କାଳିପଦା(ରାଜଶ୍ରୀ ପାଣିଗ୍ରାହୀ), ୧ା୬: ବାଲେଶ୍ୱର ଜିଲା ବସ୍ତା ନିର୍ବାଚନମଣ୍ଡଳୀରେ ଭୋଟ ପୂର୍ବରୁ ଉତ୍ତେଜନା ସୃଷ୍ଟି ହୋଇଛି। ପ୍ରଚାର ଶେଷ ପରେ ଭାଜପା ବିଧାୟକ ପ୍ରାର୍ଥୀ ରବୀନ୍ଦ୍ର ନାଥ ଅଣ୍ଡିଆ ଟଙ୍କା ଓ ମଦ ବାଣ୍ଟୁଥିବା ଅଭିଯୋଗ ହୋଇଛି। ବାଲିଆପାଳ ବ୍ଲକ ରତାଇ ପଞ୍ଚାୟତ ଲୋକମାନେ ବଡ଼କୋଦାଠାରେ ଗୁରୁବାର ରାତି ୯ଟାରେ ରବୀନ୍ଦ୍ରଙ୍କୁ ଅଟକ ରଖିଥିଲେ। ଖବରପାଇ ବାଲିଆପାଳ ପୋଲିସ ପହଞ୍ଚତ୍ ତାଙ୍କୁ ଉଦ୍ଧାର କରିବା ସହ ଉତ୍ତେଜନାକୁ ନିୟନ୍ତ୍ରଣ କରିଥିଲା। ଅନ୍ୟପକ୍ଷରେ ଭାଜପା ପ୍ରାର୍ଥୀ […] The post ପ୍ରଚାର ଶେଷ ପରେ ପ୍ରାର୍ଥୀଙ୍କୁ ଅଟକାଇଲେ ଗ୍ରାମବାସୀ appeared first on Dharitri Odia News.

ପ୍ରଚାର ଶେଷ ପରେ ପ୍ରାର୍ଥୀଙ୍କୁ ଅଟକାଇଲେ ଗ୍ରାମବାସୀ

ବାଲିଆପାଳ(ଗୋପାଳ ଚନ୍ଦ୍ର ସାହୁ)/କାଳିପଦା(ରାଜଶ୍ରୀ ପାଣିଗ୍ରାହୀ), ୧ା୬: ବାଲେଶ୍ୱର ଜିଲା ବସ୍ତା ନିର୍ବାଚନମଣ୍ଡଳୀରେ ଭୋଟ ପୂର୍ବରୁ ଉତ୍ତେଜନା ସୃଷ୍ଟି ହୋଇଛି। ପ୍ରଚାର ଶେଷ ପରେ ଭାଜପା ବିଧାୟକ ପ୍ରାର୍ଥୀ ରବୀନ୍ଦ୍ର ନାଥ ଅଣ୍ଡିଆ ଟଙ୍କା ଓ ମଦ ବାଣ୍ଟୁଥିବା ଅଭିଯୋଗ ହୋଇଛି। ବାଲିଆପାଳ ବ୍ଲକ ରତାଇ ପଞ୍ଚାୟତ ଲୋକମାନେ ବଡ଼କୋଦାଠାରେ ଗୁରୁବାର ରାତି ୯ଟାରେ ରବୀନ୍ଦ୍ରଙ୍କୁ ଅଟକ ରଖିଥିଲେ। ଖବରପାଇ ବାଲିଆପାଳ ପୋଲିସ ପହଞ୍ଚତ୍ ତାଙ୍କୁ ଉଦ୍ଧାର କରିବା ସହ ଉତ୍ତେଜନାକୁ ନିୟନ୍ତ୍ରଣ କରିଥିଲା। ଅନ୍ୟପକ୍ଷରେ ଭାଜପା ପ୍ରାର୍ଥୀ ଅଣ୍ଡିଆ ଏହା ଶାସକ ଦଳର ଚକ୍ରାନ୍ତ ବୋଲି କହିଛନ୍ତି।
ଅନୁଯାୟୀ, ଗୁରୁବାର ଅପରାହ୍ନ ୫ଟାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ନିର୍ଦ୍ଧାରିତ ପ୍ରଚାର ସମୟ ଶେଷ ହୋଇଥିଲା। ଏହାପରେ ଭାଜପା ବିଧାୟକ ପ୍ରାର୍ଥୀ ଅଣ୍ଡିଆ କେତେଜଣ ସମର୍ଥକଙ୍କୁ ନେଇ ରତେଇ ପଞ୍ଚାୟତରେ ବୁଥ ଏଜେଣ୍ଟ ଫର୍ମ ଦେବା ପାଇଁ ଯାଇଥିଲେ। ଏଜେଣ୍ଟ ଫର୍ମ ଦେଇ ଘରକୁ ଫେରୁଥିବା ବେଳେ ଉକ୍ତ ପଞ୍ଚାୟତର ବଡ଼କୋଦାଠାରେ କିଛି ଯୁବକ ଅଣ୍ଡିଆଙ୍କ ଗାଡ଼ିକୁ ଅଟକାଇଥିଲେ। ପରେ ମଦ ଏବଂ ଟଙ୍କା ବାଣ୍ଟୁଥିବା ଅଭିଯୋଗ କରିଥିଲେ। ଏପରିକି କେତେଜଣ ଲୋକ ମଦ ବୋତଲ ଦେଖାଇ ମଦ ବୋତଲ ଓ ଟଙ୍କା ଦେଇ ଭୋଟ୍‌ ଦେବା ପାଇଁ ପ୍ରଲୋଭିତ କରୁଥିବା ଏକ ଭିଡିଓ ଜରିଆରେ ଜଣାଇଛନ୍ତି। ଏହାପରେ ସେଠାରେ ଲୋକଙ୍କ ଭିଡ ଜମିଯାଇଥିଲା। ସ୍ଥାନୀୟ ଲୋକେ ପାଟିତୁଣ୍ଡ କରିଥିଲେ। ଘଟଣାସ୍ଥଳରେ ଅଣ୍ଡିଆଙ୍କ ସମର୍ଥକମାନେ ପହଞ୍ଚିଥିଲେ। ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ସହ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚତ୍ ଅଣ୍ଡିଆଙ୍କ କାର୍‌କୁ ଯାଞ୍ଚ କରିଥିଲା। ପୋଲିସ କେବଳ ତାଙ୍କ ଗାଡ଼ିରୁ ଗୋଟିଏ ଦଳୀୟ ପତାକା ପାଇଥିବା ବେଳେ ଅନ୍ୟ କୌଣସି ଜିନିଷ ମଦ କିମ୍ବା ଟଙ୍କା ପାଇ ନ ଥିଲା। ପରେ ତାଙ୍କୁ ଛାଡ଼ି ଦେଇଥିଲା। କିନ୍ତୁ କିଛି ସମୟ ପରେ ତାଙ୍କୁ ଅଟକାଇ ଥାନାକୁ ଯିବା ପାଇଁ କହିଥିଲା। ତାଙ୍କ ସମର୍ଥକମାନେ କ’ଣ ପାଇଁ ଯିବେ ବୋଲି ପ୍ରଶ୍ନ କରିବାରୁ ପୋଲିସ ପୁଣି ତାଙ୍କୁ ଛାଡ଼ି ଦେଇଥିଲା। ଏହି ଘଟଣାକୁ ନେଇ ଶୁକ୍ରବାର ବାଲିଆପାଳ ପଞ୍ଚାୟତର କଚୁଆପଡ଼ା ଭାଜପା କାର୍ଯ୍ୟାଳୟରେ ଭାଜପା ପ୍ରାର୍ଥୀ ଅଣ୍ଡିଆ ଏକ ଖବରଦାତା ସମ୍ମିଳନୀ କରି ଶାସକ ଦଳ ଉପରେ ଦୋଷ ଲଦିଛନ୍ତି। ଲୋକପ୍ରିୟତାକୁ ଦେଖି ଶାସକ ଦଳ ଭୟରେ ତାଙ୍କୁ ବଦନାମ୍‌ କରିବା ପାଇଁ ଷଡଯନ୍ତ୍ର କରିଥିତ୍ବା କହିିଛନ୍ତି। ପୋଲିସ ପହଞ୍ଚତ୍ ଗାଡ଼ି ଯାଞ୍ଚ କରି କିଛି ପାଇ ନ ଥିଲେ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ତାଙ୍କୁ ଅଟକ ରଖିବା ଶାସନ କଳର ଅପବ୍ୟବହାର କରାଯାଉଥିବା ପ୍ରକାଶ କରିଥିଲେ। ଖବରଦାତା ସମ୍ମିଳନୀରେ ସାମାଜିକ କର୍ମୀ ତଥା ଭାଜପା ନେତା ମାନସ ଦାସ, ଭାଜପା ନେତା ହେମନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ସମ୍ପର୍କରେ ବାଲିଆପାଳ ଥାନା ଆଇଆଇସି ସଦାନନ୍ଦ ନାୟକଙ୍କୁ ପଚାରିବାରୁ, ଅଣ୍ଡିଆଙ୍କ ଗାଡ଼ିରୁ ଟଙ୍କା କିମ୍ବା ମଦ ଜବତ ହୋଇନାହିଁ କିମ୍ବା କୌଣସି ଲିଖିତ ଅଭିଯୋଗ ହୋଇ ନ ଥିବା ପ୍ରକାଶ କରିଛନ୍ତି।

The post ପ୍ରଚାର ଶେଷ ପରେ ପ୍ରାର୍ଥୀଙ୍କୁ ଅଟକାଇଲେ ଗ୍ରାମବାସୀ appeared first on Dharitri Odia News.